ନୂଆଦିଲ୍ଲୀ:କୋରୋନା ସମୟରେ ଡିଜିଟାଲ ଦେୟ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ କହିଛନ୍ତି । ଏହା ସହିତ ଅନଲାଇନ୍ ଆର୍ଥିକ ଠକେଇର ମାମଲା ମଧ୍ୟ ବୃଦ୍ଧି ପାଇଛି । ଅନଲାଇନ୍ ଆର୍ଥିକ କାରବାରରେ ଲୋକଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଡୋଭାଲ କେରଳ ପୋଲିସ ଓ ସୋସାଇଟି ଫର ପୋଲିସିଂ ଅଫ୍ ସାଇବର ସ୍ପେସ୍ ଏବଂ ସୂଚନା ସୁରକ୍ଷା ଅନୁସନ୍ଧାନ ସଂଘ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡାଟା ଗୋପନୀୟତା ଏବଂ ହ୍ୟାକିଂ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।
ଏହାର ମୁକାବିଲା ପାଇଁ ସରକାରଙ୍କ ଯୋଜନା ବିଷୟରେ ଏନଏସଏ ଡୋଭାଲ ମଧ୍ୟ ଆଲୋଚନା କରିଛନ୍ତି । ଏନଏସଏ ଡୋଭାଲ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ସରକାର ଜାତୀୟ ସାଇବର ସୁରକ୍ଷା ରଣନୀତି 2020 ଆଣୁଛନ୍ତି । ଏହା ସୁରକ୍ଷିତ, ନିର୍ଭରଯୋଗ୍ୟ ସାଇବର ସ୍ପେସ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ସାଇବର ଅପରାଧରେ 500 ପ୍ରତିଶତ ବୃଦ୍ଧି ହେବାର କାରଣ ସଚେତନତା ଅଭାବ ଏବଂ ସାଇବର ସ୍ବଚ୍ଛତା ବୋଲି ସେ କହିଛନ୍ତି ।
ଏନଏସଏ ଡୋଭାଲ କହିଛନ୍ତି ଯେ କ୍ୟାସ୍ ହ୍ରାସ ପାଇଛି ଏବଂ ଲୋକେ ଡିଜିଟାଲ ପ୍ଲାଟଫର୍ମକୁ ଅଧିକ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆର ଉପସ୍ଥିତି ମଧ୍ୟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଅନଲାଇନ୍ ଡାଟା ସେୟାର କରାଯାଉଛି ଏବଂ ପରସ୍ପରକୁ ବାର୍ତ୍ତା ପଠାଯାଉଛି। ଏହି ପରିପ୍ରେକ୍ଷୀରେ ଅପରାଧୀମାନେ ମଧ୍ୟ ନୂଆ ସୁଯୋଗ ଖୋଜୁଛନ୍ତି।