ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସାମରେ ରବିବାର ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଶିଲଂ ଓ ମେଘାଳୟରେ ମଧ୍ୟ ଏହି ପରୀକ୍ଷା ବାତିଲ କରାଯାଇଥିବା ସୂଚନା ମିଳିଛି ।
ଆସାମର ଦିବ୍ରୁଗଡ, ଗୌହାଟୀ, ଜୋରହତ, ସିଲଚର, ସିଭସାଗର ଓ ତେଜପୁରରେ ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଥିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର ପରବର୍ତ୍ତି ତାରିଖ ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଛି ।