ଲକ୍ଷ୍ନୌ: କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଲକ୍ଷ୍ନୌ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏଣିକି ହ୍ୟାଣ୍ଡସେକ ବଦଳରେ ନମସ୍କାର କରିବାକୁ ‘ନମସ୍ତେ ଲକ୍ଷ୍ନୌ’ ପ୍ରୟାସ ଆରମ୍ଭ କରିଛନ୍ତି ଲକ୍ଷ୍ନୌ ପୋଲିସ ।
ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ‘ନମସ୍ତେ ଓଭର ହ୍ୟାଣ୍ଡସେକ’ ଅଭିଯାନ ଆରମ୍ଭ କରିଛନ୍ତି ।
ପ୍ରକାଶ ଥାଉକି, ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋରୋନା ଭାଇରସକୁ ମହାମାରୀ ଘୋଷଣା କରିଛି। ତେବେ ସମଗ୍ର ବିଶ୍ବରେ 145374 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ ଏବେସୁଦ୍ଧା 5400 ଜଣଙ୍କର ଏହି ଭାଇରସରେ ମୃତ୍ୟୁ ଘଟି ସାରିଛି ।