ETV Bharat / bharat

ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ନବରାତ୍ରି ମହୋତ୍ସବ ଆରମ୍ଭ - ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ନବରାତ୍ରି

ଜମ୍ମୁ କାଶ୍ମୀର କଟରାରେ ଥିବା ମାତା ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ସୋମବାର ନବରାତ୍ରି ମହୋତ୍ସବ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ନବରାତ୍ରି ମହୋତ୍ସବ ଆରମ୍ଭ

author img

By

Published : Oct 19, 2020, 6:29 PM IST

ଶ୍ରୀନଗର: ଜମ୍ମୁ ବୈଷ୍ଣୋଦେବୀଙ୍କ ମୂଳ ଶିବିର କଟରାରେ ନବରାତ୍ରି ମହୋତ୍ସବର ସୋମବାର ଶୁଭାରମ୍ଭ ହୋଇଛି । ଏହି ଅବସରରେ କୋରୋନା କଟକଣାକୁ ପାଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭା ଯାତ୍ରାକୁ ଅତି ସରଳତାର ସହିତ ଆୟୋଜନ କରାଯାଇଥିବାର ସୂଚନା ମିଳିଛି ।

ବୈଷ୍ଣୋଦେବୀଙ୍କ ମୂଳ ଶିବିରରେ ନବରାତ୍ରି ମହୋତ୍ସବ ଆରମ୍ଭ

ବେସ୍ କ୍ୟାମ୍ପ କଟରାରୁ ଭବନ ପର୍ଯ୍ୟନ୍ତ ସମଗ୍ର ଉପତ୍ୟକାକୁ ରଙ୍ଗୀନ କୃତ୍ରିମ ଆଲୋକରେ ସଜାଯାଇଛି । ଭବନଟିକୁ ଦେଶୀ ସହିତ ବିଦେଶୀ ଫୁଲ ସହିତ ଫଳର ମଧ୍ୟ ବ୍ୟବହୃତ ହୋଇଛି । ଏଣୁ ପୁରା ଅଞ୍ଚଳ ଫୁଲ ଏବଂ ଫଳର ସୁଗନ୍ଧରେ ମହକୁଥିବା ଜଣାପଡିଛି । କୋରୋନା ମହାମାରୀ କାରଣରୁ ବେସ କ୍ୟାମ୍ପ କଟରାରେ ନବରାତ୍ରୀ ମହୋତ୍ସବ ଅନୁଷ୍ଠିତ ହେବ ନାହିଁ । କିନ୍ତୁ ଭକ୍ତମାନଙ୍କୁ ସ୍ବାଗତ କରିବା ପାଇଁ ଧର୍ମନଗରୀ କଟ୍ରାକୁ ସଜାଯାଇଛି ।

ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ କଟରାର ସମେତ ଭବନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଛି । କିନ୍ତୁ ଏହାପୂର୍ବରୁ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ପ୍ରାୟ 700ରୁ ଏକ ହଜାର ଭକ୍ତ ଆସୁଥିଲେ । ତେବେ ନବରାତ୍ରି ଦିନ ଭକ୍ତଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଇଛି । ତେବେ କସ୍‌ବେର ମୁଖ୍ୟ ଫୱାରା ଛକଠାରେ ପ୍ରସ୍ତୁତ କରାଯାଇଥିବା ମଣ୍ଡପରେ 9ଦିନ ଧରି ମାତାଙ୍କୁ ପୂଜା ସହ ଯଜ୍ଞ କରାଯିବ ବୋଲି ସୂଚନା ମିଳିଛି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ମନ୍ଦିରକୁ ଆସିବା ପୂର୍ବରୁ ନିଜର କୋରୋନା ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ଶ୍ରଦ୍ଧାଳୁମାନେ କୋରୋନା ନେଗେଟିଭ ରିପୋର୍ଟ ମନ୍ଦିରରେ ଦେଖାଇବା ପରେ ସେମାନଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଲିକପ୍ଟର, ବ୍ୟାଟେରୀ କାର, ଘୋଡା ସବାରୀ ଓ ପିଠୁ ସେବା ମଧ୍ୟ ଆରମ୍ଭ କରାଯାଇଛି ।

ନବରାତ୍ରି ପାଇଁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭା ଯାତ୍ରାରେ ପ୍ରାଦେଶିକ କମିଶନର ସଞ୍ଜୀବ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.