ETV Bharat / bharat

ପଞ୍ଚମ ଥର ପାଇଁ ନିରବ ମୋଦିର ଜାମିନ ଆବେଦନ ଖାରଜ - ପଞ୍ଚମ ଥର ପାଇଁ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିର ପଞ୍ଚମ ଥର ଜାମିନ ଆବେଦନକୁ ବ୍ରିଟେନ କୋର୍ଟ ଖାରଜ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 5, 2020, 6:49 PM IST

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଣି ଥରେ ଲାଗିଛି ଶକ୍ତ ଝଟକା । ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ପଞ୍ଚମ ଥର ଜାମିନ ଆବେଦନକୁ ବ୍ରିଟେନ କୋର୍ଟ ଖାରଜ କରିଦେଇଛନ୍ତି ।

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଜାମିନ ଆବେଦନକୁ ଓ୍ଵେଷ୍ଟମିନିଷ୍ଟର୍ କୋର୍ଟ ପଞ୍ଚମ ଥର ପ୍ରତ୍ୟାଖ୍ୟାନ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ନୀରବ ମୋଦିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବ୍ରିଟେନରେ ଶୁଣାଣି ଚାଲିଛି ।

ଅନ୍ୟପଟେ ବମ୍ବେ ହାଇକୋର୍ଟ ବୁଧବାର ଇଡି ଦ୍ବାରା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଘରୁ ଜବତ ହୋଇଥିବା କିଛି ବିରଳ ଚିତ୍ରର ନିଲାମ ପ୍ରକ୍ରିୟା ବନ୍ଦ କରିବାକୁ ମନା କରି ଦେଇଛନ୍ତି । ଶୁକ୍ରବାର ଦିନ ଏହି ନିଲାମ ଅନୁଷ୍ଠିତ ହେବ ।

କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି ବିପି ଧର୍ମାଧିକରୀ ଏବଂ ଜଷ୍ଟିସ୍ ଏନଆର ବୋରକରଙ୍କ ଏକ ଡିଭିଜନ୍ ବେଞ୍ଚ ନୀରବ ମୋଦିଙ୍କ ପୁଅ ରୋହନ୍ ମୋଦିଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ହୀରା ବ୍ୟବସାୟୀ ନୀରବ ମୋଦି ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇରେ ଅଭିଯୁକ୍ତ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.