ETV Bharat / bharat

ଦେଶରେ ପ୍ରଥମ: ମୋଦିଙ୍କ ଶପଥର ସାକ୍ଷୀ ହେବେ 6 ହଜାର ଅତିଥି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ପ୍ରଥମ ଥର 6 ହଜାର ଅତିଥିଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା 7ଟାରେ ଶପଥ ନେବେ ମୋଦି । ପ୍ରଥମ ପ୍ରଧାନମନ୍ତ୍ରୀ ଓ ଅଣକଂଗ୍ରେସ ନେତା ଭାବେ ବହୁମତ ପାଇ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି ସେ ।

author img

By

Published : May 30, 2019, 3:37 PM IST

Updated : May 30, 2019, 4:32 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପରି ଲୋକପ୍ରିୟ ସେ, ଇନ୍ଦିରାଙ୍କ ପରି ସାହସୀ ଆଉ ଅଟଳଙ୍କ ପରି ଉତ୍ତମ ବକ୍ତା ମଧ୍ୟ । ସେ ହେଉଛନ୍ତି ନରେନ୍ଦ୍ର ଦାମୋଦରଦାସ ମୋଦି । ନମୋ ଆଉ ମୋଦି ନାମରେ ସମଗ୍ର ବିଶ୍ବରେ ସେ ଚର୍ଚ୍ଚିତ ଚେହେରା । ପ୍ରଥମ ପ୍ରଧାନମନ୍ତ୍ରୀ ଓ ଅଣକଂଗ୍ରେସ ନେତା ଭାବେ ବହୁମତ ପାଇ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି ସେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତP

ପ୍ରଥମ ଥର 6 ହଜାର ଅତିଥିଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା 7ଟାରେ ଶପଥ ନେବେ ମୋଦି । ତେବେ ଶପଥ ପୂର୍ବରୁ ରାଷ୍ଟ୍ରପିତା ଓ ନିଜର ଆଦର୍ଶକୁ ଭୁଲି ନାହାନ୍ତି ମୋଦି । ରାଜଘାଟ ଏବଂ ବାଜପେୟୀ ମେମୋରିଆଲ ଯାଇ ଗାନ୍ଧୀ ଓ ବାଜପେୟୀଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ମୋଦିଙ୍କ ଭବ୍ୟ ସମାରୋହ ପାଇଁ ସଜେଇ ହୋଇଛି ରାଷ୍ଟ୍ରପତି ଭବନ । ଅତିଥି ସତ୍କାର ପାଇଁ ବି ପ୍ରସ୍ତୁତ ରାଷ୍ଟ୍ରପତି ଭବନର ରୋଷେଇ ଶାଳ (କିଚେନ) ତୟାର । ଜଳଖିଆରେ ରାଜଭୋଗ, ସିଙ୍ଗଡା ରହିବା ସହ ଡିନରରେ ଉଭୟ ଭେଜ ଓ ନନଭେଜ ଥାଳି ଅତିଥିଙ୍କୁ ପରଷା ଯିବ ।

ରାଜନେତାଙ୍କ ଠୁ ବିଦେଶୀ ହେଭିୱେଟ, ବିରୋଧୀ, ଖେଳତାରକା ଓ ବଲିଉଡର ବଡ ଚେହେରା ମୋଦିଙ୍କ ଗେଷ୍ଟଲିଷ୍ଟରେ ହୋଇଛନ୍ତି ସାମିଲ । ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଥାଇଲ୍ୟାଣ୍ଡ, ମିଆଁମାର, ମରିସିଅସ ରାଷ୍ଟ୍ରମୁଖ୍ୟ ସମାରୋହରେ ସାମିଲ ହେବା ପାଇଁ ଦେଇ ସାରିଛନ୍ତି ଗ୍ରୀନ ସିଗନାଲ । ସେପଟେ ପଡୋଶୀ ଦେଶ ପାକିସ୍ତାନ ଓ ଚୀନକୁ ଏହି ସମାରୋହରେ କର।ଯାଇନି ନିମନ୍ତ୍ରଣ ।

2019 ନିର୍ବାଚନରେ ମୋଦିଙ୍କୁ ଚେକ ଦେବା ପାଇଁ ମେଳି ବାନ୍ଧିଥିବା ବିରୋଧୀ ମଧ୍ୟ ସମାରୋହରେ ନଜର ଆସିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପିଏମ ମନମୋହନ ସିଂ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ତେଲାଙ୍ଗାନା ସିଏମ କେସିଆର ଓ କର୍ଣ୍ଣାଟକ ସିଏମ ଏଚଡି କୁମାରସ୍ବାମୀ ଉତ୍ସବରେ ଯୋଗ ହେବା ପାଇଁ ସ୍ପଷ୍ଟ କରିଛନ୍ତି ।

କେବଳ ସେତିକି ନୁହେଁ ବଲିଉଡ ବାଦଶାହ ଶାହରୁଖ ଖାନ, ରଜନୀକାନ୍ତ, ସଞ୍ଜୟ ଲୀଲା ବଂଶାଲୀଙ୍କ ଠୁ ଆରମ୍ଭ କରି କ୍ରୀଡା ଜଗତର ଚର୍ଚ୍ଚିତ ଚେହେରା ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ, ସାଇନା ନେହୱାଲ, ଦୀପା କର୍ମାଙ୍କରଙ୍କୁ ବି ମିଳିଛି ନିମନ୍ତ୍ରଣ । ଏପରିକି ଉଦ୍ଦ୍ୟୋଗ ଜଗତର ଧ୍ରୁବ ତାରା ଟାଟା, ଅମ୍ବାନୀ ଓ ଅଦାନୀଙ୍କୁ ଉତ୍ସବରେ ଦେଖିବ ସମଗ୍ର ବିଶ୍ବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Conclusion:
Last Updated : May 30, 2019, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.