ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଛି ଧଳା ଜହର । ଦିନକୁ ଦିନ ବେଆଇନ ଭାବେ ଡ୍ରଗ୍ସ ବ୍ୟାପାର ବଢିବାରେ ଲାଗିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାବୁଡ଼ରେ ଅନ୍ତଃରାଷ୍ଟ୍ରୀୟ ଡ୍ରଗ୍ସ ବେପାରୀ । ପ୍ରାୟ 1300 କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ଏନସିବି ।
ଭାରତରେ ଏନସିବି ଦ୍ବାରା ଧରାପଡିଥିବା ଡ୍ରଗ୍ସର ଓଜନ ପ୍ରାୟ 20 କିଗ୍ରା, ଯାହାର ଅନ୍ତଃରାଷ୍ଟ୍ରୀୟ ମୂଲ୍ୟ 100 କୋଟି ଟଙ୍କା । ଏହା ବ୍ୟତୀତ ଉକ୍ତ ଏଜେନ୍ସି ଅଷ୍ଟ୍ରେଲିଆ ଏଜେନ୍ସି ସହ ମିଶି 55 କିଗ୍ରା ଡ୍ରଗ୍ସ ଏବଂ 200 କିଗ୍ରା ମିଥମଫେଟାମାଇନ ଜବତ କରିଛନ୍ତି ।
ଭାରତରେ ବେଆଇନ ନିଶା ଦ୍ରବ୍ୟ କାରବାର କରୁଥିବା ଖବର ପାଇଁ ଏଜେନ୍ସି ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ 5 ଭାରତୀୟ, ଜଣେ ଆମେରିକା ନାଗରିକ, 2 ନାଇଜେରିଆ ନାଗରିକ ଏବଂ ଜଣେ ଇଣ୍ଡୋନେସିଆ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ଗମ୍ଭୀରତା ସହ ଯାଞ୍ଚ କରାଯାଉଛି ଏବଂ ଏହି ବ୍ୟବସାୟ କେତେ ଦୂର ବିସ୍ତାର ହୋଇଛି ସେ ଉପରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।