ETV Bharat / bharat

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଅଧିକାରୀ କୋରୋନା ସଂକ୍ରମିତ - ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଅଧିକାରୀ କୋରୋନା ସଂକ୍ରମିତ

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଶୁକ୍ରବାର କହିଛି ଯେ ଏହାର ଜଣେ ଅଧିକାରୀ କୋଭିଡ -19 ସଂକ୍ରମିତ ହୋଇଛନ୍ତି । ଏହା ସହ ତାଙ୍କ ସମ୍ପର୍କରେ ରହିଥିବା ସମସ୍ତଙ୍କୁ 14 ଦିନ ପାଇଁ ସେଲ୍ପ କ୍ବାରେନଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

National Green Tribunal
ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଅଧିକାରୀ କୋରୋନା ସଂକ୍ରମିତ
author img

By

Published : May 23, 2020, 12:04 AM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଏପରିସ୍ଥଳେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଶୁକ୍ରବାର କହିଛି ଯେ ଏହାର ଜଣେ ଅଧିକାରୀ କୋଭିଡ -19 ସଂକ୍ରମିତ ରହିଛନ୍ତି । ଏହା ସହ ତାଙ୍କ ସମ୍ପର୍କରେ ରହିଥିବା ସମସ୍ତଙ୍କୁ 14 ଦିନ ପାଇଁ ସେଲ୍ପ କ୍ବାରେନଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏନଜିଟି ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ, ଜେନେରାଲ୍ ଆଡମିନିଷ୍ଟ୍ରେସନ୍ ସେକ୍ସନ୍ (ପ୍ରିନ୍ସିପାଲ୍ ବେଞ୍ଚ) ରେ ପୋଷ୍ଟ କରାଯାଇଥିବା ଜଣେ ଅଧିକାରୀଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ୍ ବୋଲି ସମ୍ପୃକ୍ତ ସମସ୍ତଙ୍କୁ ସୂଚିତ କରାଯାଇଛି ।

ଏହି ଅଧିକାରୀ ଶେଷ ଥର ପାଇଁ ମେ 19ରେ ଅଫିସ ଆସିଥିଲେ । ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଜ୍ଞପ୍ତିରେ ଆହୁରି ଦର୍ଶାଯାଇଛି ଯେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲଗୁଡିକ ଅନୁସରଣ କରାଯାଉଛି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.