ନୂଆଦିଲ୍ଲୀ: ନିଟ ପରୀକ୍ଷାକୁ ଚିନ୍ତା ପ୍ରକଟ କରିଛି ଏନଟିଏ । ଏନଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଗୁରୁବାର ଦିନ ସୁପ୍ରିମକୋର୍ଟକୁ କହିଛି ଯେ, ନିଟ ପରୀକ୍ଷା ଅଫଲାଇନ ହେଉ ଥିବାରୁ ବିଦେଶରେ କରିବା ସମ୍ଭବ ନୁହେଁ ।
ପରୀକ୍ଷାର ସ୍ବଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ପରୀକ୍ଷାରେ କେନ୍ଦ୍ରରେ ଗୋଟିଏ ଦିନରେ ଓ ଗୋଟିଏ ସିଫ୍ଟରେ ପରୀକ୍ଷା କରାଯାଏ । ତେବେ ମହାମାରୀ ସମୟରେ ଏନଟିଏ ପାଇଁ ବର୍ତ୍ତମାନ ଚ୍ୟାଲେଞ୍ଜ ସୃଷ୍ଟି କରିବ ବିଦେଶରେ ପରୀକ୍ଷା କରିବା । ତେବେ ଅନଲାଇନ ପରୀକ୍ଷା କରିବାକୁ ନେଇ ଏନଟିଏ ଏମସିଆଇର ପରାମର୍ଶ ନେଇଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ ମଧ୍ୟ କହିଛି ଭାରତ ବାହାରେ ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ । ଏମସିଆଇ କହିଛି ଯେ, 2020 ନିଟ ପରୀକ୍ଷା MCQ ଫର୍ମାଟରେ କରାଯିବ ଓ ସମସ୍ତ ପରୀକ୍ଷାର୍ଥଙ୍କ ପାଇଁ ସମାନତା ବଜାୟ ରଖିବା ଅନଲାଇନ ମାଧ୍ୟମରେ ସମ୍ଭବପର ନୁହେଁ ।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟରେ ଏନଟିଏ ଦର୍ଶାଇଛି ଯେ, ପ୍ରଶ୍ନପତ୍ର ଓ ଅନ୍ୟାନ୍ୟ ପରୀକ୍ଷା ସାମଗ୍ରୀଗୁଡିକୁ ଏନଟିଏ ମୁଖ୍ୟାଳୟରୁ ଅନେକ ସ୍ଥାନକୁ ପଠାଯିବ । ଏଥିପାଇଁ ଯତ୍ନଶୀଳ ଓ ନିରାପଦ ଯୋଜନାର ଆବଶ୍ୟକତା ରହିଛି । କାରଣ ଠିକ ସମୟରେ ସମସ୍ତ ପରୀକ୍ଷାକେନ୍ଦ୍ରରେ ସମାନ ବିତରଣ ଯେପରି ହୋଇ ପାରିବ ।
ଗଲ୍ଫ ଦେଶର ପରୀକ୍ଷାର୍ଥଙ୍କ ଅଭିଭାବକଙ୍କ ଦ୍ବାରା ଏକ ପିଟିସନ ଦାଖଲ କରାଯାଇଛି । ଏହାକୁ ଆଧାର କରି ଏନଟିଏ ଏହି ଆଫିଡେଭିଟ ଦାଖଲ କରିଛି । ତେବେ ପଟିସିନରେ କୁହାଯାଇଛି ଯେ, ମହାମାରୀ ଯୋଗୁଁ ବର୍ତ୍ତମାନ ଭାରତ ଆସି ପାରିବେ ନାହିଁ ବିଦେଶରେ ଥିବା ପରୀକ୍ଷାର୍ଥୀ । ସେନେଇ ଗଲ୍ଫ ଦେଶରେ ଅଧିକ ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯାଉ। ଏଥିସହ ନିବେଦନ କରାଯାଇଛି ଯେ, 4000 ପ୍ରାର୍ଥୀଙ୍କ ପରୀକ୍ଷା ମହାମାରୀ ଠିକ ନହେବା ଯାଏଁ ସ୍ଥଗିତ ରଖାଯାଉ ।