ETV Bharat / bharat

ଅଗଷ୍ଟ 18ରେ ସ୍ବାଧୀନତା ଦିବସ ପାଳନ କରେ ଭାରତର ଏହି ସହର... - ସାର ରେଡିକଲ୍ସ

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଅଗଷ୍ଟ 15 ରେ ନୁହେଁ ବରଂ 18 ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 14, 2019, 9:29 PM IST

ହାଇଦ୍ରାବାଦ: ପ୍ରତିବର୍ଷ ଅଗଷ୍ଟ ମାସ 15 ତାରିଖକୁ ଦେଶବାସୀ ସ୍ବାଧୀନତା ଦିବସ ରୂପେ ପାଳନ କରନ୍ତି । 1947 ମସିହା ଅଗଷ୍ଟ 15 ତାରିଖରେ ଇଂରେଜଙ୍କ ଠାରୁ ସ୍ବାଧୀନ ହେବାପରେ ଦେଶବାସୀ ଏହି ଦିନଟିକୁ ପ୍ରତିବର୍ଷ ଉତ୍ସବ ଭଳି ପାଳନ୍ତି । ଦେଶର କୋଣ ଅନୁକୋଣରେ ଏହି ଦିନଟିକୁ ପାଳନ କରାଯାଏ । କିନ୍ତୁ ଆଜି ବି ଦେଶରେ ଏଭଳି ଏକ ସହର ଅଛି ଯେଉଁଠି ଅଗଷ୍ଟ 15 ରେ ନୁହେଁ ବରଂ 18 ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯାଏ । ଜାଣନ୍ତୁ ଏହା ପଛରେ କି କାରଣ ରହିଛି ।

1947, ଅଗଷ୍ଟ 12 ତାରିଖରେ ଭାରତକୁ ସ୍ବାଧୀନତା ମିଳିଥିବା ଖବର ଆସିଥିଲା । ଏହା ସହିତ ଦେଶ ବିଭାଜନ ମଧ୍ୟ ହୋଇଥିଲା । ତେବେ ଏହି ବିଭାଜନରେ ଦେଶର କେତେକ ଅଂଶକୁ ପାକିସ୍ତାନରେ ସାମିଲ କରାଗଲା । ସେଥିମଧ୍ୟରେ ଥିଲା ପଶ୍ଚିମବଙ୍ଗର ନଦିଆ ଜିଲ୍ଲା । ତେବେ ଏହାକୁ ପାକିସ୍ତାନରେ ସାମିଲ କରିବା ନିଷ୍ପତ୍ତି ପ୍ରଶାସନିକ ଭୁଲ ଥିଲା । ଭାରତ ପାକିସ୍ତାନର ନକ୍ସା ପ୍ରସ୍ତୁତ କରୁଥିବା ସାର ରେଡିକଲ୍ସ ଭୁଲରେ ନଦିଆ ଜିଲ୍ଲାକୁ ପାକିସ୍ତାନରେ ସାମିଲ କରିଦେଇଥିଲେ । ସ୍ବାଧୀନତା ପୂର୍ବରୁ ନଦିଆରେ 5ଟି ସବ ଡିଭିଜନ ଥିଲା-କୃଷ୍ଣାନଗର ସଦର, ମେହରପୁର, କୃଷ୍ଣିଆ, ଚୁଆଣ୍ଡାଙ୍ଗା ଏବଂ ରାଣାଘାଟ ।

