ETV Bharat / bharat

ଡ୍ରଗ୍ସ ଲିଙ୍କ: ଦୀପିକା, ସାରା, ଶ୍ରଦ୍ଧା ଓ ରକୁଲଙ୍କ ମୋବାଇଲ ଜବତ

author img

By

Published : Sep 27, 2020, 10:33 AM IST

ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀ ଲିଙ୍କକୁ ନେଇ ଏନସିବି ବଡ କାର୍ଯ୍ୟାନୁଷ୍ଠାନ । ଜେରା ପରେ ମଧ୍ୟ ଅଧିକ ତଥ୍ୟ ଜାଣିବାକୁ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂଙ୍କ ଫୋନ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଦୀପିକା, ସାରା ଓ ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଜବତ

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଥିବା ବଲିଉଡ ସୁନ୍ଦରୀଙ୍କୁ 5 ଘଣ୍ଟା ଜେରା କରିବା ପରେ ସେମାନଙ୍କର ଫୋନକୁ ଜବତ କରିଛି ଏନସିବି । ଏନେଇ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି ।

ବଲିଉଡ ଅଭିନେତ୍ରୀ ଡ୍ରଗ୍ସ ଓ ଗଞ୍ଜେଇ ସେବନ କରୁଥିବା ଜଣାପଡିବା ପରେ ଏନସିବି ପକ୍ଷରୁ ସେମାନଙ୍କୁ ସମନ ଜାରି କରାଯାଇଥିଲା । ଶୁକ୍ରବାର ରକୁଲପ୍ରୀତ ସିଂହଙ୍କୁ 4 ଏନସିବି 4 ଘଣ୍ଟା ଜେରା କରିଥିଲେ । ଶନିବାର ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ 5 ଘଣ୍ଟାରୁ ଅଧିକ ସମୟରେ ଧରି ଏନସିବି ବିଭିନ୍ନ ପ୍ରଶ୍ନକୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା । ତେବେ ସମସ୍ତଙ୍କୁ ପଚାର ଉଚରା କରିବା ପରେ ସମସ୍ତଙ୍କୁ ଘରକୁ ଯିବାକୁ ଅନୁମତି ମିଳିଛି ।

ସେପଟେ, ଏନସିବି ଅଧିକ ତଥ୍ୟ ହାସଲ କରିବାକୁ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ଫୋନ ଜବତ କରିଥିଲା । ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟ୍ଟା , ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ଓ ଜୟା ଶାହଙ୍କ ଫୋନ ମଧ୍ୟ ଜବତ ହୋଇଛି ।

ତେବେ ଗତକାଲି ଜେରା ସମୟରେ ସାରା ଅଲ୍ଲୀ ଖାନ ସିଗାରେଟ ଟାଣୁଥିବା ମାନିଛନ୍ତି । ଡ୍ରଗ୍ସ ସେବନ କଥାକୁ ଶ୍ରଦ୍ଧା ଓ ସାରା ଉଭୟେ ଅସ୍ବୀକାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.