ETV Bharat / bharat

ବେଆଇନ ଫାର୍ମ ହାଉସ ନିର୍ମାଣ ପ୍ରସଙ୍ଗ: କେଟିଆରଙ୍କୁ ଏନଜିଟିର ନୋଟିସ - NGT issued notice

କୋରୋନା ସଙ୍କଟ ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେଟିଆରଙ୍କୁ ନୋଟିସ ଜାରି କରିଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) । ସରକାରୀ ଆଦେଶ 111ର ଉଲ୍ଲଂଘନ କରି ବେଆଇନ ଭାବେ କେଟିଆର ଏହି ଫାର୍ମ ହାଉସ ନିର୍ମାଣ କରିଥିବାରୁ ଏନିଜିଟି ପକ୍ଷରୁ ଏହି ନୋଟିସ ପଠାଯାଇଛି ।

NGT issued notice telengana minister ktr
ବେଆଇନ ଫାର୍ମ ହାଉସ ନିର୍ମାଣ ପ୍ରସଙ୍ଗ: କେଟିଆରଙ୍କୁ ଏନଜିଟିର ନୋଟିସ
author img

By

Published : Jun 5, 2020, 8:45 PM IST

ହାଇଦ୍ରାବାଦ: କୋରୋନା ସଙ୍କଟ ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେଟିଆରଙ୍କୁ ନୋଟିସ ଜାରି କରିଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) । ସରକାରୀ ଆଦେଶ 111ର ଉଲ୍ଲଂଘନ କରି ବେଆଇନ ଭାବେ କେଟିଆର ଏହି ଫାର୍ମ ହାଉସ ନିର୍ମାଣ କରିଥିବାରୁ ଏନିଜିଟି ପକ୍ଷରୁ ଏହି ନୋଟିସ ପଠାଯାଇଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରେବନ୍ତ ରେଡ୍ଡି ଏନଜିଟିରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଏନଜିଟି କେଟିଆରଙ୍କ ବ୍ୟତୀତ ତେଲେଙ୍ଗାନା ସରକାର, ପିସିବି, ଏଚଏମଡିଏକୁ ମଧ୍ୟ ନୋଟିସ ଜାରି କରିଛି ।

ଏଥିସହ କେନ୍ଦ୍ରୀୟ ପରିବେଶ ରେଜିଷ୍ଟ୍ରି ଆଞ୍ଚଳିକ କାର୍ଯ୍ୟାଳୟର ନେତୃତ୍ୱରେ ଏନଜିଟି ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ଗଠନ କରିଛି । ଯେଉଁଥିରେ ତେଲେଙ୍ଗାନା ପିସିବି, ଜିଏଚଏମସି, ଜଳ କାର୍ଯ୍ୟକର୍ତ୍ତା,ଏଚଏମଡିଏ ଏବଂ ରଙ୍ଗାରେଡ୍ଡି ଜିଲ୍ଲାପାଳ ମଧ୍ୟ ସାମିଲ ହେବେ । ଉକ୍ତ କମିଟିକୁ ଏହାର ରିପୋର୍ଟ 2 ମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ଏନଜିଟି ଏହା ମଧ୍ୟ କହିଛି ଯେ, କେଟିଆର ଫାର୍ମ ହାଉସ ଯାଞ୍ଚ ସହ 2018ରେ ଏନଜିଟି ନିଷ୍ପତ୍ତିରେ ସରକାରୀ ଆଦେଶର କେସ 111ର ପାଳନ ହୋଇଛି କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯିବା ଉଚିତ୍ । ଏହାପୂର୍ବରୁ ହ୍ରଦ ନିକଟରେ ଫାର୍ମ ହାଉସ ନିର୍ମାଣ କରିବା ପାଇଁ ଏକ ଡ୍ରେନକୁ ଅକ୍ତିଆର କରିଥିବା ଅଭିଯୋଗ ଆଣିଥିଲା କଂଗ୍ରେସ ।

କଂଗ୍ରେସ ନେତା ରେବନ୍ତ ରେଡ୍ଡି ଅଭିଯୋଗ କରିଛନ୍ତି ଯେ 1 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ତିନି ମହଲା ବିଶିଷ୍ଟ ଏହି ଫାର୍ମ ହାଉସରେ ପରିବେଶ ସହ ଜଡିତ ନିୟମର ଉଲ୍ଲଂଘନ କରାଯାଇଛି ।

ପ୍ରକାଶ ଥାଉ କି ଗତ ମାର୍ଚ୍ଚ 5ରେ ରେବନ୍ତ ରେଡ୍ଡିଙ୍କୁ ଉକ୍ତ ଫାର୍ମ ହାଉସ ଉପରେ ଡ୍ରୋନ୍ ଉଡାଇବା ଅଭିଯୋଗରେ ଗିରଫ କରାଯାଇଥିଲା । 14 ଦିନ ଜେଲରେ ରହିବା ପରେ ମାର୍ଚ୍ଚ 18ରେ ତାଙ୍କୁ ଜାମିନରେ ଅଣାଯାଇଥିଲା । ବର୍ତ୍ତମାନ ରେଡ୍ଡି ମ୍ୟୁନିସିପାଲିଟି କର୍ପୋରେସନ ମନ୍ତ୍ରୀ ପଦରୁ କେଟିଆରଙ୍କୁ ହଟାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ସେ ଉକ୍ତ ପଦବୀରେ ରହିବେ ତେବେ ଏହାର ପ୍ରଭାବ ତଦନ୍ତ ଉପରେ ପଡିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.