ETV Bharat / bharat

ସାମୁଦ୍ରିକ ଅନୁସନ୍ଧାନ ମିଶନ୍ ପାଇଁ ପ୍ରସ୍ତୁତ ଲେଡି ପାଇଲଟ୍ - ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍

ଭାରତୀୟ ନୌସେନାର Maritime Reconnaissance (MR) ମିଶନ ପାଇଁ ପ୍ରଥମ ଥର ମହିଳା ପାଇଲଟଙ୍କ ଚୟନ କରାଯାଇଛି । ଏହି ମିଶନରେ 3 ଜଣ ମହିଳା ପାଇଲଟ୍ ରହିବେ । ଅଧିକ ପଢନ୍ତୁ...

ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍
ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍
author img

By

Published : Oct 23, 2020, 6:31 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର Maritime Reconnaissance (MR) ମିଶନ ପାଇଁ ପ୍ରଥମ ଥର ମହିଳା ପାଇଲଟଙ୍କ ଚୟନ କରାଯାଇଛି । ଏହି ମିଶନରେ 3 ଜଣ ମହିଳା ପାଇଲଟ୍ ରହିବେ । ସାଉଥ୍ ନାଭାଲ୍ କମାଣ୍ଡ (SNC) ଦ୍ବାରା ସେମାନେ ଡର୍ନିଅର୍ ବିମାନରେ କାର୍ଯ୍ୟକ୍ଷମ ହୋଇଛନ୍ତି ।

ଗୁରୁବାର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଲେଫ୍ଟନାଣ୍ଟ ଦିବ୍ୟା ଶର୍ମା, ଲେଫ୍ଟନାଣ୍ଟ ଶୁଭାଙ୍ଗୀ ସ୍ବରୂପ ଏବଂ ଲେଫ୍ଟନାଣ୍ଟ ଶିବାଙ୍ଗୀ ଡର୍ନିୟର ବିମାନରେ ଏମଆର ମିଶନ ନେବାକୁ ପ୍ରସ୍ତୁତ ଅଛନ୍ତି। ମୁଖପାତ୍ର କହିଛନ୍ତି ଯେ ଏହି ତିନିଜଣ ମହିଳା ପାଇଲଟ୍ 27 ତମ ଡର୍ନିଅର୍ ଅପରେସନ୍ ଫ୍ଲାଇଙ୍ଗ୍ ଟ୍ରେନିଂ (DOFT) ପାଠ୍ୟକ୍ରମର 6 ଜଣ ପାଇଲଟଙ୍କ ସହ ସାମିଲ ଅଛନ୍ତି । ଏମାନେ ଗୁରୁବାର INS ଗରୁଡା ଠାରେ ଅନୁଷ୍ଠିତ ପାସ୍ ସମାରୋହରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସାମୁଦ୍ରିକ ରେକୋନାଇଜାନ୍ସ (MR) ପାଇଲଟ୍ ଭାବରେ ସ୍ନାତକ ହାସଲ କରିଛନ୍ତି। ଲେଫ୍ଟନାଣ୍ଟ ଦିବ୍ୟା ଶର୍ମା ନୂଆଦିଲ୍ଲୀର ମାଲଭିଆନଗରରୁ ଆସିଥିବାବେଳେ ଲେଫ୍ଟନାଣ୍ଟ ଶୁଭାଙ୍ଗୀ ସ୍ବରୂପ ଉତ୍ତରପ୍ରଦେଶର ତିଲହରର। ଅନ୍ୟପକ୍ଷେ ଲେଫ୍ଟନାଣ୍ଟ ଶିବାଙ୍ଗୀ ବିହାରର ମୁଜାଫରପୁରର।

ଏହି ଅଧିକାରୀମାନେ ପ୍ରଥମେ ଭାରତୀୟ ବାୟୁସେନା ସହିତ ଏବଂ ଆଂଶିକ ନୌସେନା ସହିତ (DOFT) ପାଠ୍ୟକ୍ରମ ପୂର୍ବରୁ ମୌଳିକ ଉଡାଣ ତାଲିମ ନେଇଥିଲେ। ଏମଆର ପାଇଲଟ ଉଡାଣ ପାଇଁ କାର୍ଯ୍ୟକ୍ଷମ ହୋଇଥିବା ତିନିଜଣ ମହିଳା ପାଇଲଟଙ୍କ ମଧ୍ୟରେ ଲେଫ୍ଟନାଣ୍ଟ ଶିବାଙ୍ଗୀ ଡିସେମ୍ବର 2, 2019 ରେ ନୌସେନା ପାଇଲଟ ଭାବରେ ଯୋଗ୍ୟତା ଅର୍ଜନ କରିଥିଲେ।

15 ଦିନ ପରେ ଅନ୍ୟ ଦୁଇଜଣ ପାଇଲଟ୍ ହୋଇଥିଲେ । ପରେ ସେମାନଙ୍କୁ ଗୋଟିଏ ବ୍ୟାଚ୍ କରାଯାଇଥିଲା ଏବଂ 27 ତମ DOFT ପାଠ୍ୟକ୍ରମର 6 ଜଣ ପାଇଲଟଙ୍କ ମଧ୍ୟରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.