ନ୍ୟୁୟର୍କ: ମଙ୍ଗଳ, ଶୁକ୍ର ଏବଂ ଚନ୍ଦ୍ରମା ପରେ ଏବେ ଶନି ଗ୍ରହକୁ ଟାର୍ଗେଟ କରିଛି ନାସା । ସେଠାରେ ଜୀବନର ସମ୍ଭାବନା ଅଛି କି ନାହିଁ ତାହା ଜାଣିବା ପାଇଁ ନାସା ପକ୍ଷରୁ ଏକ ମିଶନ ପ୍ରସ୍ତୁତ କରାଯାଇଛି । ଶନିର ସବୁଠୁ ବଡ ଉପଗ୍ରହ ଟାଇଟନକୁ ଡ୍ରୋନ ସଦୃଶ୍ୟର ଏକ କ୍ବାର୍ଡକାଫଟର ପଠାଇବାର ନିଷ୍ପତ୍ତି ନେଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ମିଶନର ନାଁ 'ଡ୍ରାଗୋନଫ୍ଲାଇ' ରହିଛି । ଶନିର ଉପଗ୍ରହରେ ଟାଇଟନରେ ଜୀବନ ସମ୍ଭାବନା ଖୋଜିବା ଏହାର ମୂଳ ଲକ୍ଷ୍ୟ ।
ଏହି ମିଶନକୁ ମେରିଲ୍ୟାଣ୍ଡ ସ୍ଥିତ ଜନ୍ସ ହପକିନ୍ସ ୟୁନିଭର୍ସିଟିର ଏପ୍ଲାଇଡ ଫିଜିକ୍ସ ଲାବୋରୋଟୋରିରେ ପ୍ରସ୍ତୁତ କରାଯାଉଛି । ଏହି ସ୍ପେସ କ୍ରାପ୍ଟକୁ 2026ରେ ଲଞ୍ଚ କରାଯିବ ବୋଲି ଜଣାପଡିଛି । ତେବେ ଏହା 2034ରେ ଟାଇଟନରେ ପହଞ୍ଚିବ ଏବଂ ଅଇ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବ । 'ଡ୍ରାଗୋନଫ୍ଲାଇ'ରେ ଲାଗିଥିବା କ୍ୟାମେରା ଉଡାଣ ସମୟରେ ଫଟୋ ଉଠାଇ ନାସା ନିକଟକୁ ପହଞ୍ଚାଇବ । ଯାହା ଦ୍ବାରା ଶନିର ଏହି ଉପଗ୍ରହ ସମ୍ପର୍କରେ ନାସାକୁ ଅବଗତ କରିବ ।
ତେବେ 'ଡ୍ରାଗୋନଫ୍ଲାଇ' ପ୍ରାରମ୍ଭରେ ଭୁ-ପୃଷ୍ଠରେ ଉଡାଣ ଭରିବ ଏବଂ ପରେ ଭୂପୃଷ୍ଠର ନିରୀକ୍ଷଣ କରିବ ବୋଲି ମିଶନର ନେତୃତ୍ୱ ନେଇଥିବା ଏଲିଜାବେଥ ଟର୍ଟଲ କହିଛନ୍ତି।