ETV Bharat / bharat

ଆଞ୍ଚଳିକ ଭାଷାର ବିସ୍ତାର ପାଇଁ ପ୍ରତିଷ୍ଠା ହେବ ଜାତୀୟ ଭାଷା ଅନୁବାଦନ ମିଶନ: ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀ

ଆଞ୍ଚଳିକ ଭାଷାର ବିସ୍ତାର ପାଇଁ ଜାତୀୟ ଭାଷା ଅନୁବାଦନ ମିଶନ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ...

National Language Translation Mission will be set up to further boost our regional languages: Finance Minister
ଆଞ୍ଚଳିକ ଭାଷାର ବିସ୍ତାର ପାଇଁ ପ୍ରତିଷ୍ଠା ହେବ ଜାତୀୟ ଭାଷା ଅନୁବାଦନ ମିଶନ: ଅର୍ଥମନ୍ତ୍ରୀ
author img

By

Published : Feb 1, 2021, 3:45 PM IST

Updated : Feb 1, 2021, 4:09 PM IST

ନୂଆଦିଲ୍ଲୀ: ଭାରତରେ ଆଞ୍ଚଳିକ ଭାଷାର ବିସ୍ତାର ଉପରେ ଚଳିତ ବର୍ଷ ଆର୍ଥିକ ବଜେଟ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ବ ଦେଇଛନ୍ତି । ପଲିସି ସମ୍ପର୍କିତ ସୂଚନା ଆଞ୍ଚଳିକ ଭାଷାରେ ପ୍ରଦାନ କରାଯିବା ପାଇଁ ଜାତୀୟ ଭାଷା ଅନୁବାଦନ ମିଶନର ପ୍ରତିଷ୍ଠା କରାଯିବ ବୋଲି ନିର୍ମଳା କହିଛନ୍ତି ।

ଇଣ୍ଟରନେଟରେ ଏଣିକି ଆଞ୍ଚଳିକ ଭାଷାରେ ପଲିସି ସମ୍ପର୍କୀୟ ଖବରଗୁଡିକ ପ୍ରକାଶ ପାଇବ । ଯାହାଦ୍ବାରା ଆଞ୍ଚଳିକ ଭାଷାଭାଷୀ ଲୋକମାନେ ପଲିସି ସମ୍ପର୍କିତ ସମସ୍ତ ଖବରଗୁଡିକୁ ନିଜ ଭାଷାରେ ପଢି ବୁଝିପାରିବେ । ବିଭିନ୍ନ ଘଟଣା ସମ୍ପର୍କରେ ବିଷୟଗୁଡିକ ପ୍ରସ୍ତୁତ ହେବା ସହିତ ଆଞ୍ଚଳିକ ଭାଷାରେ ଇଣ୍ଟରନେଟରେ ଉପଲବ୍ଧ ହେବ । ଶିକ୍ଷା ବଜେଟ 2021ରେ ଏହି ସୁବିଧାକୁ ଆଞ୍ଚଳିକ ଭାଷାଭାଷୀ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ।

ଇଣ୍ଟରନେଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଗଲେ ଏହି ଭାଷାଭାଷୀ ଲୋକମାନେ ସୁବିଧା ପାଇପାରିବେ ଏବଂ ସମସ୍ତ ଘଟଣା ଓ ପଲିସି ସମ୍ପର୍କରେ ସଠିକ୍‌ ସୂଚନା ପାଇପାରିବେ । ଭାଷା ପାଇଁ କୌଣସି ସମ୍ପର୍କରେ ସୂଚନା ପାଇବାରେ ଏହି ଭାଷାଭାଷୀର ଲୋକମାନେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି କାରଣ ଇଣ୍ଟରନେଟର ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭାଷାରେ ସୂଚନା ଉପଲବ୍ଧ ହୋଇନଥାଏ । କିନ୍ତୁ ଏହି ମିଶନ କାର୍ଯ୍ୟକାରୀ ହେଲେ ଆଞ୍ଚଳିକ ଭାଷାଭାଷୀର ଲୋକମାନେ ସୁବିଧା ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2021, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.