ETV Bharat / bharat

କର୍ଣ୍ଣାଟକ: ବୁଧବାର ବାଚସ୍ପତି ନିର୍ବାଚନ - ରମେଶ କୁମାରଙ୍କ ଇସ୍ତଫା

କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପଦରୁ କେଆର ରମେଶ କୁମାରଙ୍କ ଇସ୍ତଫା ପରେ ବୁଧବାର ନୂଆ ବାଚସ୍ପତି ପାଇଁ ନିର୍ବାଚନ ହେବ।

ଫଟୋ ସୌଜନ୍ୟ:ଏଏନଆଇ
author img

By

Published : Jul 29, 2019, 10:20 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ନୂଆ ବାଚସ୍ପତି ପାଇଁ ଆସନ୍ତା ବୁଧବାର ନିର୍ବାଚନ ହେବ। ଏନେଇ ରାଜ୍ୟ ବିଧାନସଭା ସଚିବ ଏମ କେ ବିଶାଲକ୍ଷି ସୂଚନା ଦେଇଛନ୍ତି । ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଗୃହ ସଦସ୍ୟଙ୍କୁ ଏକ ପ୍ରସ୍ତାବ ପତ୍ର ସହ ନିଜ ନାମାଙ୍କନ ପତ୍ର ପ୍ରସ୍ତୁତ କରିବାକୁ ସେ କହିଛନ୍ତି ।

ତେବେ ବାଚସ୍ପତି ପଦ ପାଇଁ କିଛି ନାମ ଉପରେ ଚର୍ଚ୍ଚା ହେଉଥିଲେ ସୁଦ୍ଧା ବିଜେପି ପକ୍ଷରୁ ଏନେଇ ପୃଷ୍ଟି କରାଯାଇନାହିଁ ।

ସୂଚନା ଯୋଗ୍ୟ ଯେ, ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରପ୍ପାଙ୍କ ଆସ୍ଥା ଭୋଟ ଜିତିବା ପରେ ବିଧାନସଭା ଅଧ୍ୟକ୍ଷ କେଆର ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

Intro:Body:

PRIYA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.