ETV Bharat / bharat

ଏଫ 1 ଛାତ୍ର ଭିସାରେ ନୂଆ କଟକଣା; ଭାରତୀୟ ଛାତ୍ରଙ୍କ ଉପରେ ଏହାର ପ୍ରଭାବ

author img

By

Published : Jul 12, 2020, 12:54 AM IST

କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ବରେ ଯାତାୟତ ଉପରେ କଟକଣା ଲାଗିଥିବା ବେଳେ ଭିସା ସେବା ଉପରେ କଟକଣା ଲଗାଇଛି ଆମେରିକା । ତେବେ ଏହି କଟକଣାରୁ ବାଦ ପଡିନି ଏଫ 1 ଛାତ୍ର ଭିସା । ଯାହାର ଭାରତୀୟ ଛାତ୍ରଙ୍କ ଉପରେ ପଡିଛି ବିଶେଷ ପ୍ରଭାବ ।

Visa, visa restriction in america, international students of american university, effect of visa restriction on indian students, f1 student visa restriction, f1 student visa, ଭିସା, ଆମେରିକାରେ ଭିସା କଟକଣା, ଆମେରିକା ୟୁନିଭର୍ସିଟିରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ଭିସା କଟକଣା ପ୍ରଭାବ, ଏଫ 1 ଛାତ୍ର ଭିସା କଟକଣା, ଏଫ 1 ଛାତ୍ର ଭିସା
ଏଫ 1 ଛାତ୍ର ଭିସାରେ ନୂଆ କଟକଣା; ଭାରତୀୟ ଛାତ୍ରଙ୍କ ଉପରେ ଏହାର ପ୍ରଭାବ

ହାଇଦ୍ରାବାଦ: କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ବରେ ଯାତାୟତ ଉପରେ କଟକଣା ଲାଗିଥିବା ବେଳେ ଭିସା ସେବା ଉପରେ କଟକଣା ଲଗାଇଛି ଆମେରିକା । ଏହି କଟକଣା ମୁତାବକ ପ୍ରତ୍ୟେକ ଭିସାରେ କିଛି ନୂଆ କଟକଣା ଲାଗୁ ହୋଇଛି । ତେବେ ଏହି କଟକଣାରୁ ବାଦ ପଡିନି ଏଫ 1 ଛାତ୍ର ଭିସା । ଯାହାର ଭାରତୀୟ ଛାତ୍ରଙ୍କ ଉପରେ ପଡିଛି ବିଶେଷ ପ୍ରଭାବ ।

ଜାଣନ୍ତୁ କ’ଣ ଏଫ 1 ଛାତ୍ର ଭିସା:

  • ମୁଖ୍ୟତଃ ଏଫ 1 ଭିସା ଅନ୍ତର୍ଜାତୀୟ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ । ଆମେରିକୀୟ କଲେଜ ବା ୟୁନିଭର୍ସିଟିରେ ଯେଉଁମାନେ ଇଂରାଜୀ ଭାଷାରେ ଅଧ୍ୟୟନ କରିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ଏହି ଭିସା ଲାଗୁ କରାଯାଏ ।
  • ଏଫ 1 ଭିସା ଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ ଟାଇମ ଷ୍ଟାଟସ ପାଇଁ ସର୍ବନିମ୍ନ କୋର୍ସ ଗ୍ରହଣ କରିବାକୁ ହୋଇଥାଏ । ସେମାନେ ଆମେରିକାରେ ପଢା ଶେଷ ପରେ ଅତିରିକ୍ତ 60 ଦିନ ପର୍ଯ୍ୟନ୍ତ ରହିପାରିବେ । ନଚେତ୍‌ ସେମାନେ ଚାହିଁଲେ ଓପିଟି ପ୍ରୋଗ୍ରାମ ଅଧିନରେ ପୁଣି ଏକ ନୂଆ ଅବଦ୍ଧି ପାଇଁ ରହିବାକୁ ଭିସାରେ ଆପ୍ଲାଏ କରିପାରିବେ ।

