ନୂଆଦିଲ୍ଲୀ: ଡ୍ରଗ୍ ଫାର୍ମ ବିଡିଆର ଫାର୍ମାସ୍ୟୁଟିକାଲ୍ସ ବୁଧବାର କହିଛି ଯେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଲଞ୍ଚ କରିଛି । ଯାହାର ଭାରତରେ ଟ୍ୟାବଲେଟ୍ ପିଛା ମୂଲ୍ୟ 63 ଟଙ୍କା ରହିଛି ।
ବିଡିଆର ଫାର୍ମାସ୍ୟୁଟିକାଲ୍ସ ଏକ ବିବୃତ୍ତିରେ କହିଛି, ଆମ କମ୍ପାନୀ ଏକ ରୋଗୀ ସହାୟତା କାର୍ଯ୍ୟକ୍ରମ ମଧ୍ୟ ଆଣିବାକୁ ଯାଉଛି । ଯେଉଁଥିରେ ସେହି ରୋଗୀ ଏବଂ ଅନୁଷ୍ଠାନଗୁଡିକୁ ଅନୁମତି ଦିଆଯିବ । ଯେଉଁମାନଙ୍କ ପାଖରେ ସବସିଡି ଦରରେ ଔଷଧ କିଣିବାକୁ ସିମୀତ ସମ୍ବଳ ଥିବ ।
ବିଡିଆର ଫାର୍ମକୁ କୋରୋନାର ସାମାନ୍ୟରୁ ମଧ୍ୟମ ଲକ୍ଷଣ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଫାଭିପିରାଭିର ଉତ୍ପାଦନ ପାଇଁ ଡିସିଜିଆଇ ପକ୍ଷରୁ ଅନୁମୋଦନ ମିଳିଛି । ଏହି ଔଷଧ ବିଡିଏଫଏଭିଆଇ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି।
ବିଡିଆର ଫାର୍ମାସ୍ୟୁଟିକାଲ୍ସ ସିଏମଡି ଧର୍ମେଶ ଶାହା କହିଛନ୍ତି, ଏହି ମହାମାରୀରେ ରୋଗୀଙ୍କୁ ସାହାଯ୍ୟ କରିବା ଏବଂ କୋରୋନା ବିରୋଧରେ ଭାରତର ଲଢେଇକୁ ସମର୍ଥନ କରିବାରେ ଆମ କମ୍ପାନୀ ସର୍ବଦା ଆଗରେ ଅଛି । ଏଥିସହ କମ୍ପାନୀ 200 ଏମଜି ଶକ୍ତିରେ ଫାଭିପିରାଭିର ଟାବଲେଟ୍ ବିକଶିତ କରିଛି ବୋଲି ସେ କହିଛନ୍ତି ।