ETV Bharat / bharat

ଲଗାତାର ତୃତୀୟ ଥର ପାଇଁ ନିରବଙ୍କ ଜାମିନ ଖାରଜ

କ୍ରମାଗତ ତୃତୀୟ ଥର ପାଇଁ ନିରବ ମୋଦି ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି 13 ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ମୋଦିଙ୍କ ଉପରେ ।

author img

By

Published : May 9, 2019, 11:05 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଣି ଥରେ ଲାଗିଲା ଜୋରଦାର ଝଟକା । କ୍ରମାଗତ ତୃତୀୟ ଥର ପାଇଁ ନିରବ ମୋଦି ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି 13 ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ମୋଦିଙ୍କ ଉପରେ ।

ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ ଏମା ଆର୍ବଥନଟ୍ ଗତକାଲି ନିରବଙ୍କ ଆବେଦନର ଶୁଣାଣି କରିଥିଲେ । କୋର୍ଟରେ ନିରବଙ୍କ ଓକିଲ ପ୍ରାୟ 18କୋଟି (20ଲକ୍ଷ ପାଉଣ୍ଡ) ଅର୍ଥରେ ଏହି ଜାମିନ୍ ଆବେଦନ କରିଥିଲେ । ଏହା ସହିତ ନିରବଙ୍କ ଓକିଲ କୋର୍ଟରେ ନିରବଙ୍କୁ ଜାମିନ ମଞ୍ଜୁର କରାଯାଉ । ଓକିଲ କ୍ଲେୟାର ମେଣ୍ଟଗୋମେରୀ ବିଚାରପତିଙ୍କୁ ୱର୍ଜସୱର୍ଥ ଜେଲ ପରିବେଶ ରହିବା ଅନୁକୂଳ ନୁହେଁ । ଜାମିନ ମଞ୍ଜୁର ପରେ ନିରବ ଲଣ୍ଡନରେ ଥିବା ନିଜ ବାସଭବନରେ 24ଘଣ୍ଟା ନଜରବନ୍ଦୀରେ ରହିବାକୁ ରାଜି ଥିବା କଥା କୋର୍ଟରେ ତାଙ୍କ ଓକିଲ ଯୁକ୍ତି ବାଢିଛନ୍ତି ।

ଶୁଣାଣି ସମୟରେ ବିଚାରପତି ଏମା ଆର୍ବଥନଟ୍ ଘୋଟଲା ରାଶି ତୁଳନାରେ ଜାମିନ ପ୍ରଦାନ ରକମ ବହୁତ କମ ଦର୍ଶାଇଛନ୍ତି । ଏହାସହ ଯଦି ନିରବଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ଆତ୍ମସମର୍ପଣ କରିବାରେ ରାଜି ହୋଇ ନପାରନ୍ତି । ଏହାକୁ ଆଖି ଆଗର ରଖି ନିରବଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଏହି ମାମଲାର ଆଗାମୀ ଶୁଣାଣି ମେ ୩୦ ତାରିଖରେ ହେବ ।

ଗତ ମାର୍ଚ୍ଚ ମାସରୁ ନିରବ ଗିରଫ ହେବା ପରଠାରୁ ଲଣ୍ଡନ ଜେଲରେ ଅଛନ୍ତି । ନିରବଙ୍କ ଓକିଲ କ୍ଲେୟାର ମେଣ୍ଟଗୋମେରୀ ତୃତୀୟ ଥର ପାଇଁ ଜାମିନ ଆବେଦନ କରିବେ । ଏହା ପୂର୍ବରୁ ନିରବ ଦୁଇ ଥର ଜାମିନ ଆବେଦନ କରିଥିଲେ । ମାତ୍ର ବିଚାରପତି ତାଙ୍କ ଜାମିନ ଆବେଦନକୁ ଦୁଇଥର ଯାକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.