ହାଇଦ୍ରାବାଦ: ଯୁବକ ରାଷ୍ଟ୍ରର ଭବିଷ୍ୟତ ପାଇଁ ପଥ ପ୍ରବର୍ତ୍ତକ, ସୃଷ୍ଟିକର୍ତ୍ତା, ନିର୍ମାତା ଓ ନେତା ହୋଇଥାନ୍ତି।ଯେତେବେଳେ ସେମାନଙ୍କ ପାଖରେ ଉଚିତ ଶିକ୍ଷା, ଉଚିତ କୌଶଳ ଓ ଭଲ ସ୍ୱାସ୍ଥ୍ୟ ଥାଏ, ସେତେବେଳେ ସେମାନେ ଭବିଷ୍ୟତକୁ ପରିବର୍ତ୍ତନ କରିବାର କ୍ଷମତା ରଖିଥାନ୍ତି। ପ୍ରାୟ ୬୦୦ ମିଲିୟନ ଲୋକ, ଯେଉଁମାନେ କି ଭାରତୀୟ ଲୋକସଂଖ୍ୟାର ଅଧାରୁ ଅଧିକ, ଏବେ ସେମାନେ ୨୫ ବର୍ଷ ବୟସରୁ କମ ବୟସ୍କ। ଏହି ଯୁବବର୍ଗ ଆମ ଦୁନିଆକୁ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି।
୧୦ରୁ ୨୪ବର୍ଷ ବୟସ ମଧ୍ୟରେ ଦୁନିଆ ଏବେ ୧.୮ ବିଲିୟନ ଯୁବକଙ୍କ ବାସସ୍ଥାନ ହୋଇଛି। ଭାରତରେ ୧୦ର ୨୪ ବର୍ଷ ବୟସ୍କ ୩୫୬ ମିଲିୟନ ଯୁବକ ଅଛନ୍ତି, ଯାହାକି ଦୁନିଆର ସବୁଠାରୁ ଅଧିକ। ୨୬୯ ମିଲିୟନ ଯୁବକଙ୍କ ସହିତ ଚୀନ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଇଣ୍ଡୋନେସିଆରେ ୬୭ ମିଲିୟନ, ଆମେରିକାରେ ୬୫ ମିଲିୟନ, ପାକିସ୍ଥାନରେ ୫୯ ମିଲିୟନ, ନାଇଜେରିଆରେ ୫୭ ମିଲିୟନ, ବ୍ରାଜିଲରେ ୫୧ ମିଲିୟନ ଓ ବାଂଲାଦେଶରେ ୪୮ ମିଲିୟନ ଯୁବକ ଅଛନ୍ତି ବୋଲି ୟୁଏନର ପପୁଲେସନ ଫଣ୍ଡସ ରିପୋର୍ଟରେ କୁହାଯାଇଛି।
ଏବେ ସବୁଠାରୁ ଶୀଘ୍ର ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ଭାବରେ ଭାରତ ଦୁନିଆର ୧୯ ପ୍ରତିଶତ ଯୁବକଙ୍କ ଘର ହୋଇଛି। ଭାରତର ଯୁବ ଜନସଂଖ୍ୟା ଏହାର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଓ ସବୁଠାରୁ ଅଧିକ ଆଶାଜନକ ଅଂଶ। ଏହା ଭାରତକୁ ଏକ ଅଦ୍ୱିତୀୟ ଜନସଂଖ୍ୟା ସମ୍ପର୍କିତ ଲାଭ ପ୍ରଦାନ କରୁଛି। ମାନବ ପୁଞ୍ଜିକୁ ବିକାଶରେ ଉଚିତ ଢଙ୍ଗରେ ନିବେଶ କରାନଗଲେ ଏହି ସୁଯୋଗ ହାତଛଡ଼ା ହୋଇଯିବ। ଯାହାକି ଭାରତ ଦ୍ରୁତ ଗତିରେ ଆର୍ଥିକ, ଜନସଂଖ୍ୟା, ସାମାଜିକ ଓ ବୈଷୟିକ ଜ୍ଞାନକୌଶଳ ପରିବର୍ତ୍ତନରେ ଗତିକରୁଛି।
