ETV Bharat / bharat

ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାମଲାର ଶୁଣାଣି

author img

By

Published : Aug 31, 2020, 9:52 AM IST

ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ସମ୍ପର୍କିତ ଯାଚିକାର ହେବ ଶୁଣାଣି । ପରାଜିତ ପ୍ରାର୍ଥୀ ତଥା ବିଜେପି ଡ.ଏସସି ଭଟ୍ସ କୋର୍ଟରେ ଯାଚିକା ଦାଏର କରିଥିଲେ ।

ଦିଲ୍ଲୀ ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ମାମଲାର ଶୁଣାଣୀ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ହାଇକୋର୍ଟରେ ହେବ ଶକୁରବସ୍ତି ନିର୍ବାଚନ ସମ୍ପର୍କୀତ ମାମଲାର ଶୁଣାଣି । ଶକୁରବସ୍ତିରେ ନିର୍ବାଚନରେ ହାରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଯାଚିକା ଦାଏର କରିଥିଲେ ବିଜେପି ନେତା ଡ.ଏସସି ଭଟ୍ସ । ତେବେ ଜଷ୍ଟିସ ମୁକ୍ତା ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ସୂଚନା ଅନୁସାରେ, ଶକୁରବସ୍ତିରେ ପ୍ରତିଦ୍ବନ୍ଦୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ହାରିଥିଲେ ଏସସି । ଏହି ନିର୍ବାଚନ ଫଳାଫଳକୁ ରଦ୍ଦ ଘୋଷଣା କରି ଏସସିଙ୍କୁ ବିଜୟୀ ଘୋଷଣା ଦାବିରେ ଭଟ୍ସଙ୍କ ଓକିଲ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ । ଏହାସହ ନିର୍ବାଚନ ଅଧିକାରୀଙ୍କ ଠାରୁ ନିର୍ବାଚନ ସମ୍ପର୍କିତ ଦସ୍ତାବିଜ ମଗାଇବା ପାଇଁ ଦାବି କରିଥିଲେ ।

ଏହି ଯାଚିକାରେ କୁହାଯାଇଛି କି, ସତ୍ୟେନ୍ଦ୍ର ଜୈନ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ବିଷୟରେ ସେ ବାସ୍ତବ ତଥ୍ୟ ପ୍ରଦାନ କରି ନାହାନ୍ତି । ଏହାସହ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ମଧ୍ୟ ଅଭିଯୋଗ ଆସିଛି ତାଙ୍କ ନାଁରେ । ଏହାସହ ଯାଚିକାରେ ଏହାମଧ୍ୟ ଉଲ୍ଲେଖ କରାଯାଇଛି କି, ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟରେ ଦୁଇଜଣଙ୍କ ମଧ୍ୟରେ ସମାନ ଲଢେଇ ହୋଇଥିଲା । ଦୁଇଜଣଙ୍କ ମଧ୍ୟରେ ମାତ୍ର 7592 ଭୋଟର ବ୍ୟବଧାନ ରହିଥିଲା ।

ସତ୍ୟନ୍ଦ୍ର ଜୈନ ବିଧାନସଭା ନିର୍ବାଚନ ସମୟରେ ଜନପ୍ରତିନିତ୍ବ ଆଇନର ଧାରା 123 (1) (2) (6) ଓ (8)ର ଅପବ୍ୟବହାର କରିଛନ୍ତି । ନିର୍ବାଚନ ଆଚରଣ ବିଧି ସେ ଉଲ୍ଲଂଘନ କରିଥିବା ଥିବା ନେଇ ଯାଚିକାରେ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.