ଆମେରିକା ଅନଲାଇନଲ କ୍ଲାସ ପାଇଁ ଏହି ଭିସା ନବୀକରଣ କରିବ ନାହିଁ ବୋଲି ଗଣମାଧ୍ୟମରେ ଚାଲିଥିବା ପ୍ରଚାର କେତେ ଦୂର ଯୁକ୍ତିଯୁକ୍ତ:

  • ଜୁଲାଇ 7ରେ ଆମେରିକା ଏକ ବିଧିବଦ୍ଧ ଘୋଷଣାରେ କହିଥିଲା କି ଅନଲାଇନ କ୍ଲାସରେ ଫୁଲ ଟାଇମ କୋର୍ସ କରୁଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଭିସା ନବୀକରଣ କରିବ ନାହିଁ ।
  • ଏହି ନୂଆ କଟକଣା ମୁଖ୍ୟତଃ ଏକାଡେମିକ କୋର୍ସ କରୁଥିବା ଏଫ 1 ଛାତ୍ରଛାତ୍ରୀ ଓ ଭୋକେସନ କୋର୍ସୱାର୍କ କରୁଥିବା ଏମ 1 ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବା ନେଇ ସ୍ପଷ୍ଟ କରାଯାଇଥିଲା ।

ଏଫ 1 ଭିସାରେ କ’ଣ ରହିଛି ନୂତନତ୍ବ:

  • ନୂଆ ନିର୍ଦ୍ଦେଶ ମୁତାବକ ଯେଉଁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସରେ ପାଠ ପଛୁଛନ୍ତି ସେମାନଙ୍କ ଭିସା ନବୀକରଣ କରାଯିବ ନାହିଁ ।
  • ଏଫ 1 ଛାତ୍ରଛାତ୍ରୀ ଯେଉଁମାନେ ଏକାଡେମିକ କୋର୍ସ କରୁଛନ୍ତି ଓ ଏମ 1 ଛାତ୍ରଛାତ୍ରୀ ଯେଉଁମାନେ ଭୋକେସନ କୋର୍ସ କରୁଛନ୍ତି ସେମାନଙ୍କ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ସେମାନଙ୍କ ଇମିଗ୍ରେସନ ପ୍ରକ୍ରିୟା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଯଦି ସେମାନେ ଆମେରିକା ନଛାଡନ୍ତି । ସେପଟେ ଏଫ 1 ଛାତ୍ରଛାତ୍ରୀମାନେ ଫୁଲ ଟାଇମ ଷ୍ଟାଟସ ବଜାୟ ରଖିବାକୁ ହେଲେ ସର୍ବନିମ୍ନ କୋର୍ସ ଲୋଡ ନେବାକୁ ହେବ ବୋଲି ମଧ୍ୟ କୁହାଯାଇଥିଲା ।
  • ସେମାନେ ଚାହିଁଲେ ନିଜ କୋର୍ସ ସରିବା ପରେ 60 ଦିନ ଅତିରିକ୍ତ ସମୟ ଯାଏଁ ରହିପାରିବେ । ଏନେଇ ଭିସା ନବୀକରଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଆପ୍ଲାଏ କରିବାକୁ ହେବ ଓ ଏହାକୁ ଅନୁମତି ମଧ୍ୟ ମିଳିବା ଦରକାର ।

ଏହି ନିୟମରେ ପରିବର୍ତ୍ତନ ଭାରତୀୟଙ୍କ ପାଇଁ କାହିଁକି ଚିନ୍ତାର କାରଣ:

ଆମେରିକାରେ ଅଧ୍ୟୟନରତ ଅଧିକାଂଶ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଭାରତରୁ ହୋଇଥିବାରୁ ଏହି ନୂଆ ନିୟମ ଭାରତୀୟଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।

2019ରେ ଆମେରିକାରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା:

  • ଚୀନରୁ 369,548 ଛାତ୍ରଛାତ୍ରୀ
  • ଭାରତରୁ 202,014 ଛାତ୍ରଛାତ୍ରୀ
  • ଦକ୍ଷିଣ କୋରିଆରୁ 52,250 ଛାତ୍ରଛାତ୍ରୀ

