ପାଟନା: ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ବିହାର ଜମାଲପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଥିବା ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)ର ଜଣେ ପ୍ରାର୍ଥୀ ମାତ୍ର 2 ଟି ଭୋଟ ପାଇଥିବା ଘଟଣା ସମଗ୍ର ବିହାରରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାର୍ଥୀ ଜଣଙ୍କ ହେଉଛନ୍ତି ଇନ୍ଦ୍ରଦେବ ଦାସ ଓ ସେ ଏନସିପିରୁ ନିର୍ବାଚନ ଲଢୁଥିଲେ । କିନ୍ତୁ ତାଙ୍କ ଘରେ 18 ଜଣ ସଦସ୍ୟ ଥିବା ସତ୍ତ୍ବେ ସେ ମାତ୍ର 2 ଖଣ୍ଡ ଭୋଟ ପାଇବା ସମସ୍ତଙ୍କୁ ଚକିତ କରିଛି ।
ଇନ୍ଦ୍ରଦେବ ଦାସଙ୍କ ତାଙ୍କ ପରିବାରର ସମସ୍ତ ସଦସ୍ୟ ନିର୍ବାଚନରେ ତାଙ୍କୁ ସାହାଯ୍ୟ କରିଛନ୍ତି ଓ ଭୋଟ ମଧ୍ୟ ଦେଇଛନ୍ତି। ସମସ୍ତେ ଅକ୍ଟୋବର 28 ରେ ବୁଥ ନମ୍ବର 177 ରେ ଭୋଟ୍ ଦେଇଛନ୍ତି। ତେଣୁ ଏପରି ହେବା ଅସମ୍ଭବ ବୋଲି ସେ କହିଛନ୍ତି ଇନ୍ଦ୍ରଦେବ ।
ସମାନ ପ୍ରକାର ଏକ ଘଟଣା ପଞ୍ଜାବରେ ମଧ୍ୟ ଦେଖିବାକୁ ମିଳିଥିଲା । ନିତୁ ସତର୍ନଓ୍ବାଲା ନାମକ ଜଣେ ପ୍ରାର୍ଥୀ ଜଳନ୍ଧର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ମାତ୍ର 5 ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ଘରେ ମୋଟ 9 ଭୋଟର ଥିବା ଜଣା ପଡିଥିଲା । ଉଭୟ ଘଟଣାରେ ଇଭିଏମକୁ ଟ୍ୟାମ୍ପରିଙ୍ଗ ହୋଇଥିବା ଅଭିଯୋଗ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