ETV Bharat / bharat

ନାସାରୁ ୟୁଏଇ, ସମସ୍ତଙ୍କ ମୁହଁରେ ‘ଇସ୍ରୋ’ ପ୍ରଶଂସା

author img

By

Published : Sep 8, 2019, 10:09 AM IST

ମିଶନ ଚନ୍ଦ୍ରାଯାନ-2 ସଫଳତାର ଗୋଟିଏ ପାଦରୁ ଅଟକି ଯାଇଛି । ହେଲେ ଏବେ ବି ଆଶା ରହିଛି ନିଶ୍ଚିୟ ଏଥିରେ ସଫଳ ହେବେ ଇସ୍ରୋ । କିନ୍ତୁ ଏହି ସମୟରେ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସାରା ବିଶ୍ବ ଛିଡା ହୋଇଛି । ପାକିସ୍ତାନ ଠୁ ନାସା ସମସ୍ତେ ଭାରତୀୟ ବୈଜ୍ଞାନିକଙ୍କ ପ୍ରୟାସକୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: @isro

ହାଇଦ୍ରାବାଦ: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାଯାନ-2ର ଅବତରଣର ଶେଷ ମୁହୂର୍ତ୍ତରେ ହିଁ ବିକ୍ରମ ଲ୍ୟାଣ୍ଡର ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ସଫଳତାର ମାତ୍ର ଗୋଟିଏ ପାଦରୁ ଅଟକି ରହିଯାଇଛି ମିଶନ ମୁନର ଯାତ୍ରା । ଯାହା ପରେ ସାରା ଭାରତୀୟଙ୍କ ମନରେ ଉଦାସୀନତା ଛାଇ ରହିଛି । କିନ୍ତୁ ସମୟରେ ଇସ୍ରୋ ବୈଜ୍ଞାନିକଙ୍କ ପ୍ରତି ଭାରତୀୟ ଛିଡା ହୋଇଥିବାବେଳେ ବିଦେଶରୁ ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି ।

Isro's mission Moon
ଫଟୋ ସୌଜନ୍ୟ: @ଟ୍ବିଟର

ଭାରତୀୟ ଅନୁସନ୍ଧାନ କେନ୍ଦ୍ର(ଇସ୍ରୋ)ର ମିଶନ ଚନ୍ଦ୍ରଯାନ-2କୁ ଉତ୍ସାହିତ କରିଛି ଆମେରିକୀୟ ଏଜେନ୍ସି ନାସା । ଅନ୍ତରୀକ୍ଷ ଯାତ୍ରା ଏକ କଠିନ ପ୍ରକ୍ରିୟା । ଚନ୍ଦ୍ରର ଦକ୍ଷିଣ ପୃଷ୍ଠକୁ ଯାତ୍ରା ଇସ୍ରୋର ଏହି ଯାତ୍ରା ସହିତ ନାସା ରହିଛି । ଏବଂ ଭବିଷ୍ୟତରେ ସାଥି ହୋଇ ସୌର ମଣ୍ଡଳରେ ପରୀକ୍ଷଣ କରିବାକୁ ଇଚ୍ଛା ପ୍ରକାଶ କରିଛି ନାସା ।

ସେହିପରି ୟୁଏଇ ପକ୍ଷରୁ ମଧ୍ୟ ଇସ୍ରୋର ଏହି ଅଭିଯାନକୁ ସମର୍ଥନ ଜଣାଇଛି । ଏବଂ ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ନିଜକୁ ପ୍ରମାଣିତ କରାପାରିଛି । ଏବଂ ବିକାଶ ଓ ଉପଲବ୍ଧିରେ ଏଥିରେ ଭାଗିଦାରି ହୋଇପାରିଛି ବୋଲି କହିଛି ୟୁନାଇଡେଟ ଆରବ ଏମିରେଟ ସ୍ପେସ ଏଜେନ୍ସି ।

ସେପଟେ ଅଷ୍ଟ୍ରେଲିଆ ସ୍ପେସ ଏଜେନ୍ସି ମଧ୍ୟ ଇସ୍ରୋ ଟିମକୁ ପ୍ରଶଂସା କରିଛନ୍ତି । ବିକ୍ରମ ଲ୍ୟାଣ୍ଡର ମାତ୍ର 2 କିମି ଦୂରରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ସତ କିନ୍ତୁ ତାଙ୍କର ଏହି ପ୍ରୟାସକୁ ସ୍ବାଗତଯୋଗ୍ୟ କରିଛନ୍ତି ।

କେବଳ ନାସା ଓ ୟୁଏଇ ନୁହେଁ ପାକିସ୍ତାନୀ ମହାକାଶ ବୈଜ୍ଞାନିକ ନସିରା ସଲିମ ମଧ୍ୟ ଇସ୍ରୋର ଏହି ଐତିହାସିକ ପ୍ରୟାସକୁ ଶୁଭେଚ୍ଛା ଜଣାଇଛନ୍ତି । ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଚନ୍ଦ୍ରାଯାନ-2ର ଅଭିଯାନ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ବକୁ ଗର୍ବିତ କରିଛି । ଦକ୍ଷିଣ ମେରୁରେ ଚନ୍ଦ୍ରାଯାନ-2ର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂର ଏହି ପ୍ରୟାସକୁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.