ଏହା ସୁନିଶ୍ଚିତ କରିବା ଦରକାର ଯେ ଏହାର ବୃଦ୍ଧି ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ସହଭାଗିତା ହେବା ଉଚିତ। ଯେତେବେଳେ ଯୁବକ ନିଜର ଆର୍ଥିକ ଉତଥାନକୁ ବିକାଶରେ ଉତ୍ପାଦକ ରୂପରେ ଭାଗ ନେଇପାରିବେ ସେତେବେଳେ ଭାରତ ଏହି ଲକ୍ଷ୍ୟକୁ ସାକାର କରିପାରିବ। ହେଲେ ଦୁର୍ଭାଗ୍ୟବଶତଃ, ଭାରତୀୟ କର୍ମଚାରୀଙ୍କ ସଂଖ୍ୟାର କେବଳ ୨.୩ ପ୍ରତିଶତ (ଦକ୍ଷିଣ କୋରିଆରେ ୯୬ ପ୍ରତିଶତ ତୁଳନାରେ) ପାଠପଢ଼ା ସମୟରେ କିମ୍ୱା ପରେ କୌଶଳ ବିକାଶ ପାଇଁ ଔପଚାରିକ ପ୍ରଶିକ୍ଷଣ ନେଇଛନ୍ତି। କେବଳ ୨୦ ପ୍ରତିଶତରୁ କମ ଭାରତୀୟ ଗ୍ରାଜୁଏଟ ଡିଗ୍ରୀ ଧାରକଙ୍କୁ ବିଭିନ୍ନ କମ୍ପାନୀ ଦ୍ୱାରା ତୁରନ୍ତ ରୋଜଗାର ମିଳିଛି। ବାକି ୮୦ ପ୍ରତିଶତ ଗ୍ରାଜୁଏଟ ଡିଗ୍ରୀଧାରୀଙ୍କୁ ନିଯୁକ୍ତ ଟ୍ରେଡ଼ ଦ୍ୱାରା ସ୍ୱୀକାର କରାଯାଇନାହିଁ।
୨୦୧୯ରେ ଭାରତ ବିଶ୍ୱ ଜିଡ଼ିପି ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ବିଶ୍ୱର ମୋଟ ଯୁବକଙ୍କ ମଧ୍ୟରୁ ୧୯ ପ୍ରତିଶତ ଭାରତରେ ଅଛନ୍ତି। ହେଲେ ବିଶ୍ୱ ଜିଡ଼ିପିର କେବଳ ୩ ପ୍ରତିଶତ ଉତ୍ପାଦନ କରିବାରେ ସକ୍ଷମ ହୋଇପାରେ। ୨୦୧୯ରେ ୟୁଏସ କଣ୍ଟ୍ରି ୱାର୍ଲଡ଼ ଜିଡ଼ିପି ତାଲିକା ମିଲିୟନ ଲୋକସଂଖ୍ୟା (୧୦-୨୪ବର୍ଷ) ଜିଡ଼ିପି ଟ୍ରିଲିୟନ ପ୍ରତିଶତରେ ବିଶ୍ୱ ଯୁବକଙ୍କ ପ୍ରତିଶତ ବିଶ୍ୱ ଜିଡ଼ିପିର ୟୁଏସରେ ୧୬୫୨୧ ୩ ପ୍ରତିଶତ, ୨୫
ପ୍ରତିଶତ, ଚୀନ ୨୨୬୯୧୪ ୧୫ପ୍ରତିଶତ, ୧୬ ପ୍ରତିଶତ, ଭାରତ ୬୩୫୬୨.୯ ୧୯ପ୍ରତିଶତ ୩ ପ୍ରତିଶତ, ବିଶ୍ୱ ୧୮୦୦୮୬.୫ ଯାହାକି ଶୀର୍ଷରେ ରହିଛି। ବିଶ୍ୱର ମୋଟ ଯୁବକ ସଂଖ୍ୟା ମାତ୍ର ୩ପ୍ରତିଶତ ରହିଛି। ବିଶ୍ୱ ଜିଡ଼ିପିର ମୋଟ ୨୫ ପ୍ରତିଶତ ଉତ୍ପାଦନ କରିବାରେ ସକ୍ଷମ ହୋଇପାରେ। ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବରେ ଭାରତର ଯୁବକଙ୍କ ବାସ୍ତବିକ କ୍ଷମତା ଓ ଦେଶର ମୋଟ ଜିଡ଼ିପିର ପ୍ରତିଶତ ରୂପରେ ମୋଟ ଜିଡ଼ିପି ମଧ୍ୟରେ ବଡ଼ ଧରଣର ଅନ୍ତରକୁ ଇଙ୍ଗିତ କରୁଛି।
ବର୍ତ୍ତମାନର ସ୍ଥିତି କୌଶଳ ବିକାଶ ପ୍ରଶିକ୍ଷଣ ନେଇଥିବା ଯୁବକଙ୍କ ଅଭାବ ଭାରତରେ ସର୍ବାଧିକ ରହିଛି। ଭରତର ଯୁବକଙ୍କ ମଧ୍ୟରୁ ୬୪ ପ୍ରତିଶତ କୌଶଳ ବିକାଶ ପ୍ରଶିକ୍ଷଣ ନେଇନାହାଁନ୍ତି। ଭାରତର ଏହି ସମସ୍ୟା ବିଶ୍ୱର ୨ୟ ସ୍ଥାନରେ ରହିଛି। ୨୦୧୪ରେ ଓଇସିଡ଼ିର ରିପୋର୍ଟ ଅନୁସାରେ ଅନ୍ୟ ଦେଶ ମାନଙ୍କ ମଧ୍ୟରେ ଚୀନରେ ୨୪ ପ୍ରତିଶତ ଅଭାବ ରହିଛି।