ଚୀନ: 2018ରୁ 2019 ମଧ୍ୟରେ ଅନ୍ତର୍ଜାତୀୟ ଛାତ୍ର ସଂଖ୍ୟା 1.7 ପ୍ରତିଶତ ହ୍ରାସ ପାଇଛି ।

କୋରିଆ: ଆମେରିକାରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ 6.5 ପ୍ରତିଶତ କୋରିଆର ହୋଇଥିବା ବେଳେ ବିଗତ କିଛି ବର୍ଷ ହେବ ଏହି ସଂଖ୍ୟା ହ୍ରାସ ପାଇଛି ।

ଭାରତ: ଆମେରିକାରେ ପ୍ରାୟ 3 ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ପଢୁଥିବା ଜଣା ପଡିଛି ।

ସିନ୍ଧାନ୍ତ: 2017 ଓ 2018ର ରିପୋର୍ଟ ମୁତାବକ ଆମେରିକାରେ ପଢୁଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚୀନ, କୋରିଆ ଓ ଭାରତ ପରି ଦେଶ ସାମିଲ ରହିଛନ୍ତି । ଗୋଟିଏ ପଟେ ଚୀନ ଓ କୋରିଆନ ଦେଶର ଛାତ୍ରଛାତ୍ରୀ ସଂଖ୍ୟା କମିଥିବା ବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଇଛି ।

ଆଇସିଇ(ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ): 7 ଜୁଲାଇରେ ହୋଇଥିବା ଘୋଷଣା ମୁତାବକ ଅଣଇମିଗ୍ରାଣ୍ଟ ଏଫ 1 ଓ ଏମ 1 ଛାତ୍ରଛାତ୍ରୀମାନେ ଯେଉଁମାନେ ଅନଲାଇନ କ୍ଲାସ ଦ୍ବାରା ପଢୁଛନ୍ତି ସେମାନଙ୍କୁ ଫୁଲ ଷ୍ଟାଟସ ବଜାୟ ରଖିବା ପାଇଁ ଅଧିକ ବା ଫୁଲ ଅନଲାଇନ କୋର୍ସ ନେବାର ଆବଶ୍ୟକତା ନାହିଁ ।

କେବଳ କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀ ଯେଉଁମାନେ ହାଉବ୍ରିଡ କୋର୍ସ ପାଇଁ ଏନରୋଲ କରିଛନ୍ତି ଓ ୟୁନିଭର୍ସିଟିମାନେ ସେମାନଙ୍କୁ ଅନଲାଇନ କ୍ଲାସ ଯୋଗାଉଛନ୍ତି ସେମାନଙ୍କୁ ଏହି କଟକଣାରୁ ବାଦ ଦିଆଯାଇଛି ।

ସର୍ତ୍ତ:

  • ଯଦି ଭାରତୀୟ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରୁଥାଆନ୍ତି ତେବେ ସେମାନଙ୍କୁ ଏଫ 1 ଭିସା ମିଳିବ ନାହିଁ ।
  • ଯଦି କୌଣସି ଛାତ୍ର ଏଫ 1 ଭିସା ସହ ପଢା ପାଇଁ ଆମେରିକା ଯିବାକୁ ଇଚ୍ଛୁକ ସେମାନଙ୍କୁ ହାଇବ୍ରିଡ କୋର୍ସ କିମ୍ବା ଅନ-କ୍ୟାମ୍ପସ କୋର୍ସ ମଧ୍ୟରୁ ଗୋଟିଏ ଚୟନ କରିବାକୁ ହେବ ।

ହାଇବ୍ରିଡ କୋର୍ସ:

ଏହି କୋର୍ସରେ ସମସ୍ତ କ୍ଲାସ ଅନଲାଇନ କରାନଯାଏ କିଛି କ୍ଲାସ ଅଫଲାଇନ ମଧ୍ୟ କରାଯିବ ।

ଆମେରିକାରେ ଏଫ 1 ଭିସା ସହ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କତ ଅସୁବିଧା:

