ETV Bharat / bharat

କୋରୋନାର ନୂଆ ଷ୍ଟ୍ରେନ: ଭାରତରୁ 25 ଜଣ ପଜିିଟିଭ - ଭାରତରୁ 25 ଜଣ କୋରୋନା ପଜିିଟିଭ

ଭାରତରେ 25 ଜଣ ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଦେଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ଯମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋରୋନାର ନୂଆ ଷ୍ଟ୍ରେନ: ଭାରତରୁ 25 ଜଣ ପଜିିଟିଭ

author img

By

Published : Dec 31, 2020, 9:59 PM IST

ନୂଆଦିଲ୍ଲୀ: ଜଣ ଚୀନ୍ ପରେ ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା । ବର୍ତ୍ତମାନ ସମୟରେ ଯେଉଁମାନେ ବ୍ରିଟେନରୁ ଭାରତକୁ ଫେରୁଛନ୍ତି ସେମାନଙ୍କ ନିକଟରେ କୋରୋନା ସଂକ୍ରମଣ ଦେଖାଯାଉଛି । ଯାହା ଚିନ୍ତାର ମୁଖ୍ୟ କାରଣ ସାଜିଛି । ଏହାରି ମଧ୍ୟରେ 25 ଜଣ ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଦେଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ଯମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମୋଟ 25 ବ୍ରିଟେନ ଫେରନ୍ତାଙ୍କୁ କୋରୋନା ଚିହ୍ନଟ କରାଯାଇ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ହେଲେ ଏହି କୋରୋନା ଭୂତାଣୁ ନୂଆ ଷ୍ଟ୍ରେନ କି ନା ତାହା ଜଣାପଡିନଥିଲା । ତେବେ ସେମାନଙ୍କର ପୁଣି କୋରୋନାର ନୂଆ ଷ୍ଟ୍ରେନ ପରୀକ୍ଷା କରାଯିବା ପରେ 20 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ସହ ନୂଆରେ 5 ଜଣଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ।

ଏହୁ ନୂଆ 5ଟି ମାମଲା ମଧ୍ୟରୁ 4 ଜଣ ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ରେ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ଆଇଜିବି) ରେ ଚିହ୍ନଟ ହୋଇଛନ୍ତି । ବାକି ସମସ୍ତେ ନିଜର ସମ୍ପର୍କୀୟଙ୍କ ସଂସ୍ପର୍ଷରେ ଆସି କିମ୍ବା ଯାତ୍ରା ସମୟରେ ସଂକ୍ରମିତ ହୋଇଛନ୍ତି ।

ତେବେ ନୂତନ କୋରୋନା ଷ୍ଟ୍ରେନକୁ ଦେଖି ସମସ୍ତ ରାଜ୍ୟସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ । ପରିସ୍ଥିତିକୁ ସାବଧାନତାର ସହ ଅବଲମ୍ବନ କରିବା, ପ୍ରତ୍ୟକ ଦିନ ଟେଷ୍ଟିଂ ଜାରି ରଖିବା, କଣ୍ଟେଣ୍ଟମେଣ୍ଟ ଜୋନକୁ ପୁଣି ସକ୍ରିୟ କରିବା, INSACOG ଲ୍ୟାବରେ ନମୂନା ପଠାଇବା, ନମୁନାଗୁଡ଼ିକର ଉନ୍ନତ ନିରୀକ୍ଷଣ, ନିୟମିତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

ତେବେ କୋରୋନାର ନୂଆ ଷ୍ଟ୍ରେନ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଚ୍ରେଲିଆ, ଇଟାଲ, ସ୍ବିଡେନ, ଫ୍ରାନ୍ସ, ସ୍ପେନ, ସ୍ବିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନୋନ ଏବଂ ସିଙ୍ଗାପୁରରେ ଦେଖିବାକୁ ମିଳିଛି ।

ମନ୍ତ୍ରଣାଳୟ କହିଛି ଯେ ନଭେମ୍ବର 25 ରୁ ଡିସେମ୍ବର 23 ମଧ୍ୟରାତ୍ରିରେ ପ୍ରାୟ 33,000 ଯାତ୍ରୀ ବ୍ରିଟେନରୁ ବିଭିନ୍ନ ଭାରତୀୟ ବିମାନବନ୍ଦରରେ ଅବତରଣ କରିଥିଲେ । ଏହି ସମସ୍ତ ଯାତ୍ରୀଙ୍କୁ ଟ୍ରାକିଂ କରାଯାଇ ରାଜ୍ୟ ଏବଂ UTs ଦ୍ୱାରା RT-PCR ପରୀକ୍ଷା କରାଯାଉଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.