ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) କର୍ପୋରେଟରଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପୁନେର ପିମ୍ପ୍ରି-ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) କର୍ପୋରେଟରଙ୍କ ଶନିବାର ଏକ ଘରୋଇ ମେଡିକାଲରେ କୋରୋନାରେ ମୃତ୍ୟୁ ଘଟିଛି ।
48 ବର୍ଷୀୟ ଦତ୍ତା ସେନ ପିମ୍ପ୍ରି-ଚିଞ୍ଚୱାଡ ମ୍ୟୁନିସିପାଲଟି କର୍ପୋରେସନର କର୍ପୋରେଟର ଗତ ଜୁନ୍ 24ରେ କୋରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଆଦିତ୍ୟ ବିର୍ଲା ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଶନିବାର ତାଙ୍କର କୋରୋନାରେ ମୃତ୍ୟୁ ଘଟିଛି ।
ମହାରାଷ୍ଟ୍ରରେ ବର୍ତ୍ତମାନ 1,86,626 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8,178 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।