ମୁମ୍ବାଇ: ରାଜନୀତିରେ କିଏ କେତେବେଳେ ଦଳ ବଦଳାଇବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ତେବେ ଗୁରୁବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ(ଏନସିପି)କୁ ଏକ ଶକ୍ତ ଝଟକା ଲାଗିଛି । ମୁମ୍ବାଇର ପୂର୍ବ ମନ୍ତ୍ରୀ ଏବଂ ପୂର୍ବ ବିଧାୟକ ଥିବା ସଚିନ ଆହିର ଗୁରୁବାର ଏନସିପି ଦଳ ଛାଡି ଶିବସେନା ଦଳରେ ସାମିଲ ହୋଇଛନ୍ତି ।
ଗୁରୁବାର ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେ ସଚିନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ରାଜନୀତିରେ ଏପରି କଠୋର ନିଷ୍ପତ୍ତି ନେବାକୁ ପଡିଥାଏ ବୋଲି ସଚିନ ଅହିର କହିଛନ୍ତି । ତାଙ୍କ ପରେ ଏନସିପିର ଅନ୍ୟ ନେତା ମଧ୍ୟ ଶିବସେନାରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।