ETV Bharat / bharat

ନେପାଳୀ ସୈନ୍ୟଙ୍କ ନିଆରା ଜନସେବା, ଟର୍ଣ୍ଣାଡୋ ପୀଡିତଙ୍କ ପାଇଁ ଜନତା ଆଓ୍ବାସ - ନେପାଳୀ ଯବାନ

ନେପାଳୀ ଯବାନ ଟର୍ଣ୍ଣାଡୋ ପୀଡିତଙ୍କ ପାଇଁ ନିର୍ମାଣ କରୁଛନ୍ତି ଜନତା ଆଓ୍ବାସ । ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଘର ସବୁ ନିର୍ମାଣ କରୁଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 5, 2019, 6:52 AM IST

କାଠମାଣ୍ଡୁ: ନେପାଳୀ ଯବାନଙ୍କ ନିଆରା ଜନସେବା । ଟର୍ଣ୍ଣାଡ଼ୋ ପୀଡ଼ିତଙ୍କ ପାଇଁ ନିର୍ମାଣ କରୁଛନ୍ତି ଜନତା ଆଓ୍ବାସ । ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଘର ସବୁ ନିର୍ମାଣ କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସବୁ କାର୍ଯ୍ୟରେ ଯବାନମାନେ ନିୟୋଜିତ ହୋଇଛନ୍ତି । ଆଉ ଏହି ଘର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଶିଳାନ୍ୟାସ କରିଛନ୍ତି ।

ମିଳିଥିବା ସୂଚନାମୁତାବକ ଟର୍ଣ୍ଣାଡ଼ୋରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ନେପାଳ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ବାରା ଓ ପର୍ସା ଜିଲ୍ଲାରେ ଏହି ସବୁ ଗୃହ ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଟ 1453ଟି ଘର ନିର୍ମାଣ କରାଯିବ । ବାରା ଜିଲ୍ଲାରେ 1362 ଟି ଘର ଓ ପର୍ସା ଜିଲ୍ଲାରେ 91 ଟି ଘର ନିର୍ମାଣ କରାଯିବ ।

ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ବ ନେପାଳୀ ଯବାନମାନଙ୍କୁ ଦିଆଯାଇଛି । ସେମାନେ ସେମାନଙ୍କ ତତ୍ତ୍ବବଧାନରେ ନୀରିକ୍ଷଣ କରିବେ । ସେମାନେ ଏହି କାର୍ଯ୍ୟକୁ 3ଟି ପର୍ଯ୍ୟାୟରେ ସାରିବେ । ପ୍ରଥମ ପର୍ଯ୍ୟାୟରେ ଜୁନ 9 ସୁଦ୍ଧା 482ଟି, ଦ୍ବିତୀୟ ପର୍ଯ୍ୟାୟରେ ଜୁଲାଇ 13 ସୁଦ୍ଧା 482ଟି ଓ ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ 15 ସୁଦ୍ଧା ଅବଶିଷ୍ଟ ଘର ଶେଷ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ମାର୍ଚ୍ଚ ମାସ ଶେଷ ଆଡ଼କୁ ନେପାଳ ଟର୍ଣ୍ଣାଡ଼ୋ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘୂର୍ଣ୍ଣିଝଡ଼ରେ ବାରା ଓ ପର୍ସା ଜିଲ୍ଲା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ସରକାର 847 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.