ETV Bharat / bharat

ଲିପୁଲେଖ: ଭାରତ ସେନାମୁଖ୍ୟଙ୍କ ବୟାନ ପରେ କୂଟନୈତିକ ପଦକ୍ଷେପ ଗ୍ରହଣ କରିବ ନେପାଳ - କୂଟନୈତିକ ପଦକ୍ଷେପ ଗ୍ରହଣ କରିବ ନେପାଳ

କୈଳାଶ ମାନସରୋବର ଯିବା ପାଇଁ ଉଦଘାଟନ କରାଯାଇଥିବା ରାସ୍ତାକୁ ନେପାଳ ବିରୋଧ କରିଛି । ଶୁକ୍ରବାର ସେନା ମୁଖ୍ୟ ଏମଏମ ନରୱଣେ ବୟାନ ଦେଇଥିଲେ ଯେ ମାନସରୋବର ରାସ୍ତାରେ ଲିପୁଲେଖ ପାଖ ରାସ୍ତାକୁ ବିରୋଧ କରୁଛି ନେପାଳ ।

nepal is to take diplomatic step
ଲିପୁଲେଖ:
author img

By

Published : May 18, 2020, 4:10 PM IST

ଡେରାଡୁନ: କୈଳାଶ ମାନସରୋବର ଯିବା ପାଇଁ ଉଦଘାଟନ କରାଯାଇଥିବା ରାସ୍ତାକୁ ନେପାଳ ବିରୋଧ କରିଛି । ଶୁକ୍ରବାର ସେନା ମୁଖ୍ୟ ଏମଏମ ନରୱଣେ ବୟାନ ଦେଇଥିଲେ ଯେ ମାନସରୋବର ରାସ୍ତାରେ ଲିପୁଲେଖ ପାଖ ରାସ୍ତାକୁ ବିରୋଧ କରୁଛି ନେପାଳ । ନେପାଳ କିନ୍ତୁ ଆଉ କାହା ନିର୍ଦ୍ଦେଶରେ ଏହି ପଦକ୍ଷେପ ଗ୍ରହଣ କରୁଛି ।

ସେନା ମୁଖ୍ୟଙ୍କ ଏହି ବୟାନ ପରେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ କହିଛନ୍ତି, ଲିପୁଲେଖ, କାଲାପାନୀ, ଲିମ୍ପିୟାଧୁରା ନେପାଳର ଅବିଚ୍ଛେଦ୍ୟ ଅଙ୍ଗ ଓ ଏହା ଉପରେ ଦାବି କରିବା ନେଇ କୂଟନୈତିକ ପଦକ୍ଷେପ ନିଆଯିବ। ନେପାଳ ସଂସଦର ମିଳିତ କମିଟିରେ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଉପରେ ଆଲୋଚନା ବେଳେ ଭଣ୍ଡାରୀ କହିଛନ୍ତି ଯେ ନେପାଳ ଏହି କ୍ଷେତ୍ରଗୁଡିକ ଉପରେ ଦାବି ଉପସ୍ଥାପନ କରି ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରିବ।

ନେପାଳର ଜମି ପରିଚାଳନା, ସହଯୋଗ ଓ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ନେପାଳର ଏକ ନୂତନ ମାନଚିତ୍ର ପ୍ରସ୍ତୁତ କରିଛି । କାଲାପାନି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। କ୍ୟାବିନେଟ ମନ୍ତ୍ରୀ ପଦ୍ମ ଆର୍ଯ୍ୟଲ ଏହାକୁ ଖୁବ ଶୀଘ୍ର କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରିବେ। ଗତ ବର୍ଷ ନଭେମ୍ବରରେ ଯେତେବେଳେ ଜାମ୍ମୁ କାଶ୍ମୀରର ଦୁଇ ରାଜ୍ୟ ବିଭାଜନ ହେବା ପରେ ଭାରତ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରିଥିଲା, ସେତେବେଳେ ନେପାଳ ମଧ୍ୟ ଏଥିରେ କାଲାପାନୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ବିରୋଧ କରିଥିଲା। ଏହାର ଜବାବରେ ନେପାଳ ସରକାର ମନ୍ତ୍ରଣାଳୟକୁ ଏକ ନୂତନ ମାନଚିତ୍ର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.