ETV Bharat / bharat

ଛୁଟିରେ ଆସିଥିବା ପୋଲିସକର୍ମୀଙ୍କୁ ହତ୍ୟା କଲେ ନକ୍ସଲ

ଛତିଶଗଡରେ ଛୁଟିରେ ଘରକୁ ଆସିଥିବା ଜଣେ ପୋଲିସ ଆରକ୍ଷକଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ନକ୍ସଲ ଆକ୍ରମଣରେ ଆରକ୍ଷକଙ୍କ ସମେତ ତାଙ୍କ ମା ଏବଂ ବାପା ମଧ୍ୟ ଆହତ ହୋଇଛନ୍ତି ।

author img

By

Published : Jul 2, 2020, 2:54 PM IST

ନକ୍ସଲ
ନକ୍ସଲ

ରାୟପୁର: ଛତିଶଗଡରେ ପୁଣିଥରେ କୃରତାର ପରିଚୟ ଦେଇଛନ୍ତି ନକ୍ସଲ । ଛୁଟିରେ ଘରକୁ ଆସିଥିବା ଜଣେ ପୋଲିସ ଆରକ୍ଷକଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ନକ୍ସଲ ଆକ୍ରମଣରେ ଆରକ୍ଷକଙ୍କ ସମେତ ତାଙ୍କ ମା ଏବଂ ବାପା ମଧ୍ୟ ଆହତ ହୋଇଛନ୍ତି । ଆରକ୍ଷକଙ୍କ ନାମ ସୋମାରୁ ପୋୟାମ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ 10 ଟା ସମୟରେ ଜାଂଗଲ ଥାନା କ୍ଷେତ୍ରରେ ଏହି ଘଟଣାଟି ଘଟିଛି । ମାଟବାଡାରେ ରହୁଥିବା ସୋମାରୁ ପୋୟାମ ଫରସେଗଡରେ ସହାୟକ ଆରକ୍ଷକ ଭାବରେ କାର୍ଯ୍ୟରତ ଥିଲେ । କିଛିଦିନ ତଳେ ସେ ଛୁଟିରେ ଘରକୁ ଆସିଥିଲେ । ତେବେ ଏନେଇ ନକ୍ସଲମାନେ ସୂଚନା ପାଇଥିଲେ । ଏହାପରେ ବୁଧବାର ରାତିରେ 45ରୁ ଅଧିକ ନକ୍ସଲ ତାଙ୍କ ଘରେ ଆସି ତାଙ୍କୁ ତୀରରେ ଆକ୍ରମଣ କରିଥିଲେ । ଏହି ସମୟରେ ସୋମାରୁ ପୋୟାମଙ୍କୁ ରକ୍ଷା କରିବାକୁ ଆସୁଥିବାରୁ ସେମାନେ ତାଙ୍କ ମା-ବାପାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.