ETV Bharat / bharat

'ବିକଶିତ ଦେଶଙ୍କ ସହ ଠିଆ ହେବାକୁ ହେଲେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍‌ ଆବଶ୍ୟକ' - କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ

ଦେଶର ବଢୁଥିବା ଜନସଂଖ୍ୟା ଏକ ସମସ୍ୟା ପାଲଟିଛି । ଯଦି ଆମକୁ ବିକଶିତ ଦେଶମାନଙ୍କ ସହ ପାଦରେ ପାଦଜ ମିଳାଇ ଚାଲିବାର ଅଛି ତେହେଲେ ଆମକୁ କଡା ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଗିରିରାଜ ସିଂହ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ
କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ
author img

By

Published : Jul 12, 2020, 1:20 AM IST

ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧିକୁ ବଡ଼ ସମସ୍ୟା ଦର୍ଶାଇ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍‌ ସପକ୍ଷରେ ଓକିଲାତି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ। ଦେଶର ବଢୁଥିବା ଜନସଂଖ୍ୟା ଏକ ସମସ୍ୟା ପାଲଟିଛି । ଯଦି ଆମକୁ ବିକଶିତ ଦେଶମାନଙ୍କ ସହ ପାଦରେ ପାଦ ମିଳାଇ ଚାଲିବାର ଅଛି ତେହେଲେ ଆମକୁ କଡା ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଗିରିରାଜ ସିଂହ କହିଛନ୍ତି ।

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସିଂହ କହିଛନ୍ତି, ବଢୁଥିବା ଜନସଂଖ୍ୟା ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହୋଇସାରିଛି। ଯଦି ଆମେ ବିକଶିତ ରାଷ୍ଟ୍ରମାନଙ୍କ ସହ ପାଦରେ ପାଦଜ ମିଳାଇ ଚାଲିବାକୁ ଚାହୁଁଛୁ, ତେବେ ଆମକୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହି ଆଇନ ଦେଶର ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ଜନସଂଖ୍ୟା ବୃଦ୍ଧି ଏକ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। କାରଣ ଆମ ଜନସଂଖ୍ୟା ବିଶ୍ବ ଜନସଂଖ୍ୟାର 18% ରୁ ଅଧିକ ରହିଛି । ଯଦି ଚୀନ୍ 1979 ରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିନଥାନ୍ତା, ତେବେ ଚୀନରେ ଆଉ 60 କୋଟି ଜନସଂଖ୍ୟା ହୋଇଥାନ୍ତା । ପଡୋଶୀ ଦେଶର ବିକାଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏକ ମୁଖ୍ୟ ଭୂମିକା ନିଭାଇଥିଲା ବୋଲି ସେ କହିଛନ୍ତି।

ତେବେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ରାଜନୀତିକରଣ ନକରିବାକୁ କିମ୍ବା ଏହାକୁ ଧର୍ମ ସହ ନଜୋଡିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଗିରିରାଜ ସିଂହ । ଏହା କେବଳ ଦେଶର ବିକାଶ ସହ ଜଡିତ ହେବା ଉଚିତ ବୋଲି ବିଜେପିର ବରିଷ୍ଠ ନେତା ସିଂ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.