ETV Bharat / bharat

ସାର୍ବଜନିକ ଅଳିଆଗଦାକୁ ନେଇ ନାରାଜ ହାଇକୋର୍ଟ, ନିୟମ କଡାକଡି ପାଇଁ ନିର୍ଦ୍ଦେଶ

author img

By

Published : May 31, 2020, 9:12 PM IST

ଉତ୍ତରାଖଣ୍ଡର ଖୋଲା ସ୍ଥାନରେ ଅଳିଆ ଆବର୍ଜନା ଫିଙ୍ଗିବା ମାମଲାରେ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଉତ୍ତରାଖଣ୍ଡରେ ଆଣ୍ଟି ଲାଟରିଂ ଏବଂ ଆଣ୍ଟି ସ୍ପିଟିଂ ଆକ୍ଟ -2016 କୁ କଡାକଡି ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ଆଣ୍ଟି ଲାଟରିଂ ଏବଂ ଆଣ୍ଟି ସ୍ପିଟିଂ ଆକ୍ଟ -2016 ଲାଗୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେରାଡୁନ: ସାରା ବିଶ୍ବରେ ଏବେ ମହାମାରୀ କୋରୋନା ତାଣ୍ଡବ ରଚୁଥିବା ବେଳେ ଉତ୍ତରାଖଣ୍ଡର ଖୋଲା ସ୍ଥାନରେ ଅଳିଆ ଆବର୍ଜନା ଫିଙ୍ଗିବା ମାମଲାରେ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଉତ୍ତରାଖଣ୍ଡରେ ଆଣ୍ଟି ଲାଟରିଂ ଏବଂ ଆଣ୍ଟି ସ୍ପିଟିଂ ଆକ୍ଟ -2016 କୁ କଡାକଡି ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନୈନିତାଲ ହାଇକୋର୍ଟର ଓକିଲ ଅଭିଜୟ ନେଗି ହାଇକୋର୍ଟରେ ଜନହିତ ଯାଚିକା ଦାଖଲ କରି କହିଛନ୍ତି ଯେ, ଖୋଲା ସ୍ଥାନରେ ଅଳିଆ ଫିଙ୍ଗିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ରୋକିବା ଓ ଖୋଲାରେ ଶୌଚ ହେବା ପାଇଁ ପାଇଁ ଆଣ୍ଟି ଲାଟରିଂ ଏବଂ ଆଣ୍ଟି ସ୍ପିଟିଂ ଆକ୍ଟ -2016 ପ୍ରଣୟନ କରାଯାଇଥିଲା। ଯେଉଁଥିରେ 13 ଟି ଜିଲ୍ଲାର ସମସ୍ତ ସଂସ୍ଥାକୁ ଏହି କାର୍ଯ୍ୟ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହାକୁ ଅବମାନନା କରିବା କାରଣରୁ ଗୁରୁତର ରୋଗ ରାଜ୍ୟରେ ବ୍ୟାପୁଛି।

ଯେଉଁମାନେ ଏହି କାର୍ଯ୍ୟକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କ ପାଇଁ ସରକାର 5000 ଟଙ୍କା ଜୋରିମାନା ଏବଂ ଜେଲ ଦଣ୍ଡାଦେଶ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହି କାର୍ଯ୍ୟକାରୀ କରାଯାଇ ନାହିଁ। ଆବେଦନକାରୀ କହିଛନ୍ତି ଯେ, ଏହି ସମୟରେ ସାରା ଦେଶରେ ଏବେ କୋରୋନା ସଙ୍କଟ, ତଥାପି ଲୋକେ ଏଭଳି ସଙ୍କଟରେ ସବୁଆଡେ ଛେପ ପକାଉଛନ୍ତି, ସର୍ବସାଧାରଣ ସ୍ଥାନରେ ଅଳିଆ ଫିଙ୍ଗୁଛନ୍ତି | ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିବା ଉଚିତ୍ ବୋଲି ଆବେଦନକାରୀ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.