ଲିଙ୍କଡ଼ିନ ଦ୍ୱାରା ୨୦୨୦ରେ ଭାରତରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତି ରିପୋର୍ଟ ଅନୁସାରେ ବର୍ତ୍ତମାନ ବଜାରରେ ନୂଆ ନିଯୁକ୍ତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି। ନୂଆ ନିଯୁକ୍ତିରେ ବ୍ଳକ ଚେନ ଡେଭଲପର୍ସ, କୃତ୍ରିମ ବୁଦ୍ଧିମତା ବିଶେଷଜ୍ଞ, ଜାଭା ସ୍କ୍ରିପ୍ଟ ଡେଭଲପର, ରୋବର୍ଟ ପ୍ରୋସେସ ଅଟୋମେସନ କନସଲଟାଣ୍ଟ, ବ୍ୟାକ ଏଣ୍ଡ ଡେଭଲପର, ସଫଳତା ବିଶେଷଜ୍ଞ, ରୋବୋଟିକ୍ସ ଇଞ୍ଜିନିୟର, ସାଇବର ସୁରକ୍ଷା ବିଶେଷଜ୍ଞ, ପାଇଥନ ଡେଭଲପର, ଡିଜିଟାଲ ମାର୍କେଟିଂ ବିଶେଷଜ୍ଞ, ଫ୍ରଣ୍ଟ-ଏଣ୍ଡ ଇଞ୍ଜିନିୟର ଆଦି ଚାକିରି ତୀବ୍ର ଗତିରେ ବୃଦ୍ଧି
ପାଇବାରେ ଲାଗିଛି।
ନୂଆ କୌଶଳ ଯାହାକି ହାଇପର ଲେଜର, ସଲିଡିଟି, ନୋଟ ଜେଏସ, ସ୍ମାର୍ଟ କଣ୍ଟାକ୍ଟ, ମେଶିନ ଲର୍ଣ୍ଣିଂ, ଡିପ ଲର୍ଣ୍ଣିଂ, ଟେନ୍ସର ଫ୍ଲୋ, ପାଇଥନ ପ୍ରୋଗ୍ରାମିଂ ଲାଙ୍ଗୁଏଜ, ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ (ଏନଏଲପି) ଭଳି କୌଶଳି ଯୁବକଙ୍କୁୁ ମଲ୍ଟି ନ୍ୟାସନାଲ କମ୍ପାନୀ ତଲାସ କରୁଛନ୍ତି। ଇନଫୋସିସ ଦ୍ୱାରା ପ୍ରକାଶିତ ‘ଟ୍ୟାଲେଣ୍ଟ ରାଡ଼ାର ରିପୋର୍ଟ’ରେ ପରିଯୋଜନା ଗୁଡ଼ିକୁ ବିତରିତ କରିବା ପାଇଁ ସବୁଠାରୁ ଅଧିକ ଦାବି ମଧ୍ୟରେ ପାଞ୍ଚଟି ବୈଷୟିକ କୌଶଳକୁ ଉଜାଗର କରିଛି। ପ୍ରୟୋଗକର୍ତ୍ତାଙ୍କ ଅନୁଭବ (ଡିଜିଟାଲ ପଦକ୍ଷେପ ୬୭ ପ୍ରତିଶତ), ବିଶ୍ଲେଷଣ ସମ୍ପନ୍ଧି (୬୭ପ୍ରତିଶତ), ସ୍ୱୟଂଚାଳିତ (୬୧ପ୍ରତିଶତ), ଆଇଟି ବାସ୍ତୁକଳା (ବାଦଲ ସହିତ) (୫୯ ପ୍ରତିଶତ) ଓ କୃତ୍ରିମ ବୁଦ୍ଧିମତା (୫୮ ପ୍ରତିଶତ) ରହିଛି।
ସତ କହିବାକୁ ଗଲେ ଏହି ନୂଆ କୌଶଳ କାର୍ଯ୍ୟକ୍ଷେତ୍ର ଦେଶର କୌଣସି ବିଶ୍ୱବିଦ୍ୟାଳୟ ବା ବୈଷୟିକ ଇଞ୍ଜିନିରିଂ ସଂସ୍ଥାରେ ପଢ଼ାଯାଉନାହିଁ। ଏହି ସଂସ୍ଥାରେ ବୈଷୟିକ ବିଭାଗ ମଧ୍ୟ ସେମାନଙ୍କ ସମ୍ପର୍କରେ କିଛି ଶୁଣୁନାହିଁ। ଏହା ସମଗ୍ର ଦୁନିଆରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱୀତା ମୂଳକ ଚାକିରୀ ବଜାରରେ ବୈଷୟିକ ଚାକିରୀ ପାଇଁ ଯୁବକଙ୍କୁ ଫିଟ କରିବା ପ୍ରମୁଖ ସମସ୍ୟା ରହିଛି। ଶ୍ରେଣୀ ଗୃହରେ ଜ୍ଞାନ ଓ କୌଶଳ ତଥା ବର୍ତ୍ତମାନ ବିଶ୍ୱ ଉଦ୍ୟୋଗର ଆବଶ୍ୟକତା ଦିନକୁ ଦନି ବଢ଼ିବାରେ ଲାଗିଛି। ଯେତେବେଳେ ଆମ ପାଖରେ ଥିବା ଛାତ୍ରଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଉଚିତ
ଶିକ୍ଷକ ଓ ସଂସାଧନ ଯାହାକି ଏହି ନୂଆ ବୈଷୟିକ କୌଶଳକୁ ବ୍ୟବହାର କରାଗଲେ ଏ ଅଭାବକୁ ପୂରଣ କରାଯାଇପାରିବ।
ବ୍ୟବସାୟର ଡିଜିଟାଲକରଣ ପାଇଁ ନୂଆ ବୈଷୟିକ କୌଶଳର ଦାବି ବଢ଼ିବାରେ ଲାଗିଛି ଯାହାକୁ କମ୍ପାନୀ ସମଗ୍ର ଉଦ୍ୟୋଗରେ ଖୋଜିବା ପାଇଁ ସଂଘର୍ଷ କରୁଛନ୍ତି। ‘ବିଶ୍ୱ ଆର୍ଥିକ ମଞ୍ଚ’ର ଭବିଷ୍ୟବାଣୀ ଅନୁସାରେ ସ୍ୱୟଂଚାଳିତ ଓ କୃତ୍ରିମ ବୁଦ୍ଧିମତା କାରଣରୁ ୨୦୨୫ ସୁଦ୍ଧା ୭୫ ମିଲିୟନ ନିଯୁକ୍ତି ବନ୍ଦ ହୋଇଯିବ। ହେଲେ ୧୩୩ ମିଲିୟନ ନୂଆ ରୋଜଗାର ସୃଷ୍ଟି ହେବ। ଏହି ନୂଆ ଅବସରକୁ ହାସଲ କରିବା ପାଇଁ ନୂତନ ବୈଷୟିକ କୌଶଳ ଉପରେ ଯୁବକଙ୍କୁ ପ୍ରସ୍ତୁତ କରିବା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ।
ରଣନୀତିକ ରୂପରେଖା-କାର୍ଯ୍ୟ ଯୋଜନା
ଭାରତର ଶିକ୍ଷା ପ୍ରଣାଳୀ ଅନେକ ସ୍ନାତକ ପାଶ କରିଥିବା ଯୁବକଙ୍କୁ ବେରୋଜଗାର କରିଦେଇଛି। ଏହି ଶିକ୍ଷାରେ କୌଣସି କୌଶଳ ଶିକ୍ଷା ନାହିଁ, ଯାହାକି ସେମାନଙ୍କୁ କଲେଜ ଶିକ୍ଷା ପରେ ପ୍ରତିଦ୍ୱନ୍ଦ୍ୱୀ ନିଯୁକ୍ତି ବଜାର ପାଇଁ ପ୍ରସ୍ତୁତ କରିପାରିବ। ଭାରତୀୟ ପ୍ରତିଭାର ମୂଲ୍ୟାଙ୍କନ କରୁଥିବା ‘ଆସ୍ପାରିଂ ମାଇଣ୍ଡ’ ଅନୁସନ୍ଧାନ ଅନୁସାରେ ବର୍ତ୍ତମାନର ଜ୍ଞାନ ଅର୍ଥବ୍ୟବସ୍ଥାରେ ୮୦ ପ୍ରତିଶତରୁ ଅଧିକ ଭାରତୀୟ ଇଞ୍ଜିନିୟର ବେରୋଜଗାର ଅଛନ୍ତି। ଆସୋସିଏଟେଡ଼ ଚ୍ୟାମ୍ୱର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ ଦ୍ୱାରା ଗତ ବର୍ଷ କରାଯାଇଥିବା ଅଧ୍ୟୟନ ଅନୁସାରେ ଭାରତରେ ଥିବା ବିଜିନେସ ସ୍କୁଲର କେବଳ ୭ ପ୍ରତିଶତ ଗ୍ରାଜୁଏଟ ରୋଜଗାର ପାଇଁ ଯୋଗ୍ୟ ଥିଲେ।
୨୦୧୮ରେ ଭାରତରେ ଯୁବକ ବେରୋଜଗାର ହାର ଆନୁମାନିକ ୧୦.୪୨ ପ୍ରତିଶତ ଥିଲା। ବିଗତ ଏକ ଦଶନ୍ଧୀରେ ଭାରତର ଯୁବକ ବେରୋଜଗାର ହାର ୧୦ ପ୍ରତିଶତ ପାଖାପାଖି ରହିଛି। ଠିକଣା ଦିଗରେ ଭଲ ପଦକ୍ଷେପ ହେଉଛି, ଯାହାକି ଉଦ୍ୟମଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଷ୍ଟାର୍ଟ ଅପ ଇଣ୍ଡିଆ ପଦକ୍ଷେପ ଆରମ୍ଭ କରିଛନ୍ତି; ଏଥିରେ କୌଶଳ ଭାରତ ମିଶନର ମଧ୍ୟ ଶୁଭାରମ୍ଭ ହୋଇଛି। ଏଥିରେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ସ୍ଥାପନ, ଉଦ୍ୟୋଗର ନେତୃତ୍ୱ ନେଉଥିବା କ୍ଷେତ୍ର କୌଶଳ ପରିଷଦର ସ୍ଥାପନା ଓ ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥା ମଧ୍ୟ ରହିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କେନ୍ଦ୍ରୀୟ ବଜେଟ ୨୦୧୯-୨୦ରେ ଭାରତର ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ ଉଦ୍ଦେଶ୍ୟରେ ଏକ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଣିବା ପାଇଁ ଘୋଷଣା ସହିତ ଏହି କ୍ଷେତ୍ରରେ ପ୍ରମୁଖ ଭାବରେ ଉପସ୍ଥାପନ କରାଯାଇଥିଲା। ଯୁବକଙ୍କୁ ରୋଜଗାର ଦିଗରରେ ସରକାର ଛାତ୍ରଙ୍କୁ ରୋଜଗାର ଉଦ୍ଦେଶ୍ୟରେ ପ୍ରାସଙ୍ଗିକ କୌଶଳ ଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରିବା ଦିଗରେ ନିଜର ଚିନ୍ତାଧାରାକୁ ପ୍ରକଟ କରିଥିଲେ। କୃତ୍ରିମ ବୁଦ୍ଧିମତା (ଏଆଇ), ରୋବୋଟିକ୍ସ, ଭାଷା ପ୍ରଶିକ୍ଷଣ, ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି), ୩ଡ଼ି ପ୍ରିଟିଂ ଭର୍ଚୁଆଲ ରିୟଲିଟି ଓ ବିଗ ଡାଟା କ୍ଷେତ୍ରରେ ଛାତ୍ରମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ନୂଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ଏହି ନୂଆ ଯୁଗର କୌଶଳ ଭାରତରେ ଯୁବକଙ୍କୁ ଦେଶରେ କିମ୍ୱା ବିଦେଶରେ ଚାକିରୀ କରିବା ପାଇଁ ପ୍ରସ୍ତୁତ କରିବ। ଭାରତୀୟ ଯୁବବର୍ଗଙ୍କୁ ଅଧିକ ମାର୍ଗଦର୍ଶନ ଓ କ୍ୟାରିୟର କାଉନସେଲିଂର ଅଧିକ ଆବଶ୍ୟକତା ରହିଛି। କାରଣ ସେମାନେ ଉପଯୁକ୍ତ ଚାକିରୀ ସୁଯୋଗକୁ ଖୋଜିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କର ମତାମତ ଦେଇଥିବା ୫୧ ପ୍ରତିଶତ ଯୁବକଙ୍କ କହିବା ଅନୁସାରେ ମିଳୁଥିବା ଚାକିରି ସୁଯୋଗ ସମ୍ପର୍କରେ ସୂଚନାର ଅଭାବକୁ କୌଶଳ ସେଟ ସହିତ ମେଳ ଖାଉଛି।
