ETV Bharat / bharat

ନିରବୀ ମୋଦୀଙ୍କ ଭାଇ ନାଁରେ 19 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗ

author img

By

Published : Dec 20, 2020, 7:32 PM IST

ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦୀଙ୍କ ଭାଇ ନେହଲ ମୋଦୀଙ୍କ ନାଁରେ ଠକେଇ ଅଭିଯୋଗ । 2.6 ମିଲିୟନ ଡଲାର (19 କୋଟିରୁ ଅଧିକ) ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ନିରବ ମୋଦୀ
ନିରବ ମୋଦୀ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦୀଙ୍କ ଭାଇ ନେହଲ ମୋଦୀଙ୍କ ନାଁରେ ଠକେଇ ଅଭିଯୋଗ । ଏହି ଅଭିଯୋଗ ନ୍ୟୁୟର୍କରେ କରାଯାଇଛି । ବହୁ ସ୍ତରୀୟ ଯୋଜନା ମାଧ୍ୟମରେ ନେହାଲ ମୋଦୀ ବିଶ୍ବର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀକୁ 2.6 ମିଲିୟନ ଡଲାର (19 କୋଟିରୁ ଅଧିକ) ଟଙ୍କା ଠକିଥିବା ନେଇ ଅଭିଯୋଗ ହୋଇଛି ।

ପ୍ରକାଶଥାଉକି, ନେହାଲ ମୋଦୀ ମ୍ୟାନହଟନର ଏକ ହୀରା ହୋଲସେଲ କମ୍ପାନୀରୁ 2.6 ମିଲିୟନ ଡଲାରରୁ ଅଧିକ ମୂଲ୍ୟର ହୀରା ନେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ନେହାଲ ମୋଦୀ ନ୍ୟୁୟର୍କର ସୁପ୍ରିମକୋର୍ଟରେ ମକଦ୍ଦମାର ସମ୍ମୁଖୀନ ହେବେ। ନେହାଲ ମୋଦୀଙ୍କ ଏହି ଜାଲିଆତି 2015 ରେ ଆରମ୍ଭ ହୋଇଥିଲା । ସେତେବେଳେ ନେହାଲ ମୋଦୀ ଏକ କମ୍ପାନୀ ସହିତ ମିଶି ମିଛ ଉପସ୍ଥାପନା କରିବା ପାଇଁ LLD ଡାଇମଣ୍ଡସ ଆମେରିକାରୁ 2.6 ମିଲିୟନ ହୀରା ନେଇଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ମାର୍ଚ୍ଚ 2015 ରେ ନେହାଲ ମୋଦୀ ପ୍ରାୟ 800,000 ଡଲାର ମୂଲ୍ୟର ହୀରା ମାଗିଥିଲେ ଏବଂ କୋଷ୍ଟକୋ ହୋଲସେଲ କର୍ପୋରେସନ୍ ନାମକ ଏକ କମ୍ପାନୀକୁ ବିକ୍ରୟ କରିଥିଲେ ବୋଲି ଦାବି କରିଥିଲେ ।

ନେହାଲ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଜଡ଼ିତ 13,500 କୋଟି ଟଙ୍କା (ପ୍ରାୟ 1.9 ବିଲିୟନ ଡ଼ଲାର) ଠକେଇର ମାମଲା ଅଛି । ନେହାଲଙ୍କୁ ଭାରତକୁ ଫେରାଇ ଆଣିବାରେ ଭାରତ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ଭାରତର ଅନୁରୋଧ କ୍ରମେ ନେହାଲଙ୍କ ବିରୋଧରେ ଇଣ୍ଟରପୋଲ ଏକ ନୋଟିସ ଜାରି କରିଛି। ତେବେ ନେହେଲଙ୍କ ପ୍ରତ୍ୟାର୍ପଣ ବିଚାରାଧୀନ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.