ETV Bharat / bharat

ଇଣ୍ଡୋ-ନେପାଳ ସୀମାରେ ତିନୋଟି ହେଲିପ୍ୟାଡ ନିର୍ମାଣ କରୁଛି ନେପାଳ

author img

By

Published : Aug 6, 2020, 6:07 PM IST

ଇଣ୍ଡୋ ନେପାଳ ସୀମାକୁ ଲାଗିଥିବା ନେପାଳ ଅଞ୍ଚଳରେ ନେପାଳ ସରକାର ତିନୋଟି ହେଲିପ୍ୟାଡ୍ ନିର୍ମାଣ କରୁଛନ୍ତି । ଗଣ୍ଡକ ନଦୀ ଠାରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏନେଇ ଭାରତର ସଏସବି ଅଧିକାରୀମାନେ ସୀମା ଅଞ୍ଚଚଳରେ ପାଟ୍ରୋଲିଂ ବୃଦ୍ଧି କରିବା ସହିତ ଉଚ୍ଚ ଅଧିକାରୀଙ୍କୁ ଏହା ଜଣାଇଛନ୍ତି ।

ଇଣ୍ଡୋ-ନେପାଳ ସୀମାରେ ତିନୋଟି ହେଲିପ୍ୟାଡ ନିର୍ମାଣ କରୁଛି ନେପାଳ
ଇଣ୍ଡୋ-ନେପାଳ ସୀମାରେ ତିନୋଟି ହେଲିପ୍ୟାଡ ନିର୍ମାଣ କରୁଛି ନେପାଳ

ପାଟଣା: ଇଣ୍ଡୋ ନେପାଳ ସୀମାକୁ ଲାଗିଥିବା ନେପାଳ ଅଞ୍ଚଳରେ ନେପାଳ ସରକାର ତିନୋଟି ହେଲିପ୍ୟାଡ୍ ନିର୍ମାଣ କରୁଛନ୍ତି । ଗଣ୍ଡକ ନଦୀ ଠାରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏନେଇ ଭାରତର ସଏସବି ଅଧିକାରୀମାନେ ସୀମା ଅଞ୍ଚଚଳରେ ପାଟ୍ରୋଲିଂ ବୃଦ୍ଧି କରିବା ସହିତ ଉଚ୍ଚ ଅଧିକାରୀଙ୍କୁ ଏହା ଜଣାଇଛନ୍ତି ।

ଭାଲମିକିନଗର ଅଞ୍ଚଳ ନିକଟରେ ଥିବା ନରସାହି ଗ୍ରାମ ଏବଂ ତ୍ରିବେଣୀ ନିକଟରେ ଦୁଇଟି ହେଲିପ୍ୟାଡ୍ ନିର୍ମାଣ କରାଯାଉଛି । ସେହିଭଳି ତୃତୀୟ ହେଲିପ୍ୟାଡ୍ ୟୁପିର ମହାରାଜଗଞ୍ଜ ଜିଲ୍ଲା ସୀମାଠାରୁ ଆଠରୁ ଦଶ କିଲୋମିଟର ଦୂରରେ ଥିବା ନେପାଳୀ ଆର୍ମି କ୍ୟାମ୍ପର ନୱାଲପାରାସି ଜିଲ୍ଲାର ଉଜ୍ଜୈନିରେ ନିର୍ମାଣ କରାଯାଉଛି ।

ଏହା ଭାରତୀୟ ଅଞ୍ଚଳରେ ଚିନ୍ତା ବଢାଇ ଦେଇଛି । ସୀମାନ୍ତ ଅଞ୍ଚଳର ନେପାଳ ହେଉଛି ଏକମାତ୍ର ଦେଶ ଯେଉଁଠି ପାସପୋର୍ଟ ବିନା ଯାତ୍ରା କରୁଥିଲେ। ଆହୁରି ମଧ୍ୟ, ଉଭୟ ଦେଶର ଲୋକମାନେ ପରସ୍ପରର ଦେଶକୁ କୌଣସି ପ୍ରତିବନ୍ଧକ ବିନା ରୋଜଗାର କରିବାକୁ ଆସୁଥିଲେ । ସେହି ଦେଶରେ ବାସିନ୍ଦାଙ୍କ ମଧ୍ୟରେ ଅନେକ ପାରିବାରିକ ସମ୍ପର୍କ ମଧ୍ୟ ରହିଥିଲା । ପୁଅ ଝିଅ ମାନେ ଆରାମରେ ବିବାହ କରୁଥିଲେ । କିନ୍ତୁ ନେପାଳ ସରକାରଙ୍କ ଏକଛତ୍ରବାଦୀ ମନୋଭାବ ହେତୁ କିଛି ଦିନ ତଳେ ଉଭୟ ପକ୍ଷରେ ବିବାଦ ଦେଖାଦେଇଛି । ଯାହା ଆଗାମୀ ସମୟରେ ଚିନ୍ତାର କାରଣ ହୋଇପାରେ ।

ଭାରତ-ନେପାଳ ସୀମାରେ ପୋଷ୍ଟ କରାଯାଇଥିବା ଏସଏସବି କମାଣ୍ଡର ରାଜେନ୍ଦ୍ର ଭରଦ୍ୱାଜଙ୍କ ସୂଚନାନୁଯାୟୀ ନେପାଳ ସୀମାରେ ହେଲିପ୍ୟାଡ ନିର୍ମାଣକୁ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଦିଆଯାଇଛି । ଏବଂ ପେଟ୍ରୋଲିଂକୁ ମଧ୍ୟ ବଢାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.