ETV Bharat / bharat

କୋରୋନାକୁ କାଟିବ ନିମ, ଭାରତରେ ହେବ ମାନବ ପରୀକ୍ଷା !

author img

By

Published : Aug 20, 2020, 4:47 PM IST

କୋରୋନାକୁ ପ୍ରତିହତ କରିବା ପାଇଁ ଡାକ୍ତର ଏବଂ ଅନୁସନ୍ଧାନକାରୀ ଦଳ ଦିନରାତି ଚେଷ୍ଟା କରଉଥିବା ବେଳେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) ଓ ନିସର୍ଗ ହର୍ବସ୍ ନାମକ କମ୍ପାନୀ କୋରୋନା ସହିତ ଲଢିବାରେ ନିମ କେତେ ପ୍ରଭାବଶାଳୀ ତାହା ଏହି ଦୁଇଟି ସଂସ୍ଥା ପରୀକ୍ଷା କରିବେ । ତେବେ ଏହି ପରୀକ୍ଷା ଫରିଦାବାଦର ESIC ହସ୍ପିଟାଲରେ କରାଯିବ । ଅଧିକ ପଢନ୍ତୁ...

କୋରୋନାକୁ କାଟିବ ନିମ, ଭାରତରେ ହେବ ମାନବ ପରୀକ୍ଷା !
କୋରୋନାକୁ କାଟିବ ନିମ, ଭାରତରେ ହେବ ମାନବ ପରୀକ୍ଷା !

ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ କରିବା ପାଇଁ ଡାକ୍ତର ଏବଂ ଅନୁସନ୍ଧାନକାରୀ ଦଳ ଦିନରାତି ଚେଷ୍ଟା କରୁଛନ୍ତି । ଏହି ପ୍ରକ୍ରିୟାରେ ଆୟୁର୍ବେଦ ମଧ୍ୟ ତାର କ୍ରମାଗତ ପ୍ରୟାସ ଜାରି ରଖିଛି । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA),ନିସର୍ଗ ହର୍ବସ୍ ନାମକ ଏକ କମ୍ପାନୀ ସହିତ ବୁଝାମଣା କରିଛି । କୋରୋନା ସହିତ ଲଢିବାରେ ନିମ କେତେ ପ୍ରଭାବଶାଳୀ ତାହା ଏହି ଦୁଇଟି ସଂସ୍ଥା ପରୀକ୍ଷା କରିବେ । ତେବେ ଏହି ପରୀକ୍ଷା ଫରିଦାବାଦର ESIC ହସ୍ପିଟାଲରେ କରାଯିବ ।

AIIA ନିର୍ଦ୍ଦେଶକ ଡକ୍ଟର ତନୁଜା ନେସାରୀ ଏହି ଅନୁସନ୍ଧାନର ମୁଖ୍ୟ ପରୀକ୍ଷକ ହେବେ । ତାଙ୍କ ସହିତ ESIC ହସ୍ପିଟାଲର ଡିନ୍ ଡକ୍ଟର ଅସୀମ ସେନ୍ ମଧ୍ୟ ଯୋଗଦେବେ। ଏହି ଦଳରେ AIIA ଏବଂ ESIC ର ଆଉ 6 ଜଣ ଡାକ୍ତର ସାମିଲ ହେବେ । କୋରୋନା ସଂକ୍ରମଣ ରୋକିବାରେ ନିମ୍ ଉପାଦାନ କେତେ ପ୍ରଭାବଶାଳୀ ତାହା ଏହି ଦଳ 250 ଜଣଙ୍କ ଉପରେ ପରୀକ୍ଷା କରିବ । ଅନୁସନ୍ଧାନରେ, ଏହା ମୁଖ୍ୟତଃ ଜଣା ପଡିବ ଯେ, କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଏହି ରୋଗ ଠାରୁ ଦୂରେଇ ରଖିବାରେ ନିମ୍ କ୍ୟାପସୁଲ୍ କେତେ ପ୍ରଭାବଶାଳୀ । ଯେଉଁମାନଙ୍କ ଉପରେ ଏହି ପରୀକ୍ଷା କରାଯିବ ସେମାନଙ୍କ ଚୟନ ଆରମ୍ଭ ହୋଇଯାଇଛି ।

ଏହି ପ୍ରକ୍ରିୟାରେ 125 ଲୋକଙ୍କୁ ନିମ୍ କ୍ୟାପସୁଲ ଦିଆଯାଉଥିବାବେଳେ 125 ଜଣଙ୍କୁ ଖାଲି କ୍ୟାପସୁଲ ଖାଇବାକୁ ଦିଆଯିବ । ଏହି ପ୍ରକ୍ରିୟା 28 ଦିନ ପର୍ଯ୍ୟନ୍ତ ଚାଲିବ । ଏହି 28 ଦିନ ପର୍ଯ୍ୟନ୍ତ ରୋଗୀଙ୍କୁ ଅନୁଧ୍ୟାନ କରାଯିବ ଏବଂ ଔଷଧର ପ୍ରଭାବକୁ ବୁଝାଯିବ । ନିସର୍ଗ ବାୟୋଟେକର ପ୍ରତିଷ୍ଠାତା ତଥା ସିଇଓ ଗିରିଶ ସୋମନ କହିଛନ୍ତି ଯେ, କୋରୋନା ରୋକିବାରେ ତାଙ୍କ ଔଷଧ ଏକ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ ଔଷଧ ଭାବେ ପ୍ରମାଣିତ ହେବ ବୋଲି ସେ ନିଶ୍ଚିତ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.