ETV Bharat / bharat

ପୁଣି ଘୁଞ୍ଚିଲା ଏନସିପିର ସ୍ଥାୟୀ କମିଟି ବୈଠକ - ନେପାଳ କମ୍ୟୁନିଷ୍ଟ ପାର୍ଟି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଉପରେ ଇସ୍ତଫାକୁ ନେଇ ପଡୁଥିବା ଚାପ ମଧ୍ୟରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବହୁ ପ୍ରତୀକ୍ଷିତ ସ୍ଥାୟୀ କମିଟି ବୈଠକ ପୁଣିଥରେ ଘୁଞ୍ଚିଛି । ଏହି ବୈଠକକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି ।

ଏନସିପିର ସ୍ଥାୟୀ କମିଟି ବୈଠକ
ଏନସିପିର ସ୍ଥାୟୀ କମିଟି ବୈଠକ
author img

By

Published : Jul 10, 2020, 12:46 PM IST

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାଗ୍ୟ ପୁଣିଥରେ ତାଙ୍କୁ ସମର୍ଥନ କରିଛି । ଓଲିଙ୍କ ଉପରେ ଇସ୍ତଫାକୁ ନେଇ ପଡୁଥିବା ଚାପ ମଧ୍ୟରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ବହୁ ପ୍ରତୀକ୍ଷିତ ସ୍ଥାୟୀ କମିଟି ବୈଠକ ପୁଣିଥରେ ଘୁଞ୍ଚିଛି । ଏହି ବୈଠକକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି ।

ଏହା ପୂର୍ବରୁ ମଧ୍ୟ ଏହି ବୈଠକ ଦୁଇ ଥର ସ୍ଥଗିତ ରଖାଯାଇଥିଲା । ଏନସିପିର କେତେକ ବରିଷ୍ଠ ନେତା ଓଲିଙ୍କୁ ଉଭୟ ଦଳର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଆସୁଛନ୍ତି। କିନ୍ତୁ ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ବିଭିନ୍ନ ପ୍ରସଙ୍ଗର ସମାଧାନ କରିବାରେ ସରକାରଙ୍କ ବିଫଳତା କାରଣରୁ ପ୍ରଧାନମନ୍ତ୍ରୀ ଦଳ ଭିତରେ ତଥା ବାହାରେ ସମାଲୋଚିତ ହୋଇଛନ୍ତି । ବିଶେଷ କରି ଭାରତ ତାଙ୍କୁ ଗାଦିରୁ ହଟାଇବାକୁ ଚେଷ୍ଟା କରୁଛି ବୋଲି ସର୍ବସାଧାରଣରେ ପ୍ରକାଶ କରିବା ପରେ।

କାଠମାଣ୍ଡୁ ଏବଂ ନୂଆଦିଲ୍ଲୀରେ ଅବସ୍ଥିତ ସୂତ୍ର ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ସ୍ଥାୟୀ କମିଟି ବୈଠକ ସ୍ଥଗିତ ରଖାଯାଇଥିବା କୁହାଯାଉଛି । କିନ୍ତୁ ଏହାର ଅସଲି କାରଣ ଅନ୍ୟ କିଛି ବୋଲି ଚର୍ଚ୍ଚା ହେଉଛି । ଓଲିଙ୍କ ଆସନ ରକ୍ଷା ପାଇଁ ଏଭଳି କରାଯାଇଥିବା କୁହାଯାଉଛି ।

ତେବେ ଏନସିପି ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବା ନିଷ୍ପତ୍ତିକୁ ବିରୋଧ କରିଥିଲେ । କିନ୍ତୁ ଦଳର ବରିଷ୍ଠ ନେତା ମାଧବ ନେପାଳ ଏବଂ ଝାଲାନାଥ ଖାନଲଙ୍କୁ ଭେଟିବା ପରେ ଏହି ବୈଠକ ସ୍ଥଗିତ ରଖିବାକୁ ରାଜି ହୋଇଥିଲେ ବୋଲି ଜଣାପଡିଛି । ଏହି ସ୍ଥଗିତାଦେଶ ଏଭଳି ସମୟରେ ଆସିଛି ଯେତେବେଳେ ଓଲି ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇ ପୁଣିଥରେ ଭାରତ ବିରୋଧୀ ଭାବନାକୁ ଦର୍ଶାଇଛନ୍ତି । ଓଲି ସରକାର ପରୋକ୍ଷ ରୂପରେ ତାଙ୍କ ବିରୋଧରେ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିବା ନେଇ ଭାରତ ସରକାରଙ୍କୁ ଦାୟୀ କରିଛନ୍ତି ।

