ଆନ୍ଧ୍ରପ୍ରଦେଶ: ପନିପରିବାରେ ଜାତୀୟ ପତାକା । ଆଜ୍ଞା ହଁ ଟମାଟୋ, ପତ୍ରକୋବି, ବାଇଗଣ, ଆଳୁ, ଭେଣ୍ଡି, କୁନ୍ଦୁରୀ ଆଦି ଭଳିକି ଭଳି ପରିବାରେ ଡିଜାଇନ ହୋଇଛି ଦେଶ ତ୍ରିରଙ୍ଗା । ଆଉ ଏହାକୁ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜମୁନ୍ଦରୀର 2 ଭାଇ ସୁରେଶ ଓ ସତିଶ ଶର୍ମା । ପ୍ରତି ବର୍ଷ ଅଗଷ୍ଟ 15 ଆସିଲେ ଏହି 2 ଭାଇ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରି ପ୍ରସ୍ତୁତ କରୁନ୍ତି ଜାତୀୟ ପତକା ।
ତେବେ 2 ଭାଇ ମିଶି ତିଆରି କରିଥିବା ଏହି ପତକା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନୋଲୋଭା । ଏହି 2 ଦେଶଭକ୍ତ ନିଜ ପରିଶ୍ରମ ଓ କୌଶଳ ବଳରେ ଏପରି ଧରଣର ଡିଜାଇନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।