ସେପଟେ ଏହି ଜିଲ୍ଲାକୁ ପାକିସ୍ତାନରେ ସାମିଲ କରାଯିବା ଖବର ଆସିବା ମାତ୍ରେ ହିନ୍ଦୁ ବହୁଳ ନଦିଆ ଜିଲ୍ଲାରେ ବିଦ୍ରୋହ ଦେଖାଦେଲା । ତେବେ ହିନ୍ଦୁ ଏହାକୁ ବିରୋଧ କରୁଥିବା ବେଳେ ଜିଲ୍ଲାର ମୁସଲମାନ ଏହି ନିଷ୍ପତ୍ତିରେ ଖୁବ୍‌ ଉତ୍ସାହିତ ଥିଲେ । କେତେକ ମୁସଲିମ ନେତା ନିଜ ସମର୍ଥକଙ୍କ ସହ ମିଶି କୃଷ୍ଣାନଗର ପାଠାଗାରରେ ପାକିସ୍ତାନୀ ପତାକା ଉଡାଇଥିଲେ । ଅନ୍ୟପକ୍ଷରେ ହିନ୍ଦୁଙ୍କ ବିରୋଧ ଯୋଗୁଁ ସେଠାକାର ପରିସ୍ଥିତି ଅଣାୟତ ହୋଇପଡିଥିଲା । ଏହି ଖବର ତତ୍କାଳୀନ ଭାରତର ବଡଲାଟ ଲୋର୍ଡ ମାଉଣ୍ଟବେଟନଙ୍କ ନିକଟକୁ ପହଞ୍ଚିଥିବା ପରେ ସେ ସାର ରେଡିକଲ୍ସଙ୍କୁ ନିଜ ଭୁଲ ସୁଧାରିବାକୁ କହିଥିଲେ । ଏହାପରେ ସେ ଭାରତ ପାକିସ୍ତାନର ନକ୍ସାରେ ପରିବର୍ତ୍ତନ କରିଥିଲେ । ନଦିଆ ଜିଲ୍ଲାର ରାଣାଘାଟ, କୃଷ୍ଣାନଗର ଏବଂ ମେହରପୁରର ଶିକାରପୁରକୁ ଭାରତରେ ସାମିଲ କରାଗଲା । ତେବେ ଏଥିପାଇଁ ତାଙ୍କୁ କିଛି ସମୟ ଲାଗିଥିଲା । ନଦିଆକୁ ଭାରତରେ ସାମିଲ କରିବାର ଘୋଷଣା ଅଗଷ୍ଟ 17 ତାରିଖ ମଧ୍ୟରାତ୍ରିରେ ହୋଇଥିଲା । ନୂଆ ନିଷ୍ପତ୍ତି ପରେ ଅଗଷ୍ଟ 18 ରେ କୃଷ୍ଣାନଗର ପାଠାଗାରରୁ ପାକିସ୍ତାନୀ ପତାକା କାଢି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା ।

ତେବେ ଦେଶର ଆଇନ ଅନୁଯାୟୀ ସାଧାରଣ ନାଗରିକଙ୍କୁ କେବଳ 23 ଜାନୁଆରୀ, 26 ଜାନୁଆରୀ ଏବଂ ଅଗଷ୍ଟ 15 ତାରିଖରେ ତ୍ରିରଙ୍ଗା ଉତ୍ତୋଳନର ଅନୁମତି ଦିଆଯାଇଛି । କିନ୍ତୁ ନିଜ ସଙ୍ଘର୍ଷକୁ ସ୍ମରଣୀୟ ରଖିବା ପାଇଁ ଅଗଷ୍ଟ 18 ରେ ସ୍ବାଧୀନତା ଦିବସ ପାଳନ କରିବାକୁ ସ୍ବାଧୀନତା ସଂଗ୍ରାମୀ ପ୍ରମଥନାଥ ଶୁକୁଳଙ୍କ ନାତି ଅଞ୍ଜନ ଶୁକୁଳ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ । ଦୀର୍ଘ ସଙ୍ଘର୍ଷ ପରେ 1991 ମସିହାରେ କେନ୍ଦ୍ର ସରକାର ଅଗଷ୍ଟ 18 ରେ ନଦିଆରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଅନୁମତି ଦେଇଥିଲେ । ସେବେଠାରୁ ନଦିଆରେ ଅଗଷ୍ଟ 18 ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.