ETV Bharat / bharat

ବିଜେପି ବିଧାୟକଙ୍କ ମୃତ୍ୟୁର କଡା ତଦନ୍ତ କରାଯାଉ: ପଶ୍ଚିମବଙ୍ଗ ରାଜ୍ୟପାଳ

author img

By

Published : Jul 13, 2020, 12:55 PM IST

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁର କଡା ତଦନ୍ତ ଆବଶ୍ୟକ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ।

mla sucide
ବିଜେପି ବିଧାୟକଙ୍କ ମୃତ୍ୟୁର କଡା ତଦନ୍ତ କରାଯାଉ

କୋଲକାତା: ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁର କଡା ତଦନ୍ତ ଆବଶ୍ୟକ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟ୍ୟାଗ କରି ସେ ଟ୍ବିଟ କରିଛନ୍ତି, ‘ରାଜନୈତିକ ହିଂସା ଏବଂ ପ୍ରତିଶୋଧ କୌଣସି ସଙ୍କେତ ଦେଇନଥାଏ’ ।

ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲା ହେମନ୍ତାବାଦ ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତ୍ୟୁ ହତ୍ୟାର ଅଭିଯୋଗ ଉଠାଇ ଏକ ଗମ୍ଭୀର ମାମଲା ଆଡକୁ ସଙ୍କେତ ଦେଇଛି । ଏଣୁ ଏହାର କଡା ତଦନ୍ତ ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ କହିଛନ୍ତି ।

ପ୍ରକାଶ ଥାଉକି, ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଜ ଘର ଠାରୁ କିଛି ବାଟ ଦୂର ଏକ ବନ୍ଦାନ ଅଞ୍ଚଳରୁ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି। ଏପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ବିଧାୟକ ଦେବେନ୍ଦ୍ରଙ୍କୁ ପ୍ରଥମେ ହତ୍ୟା କରାଯାଇଛି ଏବଂ ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ନେଇ ଝୁଲାଇ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.