ETV Bharat / bharat

ମହାରାଷ୍ଟ୍ର କୋରୋନା ସଙ୍କଟ, ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତି ଶାସନ ଦାବି କଲେ ରାଣେ - President's rule

ମହାରାଷ୍ଟ୍ରରେ ଥମୁନି କୋରୋନା ସଂକ୍ରମିତ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର କୋରୋନା ସଙ୍କଟ, ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତି ଶାସନ ଦାବି କଲେ ରାଣେ

author img

By

Published : May 26, 2020, 2:34 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମୁମ୍ବାଇ ସହର ସବୁଠୁ ବଡ ହଟସ୍ପଟ ହୋଇ ରହିଛି । ଯେଉଁଥିପାଇଁ ବିରୋଧୀ ସରକାରଙ୍କୁ ଆକ୍ରମଣ କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ବିଜେପି ଦାବି କରିଛି । ଏଥି ସହିତ କଂଗ୍ରେସ କହୁଛି ଯେ, ବିଜେପି କ୍ଷମତାରୁ ବାହାରେ ରହିଥିବାରୁ ସେ ସହ୍ୟ କରିପାରୁନି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସେନା ଡାକିବାକୁ କହିଛନ୍ତି ।

ନାରାୟଣ ରାଣେ କହିଛନ୍ତି ଯେ, ଏହି ସରକାର କିଛି କରିପାରିବେ ନାହିଁ । ଏହା ଲୋକଙ୍କ ଜୀବନ ରକ୍ଷା କରିପାରିବ ନାହିଁ । ଏସବୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଏହି ସରକାରଙ୍କ କୋରୋନା ସହ ମୁକାବିଲା କରିବାର କ୍ଷମତା ନାହିଁ । ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ରହିବା ଉଚିତ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରିଙ୍କୁ ଭେଟିବା ପରେ ରାଣେ ମଧ୍ୟ ସେନାଙ୍କୁ ଡାକିବା ବିଷୟରେ କହିଛନ୍ତି।

ରାଣେ ଆହୁରି କହିଛନ୍ତି, “ଆମେ ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ ଯେ, ଲୋକଙ୍କ ଜୀବନ ବଞ୍ଚାନ୍ତୁ, ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଦେବା ପାଇଁ ମହାନଗର ନିଗମ ଏବଂ ରାଜ୍ୟର ସରକାରୀ ଡାକ୍ତରଖାନା ସେନାକୁ ହସ୍ତାନ୍ତର କରାଯାଉ।” ସେ ଦାବି କରିଛନ୍ତି ଯେ, ଠାକରେ ଜଣେ ଅନଭିଜ୍ଞ ମୁଖ୍ୟମନ୍ତ୍ରୀ ଯିଏ ପୋଲିସ ଏବଂ ପ୍ରଶାସନ ଚଳାଇ ପାରିବେ ନାହିଁ । ଯେଉଁଥିପାଇଁ ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଛି ।

ସୂଚନାମୁତାବକ ବର୍ତ୍ତମାନ ମହାରାଷ୍ଟ୍ରରେ କୋଭିଡ-19ରେ ସଂକ୍ରମିତଙ୍କ ସଂଖ୍ୟା 52,667କୁ ବୃଦ୍ଧି ପାଇଛି । ସେହିପରି ମହାମାରୀରେ ମୃତ୍ୟୁ ସଂଖ୍ୟା 1,695କୁ ଛୁଇଁଛି । 15 ହଜାର 186 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, 35 ହଜାର 186 ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ପାଇଁ 3 ଲକ୍ଷ 78 ହଜାର 555 ଲୋକଙ୍କୁ ସ୍କ୍ରିନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.