ETV Bharat / bharat

କୋରୋନା ଭୂତାଣୁର ପ୍ରାକୃତିକ ଉତ୍ପତି ଏବଂ ବିବର୍ତ୍ତନ- ଏକ ବୈଜ୍ଞାନିକ ଦିଗ - କୋରୋନାର ବିବର୍ତ୍ତନ

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ କୋଭିଡ୍‌୧୯କୁ ଏକ ମହାମାରୀ ଭାବେ ଘୋଷଣା କରିଛନ୍ତି। ବିଶ୍ଵର ପ୍ରୟ ସମସ୍ତ ରାଷ୍ଟ୍ର ପ୍ରତ୍ୟକ୍ଷ ବା ପରୋକ୍ଷରେ ଏହାର ପ୍ରଭାବ ଅନୁଭବ କରୁଛନ୍ତି। ଏ ମୁହୂର୍ତ୍ତରେ ସୋଶିଆଲ ମିଡିଆରେ ଏହି ପରିସ୍ଥିତିକୁ ଜୈବିକ ଯୁଦ୍ଧ ବୋଲି ବି ବର୍ଣ୍ଣନା କରାଯାଉଛି।

Corona Virus, Origin of Corona Virus, Evolution of Corona Virus, scientific direction of corona, କୋରୋନା ଭୂତାଣୁ, କୋରୋନାର ଉତ୍ପତ୍ତି, କୋରୋନାର ବିବର୍ତ୍ତନ, କୋରୋନା ମହାମାରୀର ବୈଜ୍ଞାନିକ ଦିଗ
କୋରୋନା ଭୂତାଣୁର ପ୍ରାକୃତିକ ଉତ୍ପତି ଏବଂ ବିବର୍ତ୍ତନ- ଏକ ବୈଜ୍ଞାନିକ ଦିଗ
author img

By

Published : Apr 2, 2020, 6:57 PM IST

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ କୋଭିଡ୍‌୧୯କୁ ଏକ ମହାମାରୀ ଭାବେ ଘୋଷଣା କରିଛନ୍ତି। ବିଶ୍ଵର ପ୍ରୟ ସମସ୍ତ ରାଷ୍ଟ୍ର ପ୍ରତ୍ୟକ୍ଷ ବା ପରୋକ୍ଷରେ ଏହାର ପ୍ରଭାବ ଅନୁଭବ କରୁଛନ୍ତି। ଏ ମୁହୂର୍ତ୍ତରେ ସୋଶିଆଲ ମିଡିଆରେ ଏହି ପରିସ୍ଥିତିକୁ ଜୈବିକ ଯୁଦ୍ଧ ବୋଲି ବି ବର୍ଣ୍ଣନା କରାଯାଉଛି। ଏହା ଫଳରେ ଦେଶରେ ଏକ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଇଟିଭି ଭାରତ ଏହି ଦିଗରେ ଏକ ବୈଜ୍ଞାନିକ ପନ୍ଥା ଆପଣାଇ ବାସ୍ତବରେ ଏହି ଭୂତାଣୁ କେଉଁଠୁ ସୃଷ୍ଟି ଏବଂ ତାହାର ବିବର୍ତ୍ତନ କିପରି ହୋଇଛି ସେନେଇ ଏହି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ସମୟରେ ବିଶ୍ଵର ବିଶିଷ୍ଟ ବୈଜ୍ଞାନିକ ଓ ଗବେଷକମାନେ ଦେଇଥିବା ତଥ୍ୟକୁ ଆଧାର କରି ଏହି ତଥ୍ୟ ପ୍ରକାଶ କରାଯାଇଛି।

କୋଭିଡ୍‌-୧୯

୧୯୬୦ ଦଶକରେ ଆବିସ୍କାର କରାଯାଇଥିବା ଏକ ଭୁତାଣୁ ପରିବାରର ସଦସ୍ୟ ଏହି କୋଭିଡ୍‌ ୧୯ ମହାମାରୀ ସୃଷ୍ଟିର କାରଣ ।ଏହି ଭୂତାଣୁ ପରିବାରର ନାମ ହେଉଛି କରୋନା। କ୍ଷମତାଶାଳୀ ମାଇକ୍ରୋସ୍କୋପ ତଳେ ଏହି ଭୂତାଣୁକୁ ଅନୁଶୀଳନ କଲେ ଏହାର ଆକାର ଏକ କ୍ରାଉନ ବା ମୁକୁଟ ପରି ଦେଖାଯାଏ। ଏହାର ଚାରିପାଖରେ ସୁଗାର ପ୍ରୋଟିନ ରହିଥାଏ। ଯେହେତୁ ଆକାର କ୍ରାଉନ ଭଳି ହୋଇଥାଏ ସେହି ଅନୁସାରେ ଏହି ଭୂତାଣୁର ନାଁ କୋରୋନା ରଖାଯାଇଛି।