ଯାହାକି ଏକ ମହତ୍ତ୍ୱପୂର୍ଣ୍ଣ ବାଧାବୋଲି ସେମାନେ ମତ ଦେଇଛନ୍ତି। ପ୍ରାୟ ୩୦ ପ୍ରତିଶତ ଯୁବକ କୌଣସି ପ୍ରକାର ପରାମର୍ଶ ପର୍ଯ୍ୟନ୍ତ ପହଞ୍ଚିବାର ଅଭାବକୁ ରିପୋର୍ଟ କରିଛନ୍ତି। କିଶୋର ଅବସାଦ କ୍ଷେତ୍ରରେ ଭାରତ ଦୁନିଆ ସବୁଠାରୁ ଆଗରେ ରହିଛି। ଭାରତରେ ପ୍ରତି ୪ଜଣ କିଶୋରଙ୍କ ମଧ୍ୟରୁ ଜଣେ ଅବସାଦ ଗ୍ରସ୍ତ ହୋଇପଡ଼ୁଛି। ମୁମ୍ୱାଇରେ ୨୦୧୯ରେ ଇଣ୍ଡିଆ ଟୁଡେ କନକ୍ଲେଭ ନିସ୍କର୍ଷ ଅନୁସାରେ ବିଗତ ୫ବର୍ଷ ମଧ୍ୟରେ ଭାରତରେ ପ୍ରତି ଘଣ୍ଟାରେ ଜଣେ ଲେଖାଏଁ, ଏହିପରି ୪୦ ହଜାରରୁ ଅଧିକ ଛାତ୍ର ଆତ୍ମହତ୍ୟା କରୁଛନ୍ତି। କିଶୋର ଅବସାଦର ନିଦାନ ଓ ଉପଚାର କରିବା ଆହୁରି କଠିନ ହୋଇ ପଡ଼ିଲାଣି।
ଭାରତର ପ୍ରତି ୫ଜଣ ଯୁବ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତ ଚାପରେ ପୀଡ଼ିତ। ଏମାନଙ୍କ ସଂଖ୍ୟା ବ୍ରିଟେନର ୮୦ ମିଲିୟନ ଲୋକଙ୍କ ସହିତ ସମାନ ବୋଲି ଏହି ଅବସରରେ ଜଣାପଡ଼ିଛି। ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ତୁରନ୍ତ ସମାଧାନ କରିଯିବା ଆବଶ୍ୟକ। କାରଣ ଏହି ସମସ୍ୟା ଯୋଗୁଁ ଦେଶରେ ଯୁବକଙ୍କ ବାସ୍ତବିକ ଶକ୍ତିକୁ ନଷ୍ଟ କରିବାର କ୍ଷମତା ମିଳିଛି। ଏଥିପାଇଁ ସେମାନଙ୍କ ଗୁଣସମ୍ପର୍ଣ୍ଣ ଶିକ୍ଷା ଓ କୌଶଳ ବିକାଶ ବ୍ୟତୀତ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ମଧ୍ୟ ସରକାର ଧ୍ୟାନ ରଖିବା ଉଚିତ। ସୁସ୍ଥ ଯୁବକ କୌଣସି ଦେଶର ବାସ୍ତବିକ ଶକ୍ତି ବୋଲି ବିବେଚିତ ହୋଇଥାଏ।
ଭାରତରେ ଥିବା ବିକାଶଶୀଳ ଯୁବକଙ୍କ ମଧ୍ୟରୁ ଆମକୁ ସେହି ଯୁବବର୍ଗଙ୍କ ସଂଖ୍ୟା ଉପରେ ବିଚାର କରିବାକୁ ପଡ଼ିବ। ଯେଉଁମାନେ ଗ୍ରାମାଞ୍ଚଳରେ ରହିବା ସହିତ ସମଗ୍ର ଦେଶରେ ଯୁବକଙ୍କ ସଂଖ୍ୟାରେ, ଛାତ୍ରଙ୍କ ସଂଖ୍ୟା ମଧ୍ୟ ରହିଛି। ଆମ ପାଖରେ ଥିବା ଯୁବକ ସଶକ୍ତିକରଣରେ ଗ୍ରାମୀଣ ଛାତ୍ରମାନଙ୍କର ଶିକ୍ଷା, କୌଶଳ ବିକାଶ ଓ ସ୍ୱାସ୍ଥ୍ୟ ସମସ୍ୟା ସମ୍ପନ୍ଧୀୟ ପ୍ରସଙ୍ଗର ସମାଧାନ କରିବା ପାଇଁ ଅଲଗା ରଣନୀତି ହେବା ଉଚିତ। ଏକ ସାଧରଣ ରଣନୀତି ଦେଶର ଯୁବକଙ୍କୁ ବିଭିନ୍ନ ଶ୍ରେଣୀର ସମସ୍ତ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଉପଯୋଗୀ ହୋଇପାରିବ ନାହିଁ।
ଏହାଛଡ଼ା ଆମେ ଯୁବକଙ୍କ ଉପ ସମୁହ ଯାହାକି ‘ମିଲେନିଆଲ୍ସ’ ଓ ଦେଶରେ ‘ଜେନେରେସନ ଜେଡ଼’ ଛାତ୍ରଙ୍କ ସମ୍ପର୍କରେ ବିଚାର କରିବା ଉଚିତ। ଯୁବ ସଶକ୍ତିକରଣରେ ବୈଷୟିକ ଜ୍ଞାନ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ। ବର୍ତ୍ତମାନ ସମୟରେ ଦୁନିଆ ଇଣ୍ଟରନେଟ ଓ ମୋବାଇଲ ଯୋଗାଯୋଗ ଉପରେ ଚାଲୁଛି। ସବୁ ସ୍ଥାନ ଓ ସମୟରେ ଇଣ୍ଟରନେଟ ପାଇବା ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ପୀଢ଼ି ଜେଡ଼ କମ୍ପ୍ୟୁଟର, ଲାପଟପ, ଆଇପଡ଼, ସ୍ମାର୍ଟ ଫୋନ ସହିତ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରିବାରେ ମାହିର ହୋଇଛନ୍ତି। ଏଥିପାଇଁ ଶିକ୍ଷା ପ୍ରଣାଳୀ ଓ କୌଶଳ ବିକାଶରେ ବୈଷୟିକ ଜ୍ଞାନକୁ ସାମିଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସରକାରଙ୍କୁ ଆଇଟି ଭିତ୍ତିଭୂମି ଯାହାକି ଇଣ୍ଟରନେଟ ସର୍ଭର, ଡାଟା ସେଣ୍ଟର, କମ୍ପ୍ୟୁଟର ସୁବିଧା, ଅପ୍ଟିକାଲ ଫାଇବର କେବୁଲ ନେଟୱାର୍କ, ଇଣ୍ଟରନେଟ ବ୍ୟାଣ୍ଡର ଚଉଡ଼ାରେ ବୃଦ୍ଧି ସହିତ ଉପଗ୍ରହସଞ୍ଚାର ଉପରେ ଉଚ୍ଚ ହାରରେ ନିବେଶ କରିବା ଉଚିତ। ଯୁବକ, ଲୋକଙ୍କୁ ସେମାନଙ୍କ ବୈଷୟିକ ଜ୍ଞାନ କୌଶଳକୁ ବିକାଶରେ ଆହୁରି ଉତ୍ପାଦକତା ବଢ଼ାଇବା ପାଇଁ ଉପଯୋଗ କରିପାରଲେ ଏହା ଏକ ବୁଦ୍ଧିମାନ ବିଚାର ହେବ।
ଦେଶରେ ଆଇଆଇଟି, ଆଇଆଇଏମ ଓ ଏନଆଇଟିର ଛାତ୍ରଙ୍କ ଦ୍ୱାରା ରାଷ୍ଟ୍ରୀୟସ୍ତର ସମସ୍ୟାକୁ ସମାଧାନ କରୁଥିବା ଷ୍ଟିୟରିଂ କମିଟି ଗଠନ ଉପରେ ଜୋରଦାର ପ୍ରସ୍ତାବ ଦିଆଯାଇଛି। ଏହି ସଂସ୍ଥାରେ ପାଠ ପଢ଼ୁଥିବା ଛାତ୍ର ବାସ୍ତବରେ ଭାରତର ସମ୍ପତ୍ତି। ଏଥିପାଇଁ ସମାଜ ଓ ଦେଶରେ ଥିବା କିଛି ଜ୍ୱଳନ୍ତ ସମସ୍ୟା ଓ ପ୍ରସଙ୍ଗକୁ ସମାଧାନ କରିବା ଓ ସମାଧାନ କରିବାର ନିଜର ବର୍ତ୍ତମାନର କ୍ଷମତାକୁ ଉପଯୋଗ କରିବା ଏକ ମହାନ ବିଚାର ବୋଲି ପରିଗଣିତ ହେବ।
ସମସ୍ୟା ଓ ପ୍ରସଙ୍ଗକୁ ସମଗ୍ର ଦେଶରେ ଏକାଠି କରାଯାଇପାରେ, ଯାହାକି ସମସ୍ୟାକୁ ସମାଧାନ କରିବାରେ ଅସାଧାରଣ କ୍ଷମତା ପ୍ରଦର୍ଶନ କରିଥାନ୍ତି। ଏହି ବିଚାରକୁ ଆଗାମୀ ଦିନରେ ସମଗ୍ର ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲରେ ଆରମ୍ଭ କରାଯାଇପାରେ। ଯାହାଫଳରେ ଯୁବପିଢ଼ି ବାସ୍ତବରେ କମ ବୟସରୁ ଦେଶର ସମସ୍ୟା ସମ୍ପର୍କରେ ଚିନ୍ତା କରିବା ଆରମ୍ଭ କରିଦେବ। ଏହି ବିଚାର ସହିତ ଯୁବ ପୀଢ଼ି ସ୍ୱୟଂଚାଳିତ ରୂପରେ ରାଷ୍ଟ୍ର ନିର୍ମାଣ ଓ ବିକାଶରେ ସାମିଲ ହୋଇପାରିବେ।
