ETV Bharat / bharat

କୋରୋନା ଲକ୍ଷଣ ଦେଖାଯିବାରୁ ସଂଗଠନରୁ ବାହାରିଲେ ମହିଳା ମାଓବାଦୀ

ଛତିଶଗଡ ମୋଦକପାଲ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ପେଡ୍ଡକୱାଲୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀଙ୍କୁ ଉଦ୍ଧାର କରିଛନ୍ତି ବିଜାପୁର ଡିଆରଜି ଯବାନ । ଗିରଫ ସନ୍ଦିଗ୍ଧ ମହିଳାଙ୍କୁ ଥଣ୍ଡା, କାଶ ଏବଂ ଜ୍ୱରକୁ ଥିବାବେଳେ କୋରୋନା ସଂକ୍ରଣ ଭୟରେ ମାଓ ସଂଗଠନ ତାଙ୍କୁ ବାଟାଲିୟନରୁ ବାହାର କରି ଦେଇଛି । ଅଧିକ ପଢନ୍ତୁ...

author img

By

Published : Jun 18, 2020, 10:38 PM IST

naxal organization expels female naxal after getting symptoms of corona
କୋରୋନା ଲକ୍ଷଣ ଦେଖାଯିବାରୁ ସଂଗଠନରୁ ବାହାରିଲେ ମହିଳା ମାଓବାଦୀ

ବିଜାପୁର: ଛତିଶଗଡରେ ଆତଙ୍କ ଖେଳାଉଥିବା ମାଓବାଦୀ ବର୍ତ୍ତମାନ କୋରୋନା ସଂକ୍ରମଣ ଭୟରେ ରହିଛନ୍ତି । ଜିଲ୍ଲାର ମୋଦକପାଲ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ପେଡ୍ଡକୱାଲୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀଙ୍କୁ ଉଦ୍ଧାର କରିଛନ୍ତି ବିଜାପୁର ଡିଆରଜି ଯବାନ ।

ସୂଚନାନୁସାରେ, ପେଡ୍ଡକୱାଲୀ ଜଙ୍ଗଲରେ ଏହି ମହିଳା ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ବିଜାପୁର ଡିଆରଜି ଯବାନଙ୍କୁ ସେଠାକୁ ପଠାଯାଇଥିଲା । ଗିରଫ ହୋଇଥିବା ମହିଳା ମାଓବାଦୀଙ୍କ ନାଁ ସାବିତ୍ରୀ ଚାପା ବୋଲି ଜଣାପଡିଥିବା ବେଳେ ସେ 2010ରୁ ମାଓ ସଂଗଠନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ସେ ବାଟାଲିୟନରେ କମ୍ପାନୀ ନମ୍ବର-1ର ପ୍ଲାଟୁନ୍ ନମ୍ବର-3ର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟରତ ଥିଲେ ।

ସାବିତ୍ରୀଙ୍କୁ ଥଣ୍ଡା, କାଶ ଏବଂ ଜ୍ୱରକୁ ଥିବା ବେଳେ କୋରୋନା ସଂକ୍ରମଣ ଭୟରେ ମାଓ ସଂଗଠନ ତାଙ୍କୁ ବାଟାଲିୟନରୁ ବାହାର କରି ଦେଇଥିଲା । ଲଗାତାର 10 ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ସଂଗଠନରୁ ବାହାରିବା ପରେ ସେ ନିଜ ପରିବାରକୁ ଭେଟିବା ଉଦ୍ଦେଶ୍ୟରେ ପେଡ୍ଡକୱାଲୀ ଜଙ୍ଗଲରେ ରହିଥିଲେ । ହେଲେ ସର୍ଚ୍ଚ ଅପରେସନ ସମୟରେ ଧରାପଡିବା ପରେ ସମସ୍ତ ଘଟଣା ଜଣାପଡିଥିଲା । ଗିରଫ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ତାଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।

ସାବିତ୍ରୀ ଚାପା କହିଛନ୍ତି ଯେ ସଂଗଠନର ଅନ୍ୟ ମାଓ ସଦସ୍ୟଙ୍କ ଥଣ୍ଡା, କାଶ, ଜ୍ୱର ଏବଂ ବାନ୍ତି ହେଉଛି । ଯାହାକୁ ନେଇ ବାଟାଲିୟନର ସଦସ୍ୟମାନେ କୋରୋନା ସଂକ୍ରମଣ ଭୟରେ ରହିଛନ୍ତି । ବର୍ତ୍ତମାନ ସେ କ୍ବାରେନଣ୍ଟାଇନରେ ଥିବା ବେଳେ ଅବଧି ଶେଷ ହେବା ପରେ ସେ ତାଙ୍କୁ ଅଧିକ ପଚରାଉଚରା କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ।

ବିଜାପୁର ପୋଲିସ ଅଧୀକ୍ଷକ କମଲୋଚନ କଶ୍ୟପ ସ୍ଥାନୀୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଏମିତି କେହି ବ୍ୟକ୍ତି ମାଓ ସଂଗଠନ ଛାଡି ଗାଁକୁ ଫେରୁଛନ୍ତି ତେବେ ସେମାନଙ୍କ ବିଷୟରେ ନିକଟସ୍ଥ ଥାନା, ଆଉଟପୋଷ୍ଟ କିମ୍ବା ପୋଲିସ କ୍ୟାମ୍ପରେ ସୂଚନା ଦିଅନ୍ତୁ । ଯାହାଦ୍ୱାରା ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ କୋରୋନା ସଂକ୍ରମଣରୁ ସେମାନଙ୍କୁ ରକ୍ଷା କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.