ରାୟପୁର: ଭୁଷୁଡୁଛି ମାଓଗଡ । ବୁଧବାର ଛତିଶଗଡର ଦାନ୍ତେୱାଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମାଓ ଦମ୍ପତି । ଏହି ଦମ୍ପତି ବିଭିନ୍ନ ମାଓ କାର୍ଯ୍ୟକଳାପରେ ସାମିଲ ଥିଲା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି ।
ଏହି ଦମ୍ପତି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଏହି ଦମ୍ପତି ଏନଏମଡିସି ପ୍ଲାଣ୍ଟରେ ହୋଇଥିବା ଆକ୍ରମଣରେ ସାମିଲ ଥିବା ଜଣାପଡିଛି । ଯେଉଁଥିରେ 6 ଜଣ ଯବାନ ଶହୀଦ ହୋଇଥିଲେ ।
ଏସପିଙ୍କ କହିବାନୁସାରେ, ଏହି ମାଓ ଦମ୍ପତି ନିଜ ମାଓ ସଂଗଠନକୁ ବିଭିନ୍ନ ସୂଚନା ଯୋଗାଉଥିବା ଜଣାପଡିଛି ।
ସୌଜନ୍ୟ-ANI