ଏହି ପ୍ରକାର ଭୁତାଣୁ ମଣିଷ ଶରୀରରେ ବ୍ୟାପି ଥାଆନ୍ତି। ଯେତେବେଳେ ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରି ସକ୍ରିୟ ହୁଅନ୍ତି ସେତେବେଳେ ଶରୀର ହାଲୁକା ଦୁର୍ବଳ ଅନୁଭବ କରେ। ନାକରୁ ପାଣି ବାହାରିବା ଏବଂ କାଶ ହେବା ଭଳି ଲକ୍ଷଣ ଦେଖାଯାଏ। ଏହି ଭୂତାଣୁ ପରିବାରର ସଦସ୍ୟ କୋଭିଡ୍‌-୧୯ ଭୂତାଣୁକୁ ପ୍ରାଣୀମାନଙ୍କ ଶରୀରରେ ବି ଦେଖିବାକୁ ମିଳେ। ଏହା ବି ଆଶଙ୍କା କରାଯାଏ ଯେ ଏହି ଭୂତାଣୁ ବାଦୁଡ଼ି ଜାତୀୟ ପ୍ରାଣୀଙ୍କଠାରୁ ସୃଷ୍ଟି ହୋଇଛି।

ଚୀନ୍‌ ଗବେଷକଙ୍କ ଦ୍ଵାରା ପ୍ରସ୍ତୁତ ତଥ୍ୟ

  • ଡିସେମ୍ବର୩୧, ୨୦୧୯ରେ ଚୀନ ଅଧିକାରୀମାନେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ଦୃଷ୍ଟିକୁ ଆଣିଲେ ଯେ କରୋନା ଭୁତାଣୁର ଏକ ଶକ୍ତିଶାଳୀ ଅଂଶ ମହାମାରୀ ସୃଷ୍ଟି କରିଛି। ଯାହା ଲୋକଙ୍କୁ ଆକ୍ରାନ୍ତ କରୁଛି। ପରେ ପରେ ଏହାକୁ ସାର୍ସ- କୋ-ଭି-୨ ଭାବେ ନାମିତ କରାଗଲା।
  • ମହାମାରୀ ହେବାର କିଛି ଦିନପରେ ଚୀନର ବୈଜ୍ଞାନିକମାନେ ସାର୍ସ-କୋ-ଭି-୨ ଭୂତାଣୁର ଜିନୋମ୍‌କୁ ସଜାଇ ତାହାକୁ ବିଶ୍ଵସ୍ତରରେ ଗବେଷଣା ପାଇଁ ଉପଲବ୍ଧ କରିଲେ
  • ଏହି ଜିନୋମ୍‌ ସଜ୍ଜା ପରେ ଏହା ଚୀନର ବୈଜ୍ଞାନିକମାନେ ସ୍ପଷ୍ଟ କଲେ ଯେ, ଏହି ଭୂତାଣୁ ମାନବ ଶରୀରୁ ମାନ ଶରୀରକୁ ସଂକ୍ରମିତ ହେଉଛି। ଆଉ କୌଣସି ପ୍ରାଣୀଙ୍କ ଦ୍ଵାରା ସଂକ୍ରମଣ ଘଟୁ ନାହିଁ।
  • ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଗବେଷକମାନେ ଚୀନ ଦ୍ଵାରା ଉପସ୍ଥାପିତ ଏହି ତଥ୍ୟକୁ ପରବର୍ତ୍ତୀ ସମୟରେ ଅଧିକ ଅନୁଧ୍ୟାନ କରିଥିଲେ। ଏହାସହ ସେମାନେ ଏହି ଭୂତାଣୁର ଉତ୍ପତ୍ତି ଏବଂ ବିକାଶ ସମ୍ବନ୍ଧରେ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.