ETV Bharat / bharat

ଅଳିଆ ଗାଡିରେ ମୃତଦେହ ବୋହିବା ଘଟଣା, ୟୁପି ପୋଲିସକୁ ଏନଏଚଆରସିର ନୋଟିସ - ଜାତୀୟ ମାନବ ଅଧିକାର ଆୟୋଗ

ବଳରାମପୁରରରେ ଏକ ଅଳିଆ ଗାଡିରେ ମୃତଦେହ ବୋହି ନେବା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ ଉତ୍ତରପ୍ରଦେଶ ସରକାର, ପୋଲିସ ଏବଂ ବଳରାମପୁର ମ୍ୟୁନିସିପାଲ କର୍ପୋରେସନକୁ ନୋଟିସ ଜାରି କରିଛନ୍ତି।

deadbody
ୟୁପି ପୋଲିସକୁ ନୋଟିସ୍ ଜାରି କଲେ ଏନଏଚଆରସି
author img

By

Published : Jun 13, 2020, 11:33 AM IST

ଲକ୍ଷ୍ନୌ: ବଳରାମପୁରରରେ ଏକ ଅଳିଆ ଗାଡିରେ ମୃତଦେହ ବୋହି ନେବା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ ଉତ୍ତରପ୍ରଦେଶ ସରକାର, ପୋଲିସ ଏବଂ ବଳରାମପୁର ମ୍ୟୁନିସିପାଲ କର୍ପୋରେସନକୁ ନୋଟିସ ଜାରି କରିଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଏନଏଚଆରସି ଏନେଇ ଏକ ନୋଟିସ ଜାରି କରିଛନ୍ତି । ଅଧିକାରୀ କହିଛନ୍ତି ଯେ, ଉତ୍ତରପ୍ରଦେଶ ସଂଖ୍ୟାଲଘୁ କମିଶନ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକାଶ କରି ଜିଲ୍ଲା ପ୍ରଶାସନକୁ ନୋଟିସ୍ ପଠାଇ ଜୁନ୍ 15 ସୁଦ୍ଧା ଏହି ଘଟଣାର ଜବାବ ମାଗିଛନ୍ତି ।

ସୂଚନା ଅନୁଯାୟୀ, 42 ବର୍ଷିୟ ଅନୱାର ଅଲ୍ଲୀଙ୍କ ମୃତ୍ୟୁ ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାର ଉତ୍କଳ ବ୍ଲକ ଅନ୍ତର୍ଗତ ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଘଟିଥିଲା । ତାଙ୍କ ମୃତଦେହକୁ ମ୍ୟୁନିସିପାଲଟି କର୍ମଚାରୀ ଏକ ଅଳିଆ ଗାଡିରେ ପକେଇଦେଇଥିଲେ । ସେଠାରେ କିଛି ପୋଲିସକର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଜାତୀୟ ମାନବ ଅଧିକାର ଆୟୋଗ ବଳରାମପୁର ନଗର ନିଗମର ଅଧ୍ଯକ୍ଷ ଏବଂ ୟୁପି ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି ।

ନୋଟିସରେ କୁହାଯାଇଛି ଯେ, ଉତ୍ତରପ୍ରଦେଶ ସରକାରଙ୍କ ମୁଖ୍ୟ ସଚିବ ସମସ୍ତ ଜିଲ୍ଲା ଏବଂ ନଗର ନିଗମକୁ ଚିଠି ଲେଖି ଆବଶ୍ୟକ ନିର୍ଦ୍ଦେଶ ଜାରି କରି କୁହନ୍ତୁ ଯେ, ଯଦି ରାସ୍ତାରେ କେହି ତୁରନ୍ତ ଡାକ୍ତରୀ ସାହାଯ୍ୟ ଆବଶ୍ୟକ କରନ୍ତି ତେବେ ତାହାକୁ ଗୁରୁତର ସହ ନେଇ ତାଙ୍କୁ ସାହାଯ୍ୟ କରାଯାଉ। ଏଥିସହ ମୃତଦେହକୁ ଉପଯୁକ୍ତ ନିୟମରେ ଅନ୍ତିମ ସଂସ୍କାର କରାଯାଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.