ETV Bharat / bharat

ବିହାରରେ ଅଶାନ୍ତ ବନ୍ୟାଜଳ: ପ୍ରଭାବିତଙ୍କ ସଂଖ୍ୟା 9.60 ଲକ୍ଷ,10 ମୃତ୍ୟୁ ରିପୋର୍ଟ

author img

By

Published : Jul 25, 2020, 7:42 AM IST

ଧୀରେ ଧୀରେ ଖରାପ ହେଉଛି ବିହାର ବନ୍ୟାସ୍ଥିତି। ଜଳମଗ୍ନ ହୋଇ ରହିଛି ରାଜ୍ୟର ବିଭିନ୍ନ ଜିଲ୍ଲା। ବନ୍ୟା ପାଇଁ ଏବେ ସୁଦ୍ଧା ପାଖାପାଖି 10 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାସହ ରାଜ୍ୟରେ ସମୁଦାୟ 10 ମୃତ୍ୟୁ ରିପୋର୍ଟ ହୋଇଛି।

ବିହାରରେ ଅଶାନ୍ତ ବନ୍ୟାଜଳ: ପ୍ରଭାବିତଙ୍କ ସଂଖ୍ୟା 9.60 ଲକ୍ଷ,10 ମୃତ୍ୟୁ ରିପୋର୍ଟ
ବିହାରରେ ଅଶାନ୍ତ ବନ୍ୟାଜଳ: ପ୍ରଭାବିତଙ୍କ ସଂଖ୍ୟା 9.60 ଲକ୍ଷ,10 ମୃତ୍ୟୁ ରିପୋର୍ଟ

ପାଟନା: ଧୀରେ ଧୀରେ ଖରାପ ହେଉଛି ବିହାର ବନ୍ୟାସ୍ଥିତି। ଜଳମଗ୍ନ ହୋଇ ରହିଛି ରାଜ୍ୟର ବିଭିନ୍ନ ଜିଲ୍ଲା। ବନ୍ୟା ପାଇଁ ଏବେ ସୁଦ୍ଧା ପାଖାପାଖି 10 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାସହ ଯେଉଁଠାରେ ଗଣ୍ଡକ ନଦୀ ରହିଛି, ଦୁଇଟି ସ୍ଥାନରେ ଦୁଇଟି ବନ୍ଧକୁ ଭାଙ୍ଗି ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି ବୋଲି ଅଧିକାରୀମାନେ ଶୁକ୍ରବାର ଦିନ କହିଛନ୍ତି।

ତେବେ ଏପର୍ଯ୍ୟନ୍ତ ବନ୍ୟାରେ 10 ମୃତ୍ୟୁ ରିପୋର୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ବୁଲେଟିନ୍ ଅନୁଯାୟୀ, 10ଟି ଜିଲ୍ଲାର 74ଟି ବ୍ଲକର 529 ଟି ପଞ୍ଚାୟତରେ ସମୁଦାୟ 9.60 ଲକ୍ଷ ଲୋକ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଅଧିକାରୀ କହିଛନ୍ତି ଯେ ଗୋପାଳଗଞ୍ଜ ଜିଲ୍ଲାର 45 ଟି ଗାଁର ଅତି କମରେ 50,000 ଲୋକ ଦୁଇଟି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ଫଳରେ ଗଭୀର ପ୍ରଭାବିତ ହୋଇଛନ୍ତି। ଏହାକୁ ବିହାରର ଜଳସମ୍ପଦ ମନ୍ତ୍ରୀ ସର୍ଭେ କରୁଥିବା ବେଳେ କୌଣସି ମୃତ୍ୟୁ ଖବର ସାମ୍ମନାକୁ ଆସିନଥିବା କହିଛନ୍ତି।

ନେପାଳରେ ଜୁଲାଇ 19, 20 ଏବଂ 21 ରେ ପ୍ରବଳ ବର୍ଷା ହେତୁ ଜୁଲାଇ 21 ରେ ବାଲ୍ମିକୀନଗର ବ୍ୟାରେଜରୁ 4,36,500 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବା ପରେ ସେ ଗଣ୍ଡକ ନଦୀ ଅଶାନ୍ତ ହୋଇପଡିଥିଲା।

ପ୍ରବଳ ବର୍ଷା ହେତୁ ନଦୀରେ 80,000 ରୁ 1,00,000 କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି। ଏହାକୁ ନେଇ ଉତ୍ତରପ୍ରଦେଶର ଗୋରଖପୁର ଏବଂ ଜିଲ୍ଲା ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଗୋପାଳଗଞ୍ଜର ଜାତୀୟ ରାଜପଥ 28 କୁ ମଧ୍ୟ ଗଣ୍ଡକ ନଦୀ ଜଳ ଅତିକ୍ରମ କରିଛି।

ବନ୍ୟା ଉଦ୍ଧାର କାର୍ଯ୍ୟ ସମୟରେ କୋଭିଡ୍ 19 ଦ୍ବାରା ସଂକ୍ରମିତ ନହେବା ପାଇଁ ଏନଡିଆରଏଫ ଉଦ୍ଧାରକାରୀମାନେ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରୋଟୋକଲଗୁଡିକ ଅନୁସରଣ କରୁଛନ୍ତି ବୋଲି NDRF ନବମ ବାଟାଲିୟନ କମାଣ୍ଡାଣ୍ଟ ବିଜୟ ସିହ୍ନା କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.