ଏଫ 1 ଭିସା ସହ ଆମେରିକାରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଭାରତ ଫେରିବା ପରେ ସେମାନଙ୍କ ୟୁନିଭର୍ସିଟି ଅନ କ୍ୟାମ୍ପସ କ୍ଲାସ ଯୋଗାଉଛି କି ନାହିଁ ତାହା ଦେଖିବାକୁ ପଡିବ । ଯଦି ନୁହେଁ ତେବେ ସେମାନଙ୍କୁ ଅନ କ୍ୟାମ୍ପସ କ୍ଲାସ ଯୋଗାଉଥିବା ୟୁନିଭର୍ସିଟିକୁ ଟ୍ରାନ୍ସଫର କରିବାକୁ ହେବ ।

ପୂର୍ବରୁ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଆମେରିକାରେ ପଢିବା ପାଇଁ ଭିସା ଆପ୍ଲାଏ କରୁଥିବା ବେଳେ ଚଳିତବର୍ଷର ମହାମାରୀ ସ୍ଥିତି ଓ ଲାଗୁ ହୋଇଥିବା କଟକଣା ପାଇଁ କମିଛି ଛାତ୍ରଛାତ୍ରୀଙ୍କ ସଂଖ୍ୟା ।

ବିଶେଷ ଟିପ୍ପଣୀ: ଯଦି କୌଣସି ଛାତ୍ରଛାତ୍ରୀ ଏହି ନିୟମକୁ ଉଲଙ୍ଘନ କରନ୍ତି ତେବେ ସେମାନଙ୍କୁ ଜୀବନବ୍ୟାପୀ ଆମେରିକାରେ ବାସନ୍ଦ କରାଯାଇପାରେ ।

ସମାଧାନ:

ଛାତ୍ରଛାତ୍ରୀମାନେ ହାଇବ୍ରିଡ କୋର୍ସ ଥିବା ୟୁନିଭର୍ସିଟିରେ ଆପ୍ଲାଏ କରିପାରିବେ ।

ଆମେରିକୀୟ ୟୁନିଭର୍ସିଟିର ଯୋଜନା: ହାୱାର୍ଡ ବିଜିନେସ ସ୍କୁଲର ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ଦେଶରେ ହାଇବ୍ରିଡ କୋର୍ସର ସୁବିଧା କରାଯିବା ସହିତ କେତେକ ପ୍ରଖ୍ୟାତ ୟୁନିଭର୍ସିଟି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଆଲୋଚନା:

ଇମିଗ୍ରେସନ ଆଟର୍ଣ୍ଣି ସାଇରସ ମେହତା: ଛାତ୍ରଛାତ୍ରୀମାନେ ସମସ୍ୟାରୁ ବଞ୍ଚିବାକୁ ହେଲେ ଭିଜିଟର ଷ୍ଟାଟସ ପାଇଁ ଆପ୍ଲାଏ କରିପାରିବେ । ହେଲେ ଏହା ଏକ ସ୍ଥାୟୀ ସମାଧାନ ନୁହେଁ । କାରଣ ଏହାର ଅବଧି କମ ହୋଇଥିବା ବେଳେ ଏଥିପାଇଁ ଅନୁମତି ମିଳିବା ନେଇ କୌଣସି ସ୍ଥିରତା ନାହିଁ ।

ୟୋକେଟର କୋ-ଫାଉଣ୍ଡର ତଥା ଉଚ୍ଚ ଶିକ୍ଷା ଅଧିକାରୀ ସୁମିତ ଜୈନ: ଆମେରିକୀୟ ୟୁନିଭର୍ସିଟିଗୁଡିକର ଆୟ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଉପରେ ବହୁମାତ୍ରା ନିର୍ଭର କରୁଥିବା ବେଳେ ସେମାନଙ୍କ ପାଖରେ ବର୍ତ୍ତମାନ ଦୁଇଟି ଅପ୍ସନ ରହିଛି । ପ୍ରଥମତଃ ୟୁନିଭର୍ସିଟିଗୁଡିକ ଖରାପ ପରିସ୍ଥିତି ସତ୍ତ୍ବେ କ୍ଲାସ ଆରମ୍ଭ କରିବେ କିମ୍ବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ବିକଳ୍ପ ଖୋଜିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.