ETV Bharat / bharat

NEET ଆଶାୟୀଙ୍କୁ ଆଉ ଏକ ସୁଯୋଗ, ଅକ୍ଟୋବର 14ରେ ପରୀକ୍ଷା - NEET ଆଶାୟୀ

ମହାମାରୀ କୋରୋନା ସଂକ୍ରମଣ କାରଣରୁ ଯେଉଁ ଆଶାୟୀ ପରୀାର୍ଥୀ ପରୀକ୍ଷା ଦେବାକୁ ଯାଇପାରିନଥିଲେ ସେମାନଙ୍କୁ ମିଳିବ ଆଉ ଏକ ସୁଯୋଗ । ଅକ୍ଟୋବର 14ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଅଧିକ ପଢନ୍ତୁ...

NEET ଆଶାୟୀଙ୍କୁ ଆଉ ଏକ ସୁଯୋଗ, ଅକ୍ଟୋବର 14ରେ ପରୀକ୍ଷା

author img

By

Published : Oct 12, 2020, 7:41 PM IST

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆଶ୍ବସ୍ତିକର ଖବର । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଯେଉଁ ଆଶାୟୀ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇପାରିନଥିଲେ ସେମାନଙ୍କୁ ମିଳିବ ଆଉ ଏକ ସୁଯୋଗ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ପରୀକ୍ଷା ଅକ୍ଟୋବର 14ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

ଅନ୍ୟପକ୍ଷେ ଚଳିତ ଥର ନିଟ ପରୀକ୍ଷା ଫଳ ଅକ୍ଟୋବର 16ରେ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସୋମବାର ଏହି ପରୀକ୍ଷାଫଳ ଘୋଷଣା ନେଇ ଅନୁମାନ କରାଯାଉଥିଲା । ହେଲେ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ସେପ୍ଟେମ୍ବର 13 ରେ ସମୁଦାୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 90 ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ପାଇଁ ଦେଶରେ 3,800ରୁ ଅଧିକ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.