ETV Bharat / bharat

କାଉଡିଆଙ୍କ ପାଇଁ ଆପ୍‌ - kawad yatra management

କାଉଡିଆଙ୍କ ପାଇଁ ଆସିଛି ନୂଆ ଆପ୍‌ । କାଉଡିଆମାନେ ପାଣି ଭାର ନେଇ ଯିବା ସମୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାର ସମାଧାନ ପାଇଁ ଅଭିନବ ପଦକ୍ଷେପ ନେଇଛି ଉତ୍ତରପ୍ରଦେଶ ମିରଟର ପ୍ରଶାସନ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 23, 2019, 5:07 PM IST

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ଲାଗିଥାଏ କାଉଡିଆଙ୍କ ଭିଡ । ହେଲେ କାଉଡିଆମାନେ ପାଣି ଭାର ନେଇ ଯିବା ସମୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ସେହି ସମସ୍ୟାର ସମାଧାନ କରିବାକୁ ଏକ ଅଭିନବ ପଦକ୍ଷେପ ନେଇଛି ଉତ୍ତରପ୍ରଦେଶ ମିରଟର ପ୍ରଶାସନ । କାଉଡିଆଙ୍କ ପାଇଁ ଆସିଛି ନୂଆ ଆପ୍‌ । ଏହି ଆପ୍‌ ଦେବ ଏମିତି କିଛି ତଥ୍ୟ ପଢନ୍ତୁ.....

ଆପ୍‌ ର ନା 'କୱାଡ ଯାତ୍ରା ମ୍ୟାନେଜମେଣ୍ଟ' । ଯାହା ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ ହେବ । ତେବେ କାଉଡିଆଙ୍କ ଯାତ୍ରା ସମୟରେ ନିକଟରେ ଥିବା କ୍ୟାମ୍ପ, ଜଳ, ଶୌଚାଳୟ, ମେଡିକାଲ, ପୋଲିସ ହେଲ୍ପଲାଇନ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ଏହି ଆପ୍‌ ସୂଚନା ଦେବ । ଉତ୍ତରପ୍ରଦେଶ ମିରଟରେ ଏମିତି ଏକ ଆପ୍‌ର ଡିଜାଇନ କରାଯାଇଛି । ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଏହି ଆପ ଡାଉନଲୋଡ କରିବାକୁ ଉପଦେଶ ଦିଆଯାଇଛି ।

କେବଳ ସେତିକି ନୁହେଁ କାଉଡିଆଙ୍କ ପାଇଁ ହରିଦ୍ବାରରେ ଜୁଲାଇ 23ରୁ 30 ପର୍ଯ୍ୟନ୍ତ ସ୍କୁଲ କଲେଜ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହରିଦ୍ବାରରେ କାଉଡିଆଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ହେତୁ ଏପରି ନିଷ୍ପତ୍ତି ନେଇଛି ସେଠାକାର ପ୍ରଶାସନ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.