କାର୍ଯ୍ୟକ୍ଷେତ୍ରରେ ‘ମେସିନ’ର ଉପସ୍ଥିତି ବାଧ୍ୟତାମୂଳକ ହେବାରେ ଲାଗିଛି ଓ ଏହି ପ୍ରକ୍ରିୟା ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗାର୍ଟନରଙ୍କ ଅନୁମାନ ଅନୁସାରେ ସମଗ୍ର ଦୁନିଆରେ କାମ କରୁଥିବା ରୋବଟଙ୍କ ସଂଖ୍ୟା (ଛୋଟ ଓ ବଡ଼ ମିଶାଇ) ୨୦୧୫ରେ ୪.୯ ମିଲିୟନରୁ ବୃଦ୍ଧି ପାଇ ୨୦୨୦ ପର୍ଯ୍ୟନ୍ତ ୨୫ ମିଲିୟନରୁ ଅଧିକ ହୋଇଯିବ। ଏଥିପାଇଁ ଯୁବକଙ୍କୁ ଭବିଷ୍ୟତରେ ସେହି ମେସିନ ଲୋକଙ୍କ ସହିତ କାମ କରିବା ସମୟରେ ଆସିବାକୁ ଥିବା ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ଦରକାର। ଏହା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ତରରେ ‘ଛୋଟ ରୋବୋଟିକ୍ସ କାର୍ଯ୍ୟଶାଳା’କୁ ସାମିଲ କରାଯାଇ ପାରିଲେ ଲାଭ ଦାୟକ ହେବ।
ଆମେମାନେ ଦେଶର ଯୁବକଙ୍କ ମନ ଭିତରେ ‘ଜୀବନ ସାରା ଶିଖିବାର ରଣନୀତିକୁ ବିକଶିତ କରିବା ଆବଶ୍ୟକ। ଏହା ସେମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଉଦ୍ୟୋଗର ଆବଶ୍ୟକତା ଅନୁସାରେ ନିଜକୁ ସମସାମୟିକ କୌଶଳ ଜ୍ଞାନର ଅଧିକାରୀ କରିବା ସହିତ ସବୁବେଳେ ଯୁଗପୋଯୋଗୀ କରିବାରେ ସହାୟକ ହୋଇପାରିବ।
ମାତା-ପିତା ଓ ଶିକ୍ଷକ ପ୍ରାଥମିକ ଶିକ୍ଷା ସମୟରେ ଯୁବକଙ୍କର କ୍ଷମତା ଓ ଦକ୍ଷତାକୁ ବିକଶିତ କରିବାରେ ବହୁତ ମହତ୍ତତ୍ତ୍ୱପୂର୍ଣ୍ଣ ଭୂମିକା କିଭଳି ନିର୍ବାହ କରିଥାନ୍ତି। ଏହା ମାତା-ପିତା ଓ ଶିକ୍ଷକଙ୍କର ମିଳି ପ୍ରୟାସର ସହାୟତାରେ କରାଯାଇପାରେ। ଏକୁଟିଆ ଶିକ୍ଷକ ପ୍ରାଥମିକ ଶିକ୍ଷା ସମୟରେ ଛାତ୍ରର କ୍ଷମତାକୁ ବିକଶିତ କରିବାରେ ସମ୍ପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ନାହିଁ।
ପ୍ରାଥମିକ ଶିକ୍ଷା ସମୟରେ ମାତା-ପିତାଙ୍କ ମହତ୍ତ୍ୱ ଓ ଦାୟିତ୍ୱ ବାସ୍ତବରେ ବହୁତ ଅଧିକ। ମାଧ୍ୟମିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ସମୟରେ ଦେଶ ପାଇଁ ଛାତ୍ରମାନଙ୍କୁ ଅଧିକ ଉପଯୋଗୀ ତିଆରି କରିବା ପାଇଁ ସେମାନଙ୍କ ମଧ୍ୟରେ ଥିବା ଇପସିତ ପରିବର୍ତ୍ତନ ଆଣିବାକୁ ଶିକ୍ଷକଙ୍କ ଭୂମିକା ବଢ଼ାଇବା ଉଚିତ। ମନୋବୈଜ୍ଞାନିକ ଓ ଛାତ୍ର ପରାମର୍ଶଦାତାଙ୍କୁ ଦେଶର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷା ସ୍ତରରେ ଶିକ୍ଷକଙ୍କ ଟିମକୁ ସାମିଲ କରାଯିବା ଆବଶ୍ୟକ।