ମୈସୁର: କର୍ଣ୍ଣାଟକ ନାଗରହୋଲର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନରେ ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜାତୀୟ ପଶୁ ବାଘ ଏବଂ ଜାତୀୟ ପକ୍ଷୀ ମୟୂର ମୁହାଁମୁହିଁ ହୋଇଛନ୍ତି । ଯାହାକୁ ଦେଖି ଆନନ୍ଦ ଉପଭୋଗ କରୁଛନ୍ତି ଦର୍ଶକ ।
ନାଗରହୋଲ ଉଦ୍ୟାନରେ ଜଣେ ପର୍ଯ୍ୟଟକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ । ଯାହାକୁ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଲକଡାଉନ ଯୋଗୁଁ ଦେଶର ସମସ୍ତ ଚିଡିଆଖାନା, ମନ୍ଦିର ଏବଂ ହୋଟେଲ ବନ୍ଦ ରହିଥିଲା । ତେବେ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୁନ 1 ତାରିଖରୁ ଜାତୀୟ ଉଦ୍ୟାନ ଖୋଲିଛି | ସାମାଜିକ ଦୂରତ୍ବକୁ ପାଳନ କରି ଚିଡିଆଖାନା ବୁଲିବାକୁ ମଧ୍ୟ ପର୍ଯ୍ୟଟକଙ୍କୁ ଅନୁମତି ମିଳିଛି । ସଫାରୀ ପ୍ରେମୀ 3 ମାସ ପରେ ସଫାରୀରେ ବସି ପଶୁ-ପକ୍ଷୀଙ୍କୁ ଦେଖିବାର ମଜା ନେଉଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ
ଜାତୀୟ ଉଦ୍ୟାନରେ ମୁହାଁମୁହିଁ ଜାତୀୟ ପଶୁ-ପକ୍ଷୀ, ମଜାନେଲେ ପର୍ଯ୍ୟଟକ - ମୁହାଁମୁହିଁ ହେଲେ ଜାତୀୟ ପଶୁ-ପକ୍ଷୀ
କର୍ଣ୍ଣାଟକ ନାଗରହୋଲର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନରେ ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜାତୀୟ ପଶୁ ବାଘ ଏବଂ ଜାତୀୟ ପକ୍ଷୀ ମୟୂର ମୁହାଁମୁହିଁ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଜାତୀୟ ଉଦ୍ୟାନରେ ମୁହାଁମୁହିଁ ଜାତୀୟ ପଶୁ-ପକ୍ଷୀ, ମଜାନେଲେ ପର୍ଯ୍ୟଟକ ମୁହାଁମୁହିଁ ହେଲେ ଜାତୀୟ ପଶୁ-ପକ୍ଷୀ](https://etvbharatimages.akamaized.net/etvbharat/prod-images/768-512-7586332-224-7586332-1591971564373.jpg?imwidth=3840)