ETV Bharat / bharat

ମହାରାଷ୍ଟ୍ର ସରକାର ଗଠନ: 10-ଜନପଥରେ ମାନସ ମନ୍ଥନ, ପହଞ୍ଚିଲେ ଶରଦ ପାୱାର - maharstra cm race

ଏନସିପି ସୁପ୍ରିମୋ ନୂଆଦିଲ୍ଲୀରେ 10-ଜନପଥ ସ୍ଥିତ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚି ସାରିଛନ୍ତି । ଏହି ବୈଠକ ପରେ ମହାରାଷ୍ଟ୍ରରେ ନୂଆ ସରକାର ଓ ଶିବସେନାର ଭାଗ୍ୟ ନିର୍ଦ୍ଧାରଣ ଭଳି ବଡ ନିଷ୍ପତ୍ତି ସାମ୍ନାକୁ ଆସିପାରେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 18, 2019, 6:46 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ଅସ୍ଥିରତା, ଅଚଳାବସ୍ଥା ସ୍ଥିତିରେ ପହଞ୍ଚିବା ଆଶା ପଦ୍ମ ଘୁଞ୍ଚି ଘୁଞ୍ଚି ପରି ପ୍ରତୀୟମାନ ହେଉଛି । ଦୀର୍ଘ ଦିନର ସସପେନ୍ସ ଉପରେ ସୋମବାର ନିଶ୍ଚିତ ନିଷ୍ପତ୍ତି ଆସିବା ଆଶା ରହିଛି । ଏନସିପି ସୁପ୍ରିମୋ ନୂଆଦିଲ୍ଲୀରେ 10-ଜନପଥ ସ୍ଥିତ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚି ସାରିଛନ୍ତି । ଏହି ବୈଠକ ପରେ ମହାରାଷ୍ଟ୍ରରେ ନୂଆ ସରକାର ଓ ଶିବସେନାର ଭାଗ୍ୟ ନିର୍ଦ୍ଧାରଣ ଭଳି ବଡ ନିଷ୍ପତ୍ତି ସାମ୍ନାକୁ ଆସିପାରେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ଦୁଇନେତାଙ୍କ ମଧ୍ୟରେ ବୈଠକ ହେବା ପରେ ମହାରାଷ୍ଟ୍ରରେ ନୂଆ ସରକାର ବାବଦରେ ନିର୍ଣ୍ଣାୟକ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ ରହିଛି । ଅନ୍ୟପଟେ ସୋମବାର ଶରଦ ପାୱାରଙ୍କ ବୟାନ ମହାରାଷ୍ଟ୍ର ମହାନାଟକରେ ଆଉ ଏକ ଜଟିଳ ସଂଳାପ ଯୋଡି ସିଏମ୍‌ ସିଟ୍‌ କାହାଣୀକୁ ଅଧିକ ରୋମାଞ୍ଚିତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶିବସେନା ସହ ସରକାର ଗଢିବା ନେଇ ସମ୍ଭାବନା ପ୍ରଶ୍ନର ଜବାବରେ ଶରଦ୍‌ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ପାଇଁ ପୁଣି ଥିରେ ପୁରୁଣା ପ୍ରସଙ୍ଗକୁ ନୂଆ ତଡକା ଦେଇଥିଲେ । ସରକାର ଗଢିବା ପାଇଁ ବିଜେପି ଏବଂ ଶିବସେନାକୁ ଏହି ପ୍ରଶ୍ନ ପଚାରାଯିବା ଦରକାର ବୋଲି ସେ କହିଥିଲେ । । ଏନସିପି ମୁଖ୍ୟ କହିଥିଲେ ଯେ, ଶିବସେନା ଏବଂ ବିଜେପି ଏକାସାଙ୍ଗରେ ନିର୍ବାଚନ ଲଢିଥିଲେ । ଆମେ ତାଙ୍କଠାରୁ ଅଲଗା ନିର୍ବାଚନ ଲଢିଥିଲୁ ।

ମହାରାଷ୍ଟରେ ସରକାର ଗଠନ ପାଇଁ ଦାବି ରଖୁଥିବା ସମସ୍ତ ଦଳ ନିଜ ନିଜ ଅନୁସାରେ ରାସ୍ତା ଚୟନ କରିବା ଆବଶ୍ୟକ । ବିଜେପି ଓ ଶିବସେନା ଏକାଠି ଲଢିଥିଲେ ଏବେ ଦୁହିଁଙ୍କୁ ନିଜ ନିଜ ରାସ୍ତା ବାଛିବା ଦରକାର ବୋଲି କହିଥିଲେ । ଏବେ 10-ଜନପଥର ବୈଠକ ହିଁ ଆଗାମୀ ଚିତ୍ରକୁ ସ୍ପଷ୍ଟ କରିଦେବ । ମହାରାଷ୍ଟ୍ରରେ କିଏ ଗଢିବ ସରକାର ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.