ETV Bharat / bharat

ସମୂହ ନମାଜପାଠ ପାଇଁ ବାରଣ କରିବାରୁ ପୋଲିସ ଉପରକୁ ପଥର ମାଡ - ଉତ୍ତରପ୍ରଦେଶ ଲକଡାଉନ ଖବର

ଉତ୍ତରପ୍ରଦେଶର ଅଲ୍ଲୀଗଡରେ କିଛି ଲୋକ ଏକାଠି ନମାଜ ପଢୁଥିବା ବେଳେ ପୋଲିସ ସେମାନଙ୍କୁ ରୋକିବାରୁ ସେମାନେ ପୋଲିସ ଉପରକୁ ପଥରମାଡ କରିଥିବା ଘଟଣା ସାମ୍ନାକୁ ଆସିଛି ।

_luckdown
ଏକାଠି ନମାଜ ପଢିବାକୁ ବାରଣ କରିବାରୁ ପୋଲିସ ଉପରକୁ ପଥର ମାଡ
author img

By

Published : Apr 3, 2020, 1:50 PM IST

ଲକ୍ଷ୍ନୌ: ମାରାତ୍ମକ କୋରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଏପ୍ରିଲ 14 ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସହରଠାରୁ ଆରମ୍ଭ କରି ଗାଁ ମଧ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି । ଏହାମଧ୍ୟରେ କିଛି ସ୍ଥାନରୁ ପୋଲିସ, ଡାକ୍ତର ନର୍ସମାନଙ୍କ ସହ ଲୋକମାନେ ର୍ଦୁବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଅଲ୍ଲୀଗଡ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଅଲ୍ଲୀଗଡରେ କିଛି ଲୋକ ଏକାଠି ନମାଜ ପଢୁଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଲରେ ପହଞ୍ଚୁ ସେମାନଙ୍କୁ ଏକତ୍ର ନହେବାକୁ ବୁଝାଇଥିଲେ ।

ମାତ୍ର ଲୋକମାନେ ବୁଝିବା ବଦଳରେ ପୋଲିସ ଉପରେ ପାଲଟା ଆକ୍ରମଣ କରିଥିଲେ । ସେମାନେ ପୋଲିସକୁ ମାରପିଟ୍ କରିବା ସହ ସେମାନଙ୍କ ଉପରକୁ ପଥର ଫୋପାଡିଥିଲେ । ତେବେ ଏହି ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.