ତେବେ ଏନେଇ ଜଣେ ସୂତ୍ର କହିଛନ୍ତି, ଆଜିକାଲି ନେପାଳର ପ୍ରତିଟି ରାଜନୀତି ପାଇଁ ଭାରତକୁ ଦାୟୀ କରାଯାଉଛି । ସମସ୍ତେ ଜାଣନ୍ତି ଭାରତର ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ ସରକାରଙ୍କର କୈଣସି ହସ୍ତକ୍ଷେପ ନାହିଁ । କିନ୍ତୁ ନିଜ ଉପରୁ ଚାପ ହଟାଇବା ପାଇଁ ଓଲି ଏଭଳି କରୁଥିବା ସେ କହିଛନ୍ତି । ଏହା ଓଲିଙ୍କ ପାଇଁ ଏକ ସୁବିଧାଜନକ ରାସ୍ତା ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ନେପାଳ ଭାରତ ବିରୋଧରେ ମନଗଢା ଅଭିଯୋଗ ଲଗାଉଛି । କିନ୍ତୁ ନେପାଳ ରାଜନୀତିରେ ଖୋଲାଖୋଲି ଭାବରେ ଦଖଲ ଦେଉଥିବା ଚୀନ ରାଷ୍ଟ୍ରଦୂତଙ୍କ ବିରୋଧରେ ଗୋଟିଏ ଶବ୍ଦ ବି କହୁନାହିଁ । ବେଜିଂ ପକ୍ଷରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ରାଷ୍ଟ୍ରଦୂତ କମ୍ୟୁନିଷ୍ଟ ଦଳର ନେତାଙ୍କୁ ଏକଜୁଟ କରିବାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ସେ ଗୁରୁବାର ପୁଷ୍ପ କମଲ ଦହଲଙ୍କ ସହ ଆଲୋଚନା କରିଥିଲେ । ଏଥିରୁ ଜଣାପଡୁଛି ଯେ, ଚୀନ ରାଷ୍ଟ୍ରଦୂତଙ୍କ ଅପିଲ ପରେ ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ଦହଲ ଚୀନ ରାଷ୍ଟ୍ରଦୂତଙ୍କୁ ଓଲିଙ୍କୁ ଇସ୍ତଫା ପାଇଁ ରାଜି କରାଇବାକୁ କହିଥିବା କୁହାଯାଉଛି । ଏହାଦ୍ବାରା ଦେଶରେ କମ୍ୟୁନିଷ୍ଟ ପାର୍ଟିର ସରକାର ସ୍ଥାୟୀ ରହିପାରିବ । ଓଲିଙ୍କ ଇସ୍ତଫା ହିଁ ଦଳରେ ସ୍ଥିରତା ଆଣିପାରିବ ବୋଲି ସେ କହିଥିବା ଜଣାପଡିଛି । ର୍ପପିଦିଗରଗାରାି୍ରିପି

ସୂଚନାଯୋଗ୍ୟ ଯେ, କାଠମାଣ୍ଡୁରେ ରାଜନୀତି ବର୍ତ୍ତମାନ ଦ୍ୱିପାକ୍ଷିକ ବିକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଓଲି ଇସ୍ତଫା ଦେବେ ନଚେତ ଦଳ ଦୁଇ ଭାଗରେ ବିଭକ୍ତ ହେବ । ନେପାଳର ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନର ବ୍ୟାପକ ହସ୍ତକ୍ଷେପରୁ ସ୍ପଷ୍ଟ ଜଣାପଡୁଛି ଯେ ବେଜିଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନେପାଳ ସହ ଖେଳୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.