ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିବସ । ରାଜ୍ୟସଭାରେ କୃଷି ବିଧେୟକ ଆଗତ କରିବେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଶିରୋମଣୀ ଅକାଳି ଦଳର ବିରୋଧ ପରେ ଅନ୍ୟ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବେ ସରକାର । ସେପଟେ ଗୃହରେ ଉପସ୍ଥିତ ପାଇଁ ସାଂସଦଙ୍କୁ ହ୍ବିପ୍ ଜାରି କରିଛି ବିଜେଡି।
କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- 2020, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-2020 ଉପରେ ବିଧେୟକ ଆଗତ କରିବେ ମନ୍ତ୍ରୀ ନରେନ୍ଦ୍ର ତୋମାର । କୃଷି ସଂକ୍ରାନ୍ତ ଏହି 3 ବିଲ ଲୋକସଭାରେ ପାରିତ ହୋଇଛି । ଏହି ବିଲକୁ ବିରୋଧୀ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