ETV Bharat / bharat

ଜଳୁଛି ନୂଆଦିଲ୍ଲୀ; ସିଲମପୁର ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ

ଗତ ଦୁଇ ଦିନ ଧରି ଜଳୁଛି ରାଜଧାନୀ ଦିଲ୍ଲୀ । ତେବେ ପରିସ୍ଥିତି କେତେ ଭୟାବହ ହୋଇପଡିଛି ତାହା ମଙ୍ଗଳବାର ସ୍ପଷ୍ଟ ବାରି ହୋଇ ପଡିଥିଲା । ଯେତେବେଳେ ପରିସ୍ଥିତି ପରଖିବାକୁ ଆସି ପହଞ୍ଚିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

author img

By

Published : Feb 26, 2020, 3:18 AM IST

high tension in new delhi, nsa ajit doval in delhi, nsa ajit dival enters in delhi drama, ଦିଲ୍ଲୀ ଡ୍ରାମାରେ ଅଜିତ ଡୋଭାଲଙ୍କ ଏଣ୍ଟ୍ରି, ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଦିଲ୍ଲୀ ହିଂସାକାଣ୍ଡ
ଜଳୁଛି ନୂଆଦିଲ୍ଲୀ; ସିଲମପୁର ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜଳୁଛି ରାଜଧାନୀ ଦିଲ୍ଲୀ । ଗତ ଦୁଇ ଦିନ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଉପସ୍ଥିତ ଥିବା ସମୟରେ ହିଁ ସୃଷ୍ଟି ହୋଇଥିବା ଅରାଜକତାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ତେବେ ପରିସ୍ଥିତି କେତେ ଭୟାବହ ହୋଇପଡିଛି ତାହା ମଙ୍ଗଳବାର ସ୍ପଷ୍ଟ ବାରି ହୋଇ ପଡିଥିଲା । ଯେତେବେଳେ ପରିସ୍ଥିତି ପରଖିବାକୁ ଆସି ପହଞ୍ଚିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

ମଙ୍ଗଳବାର ବିଳମ୍ବିତ ରାତିରେ ଅଜିତ ସିଲମପୁରରେ ପହଞ୍ଚି ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଗତ ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ହିଂସାକାଣ୍ଡରେ କୌଣସି ସୁଚିନ୍ତିତ ଯୋଜନା ରହିଛି ନା ଏହାର ଉଦ୍ଦେଶ୍ୟ ଆଉ କିଛି ତାହା ତଦନ୍ତ ପରେ ହିଁ ଜଣା ପଡିବ । ସେପଟେ ବର୍ତ୍ତମାନ ସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଜିତ । ସେ ଏନେଇ ରଣନୀତି ପ୍ରସ୍ତୁତ କରୁଥିବା ଜଣା ପଡିଛି ।

ଏହା ପୂର୍ବରୁ ସେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ଏକାଠି କରୁଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.